ବିକ୍ରାନ୍ତରୁ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚୋରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋଚି

କେରଳର କୋଚି ସିପୟାର୍ଡ (ବିମାନ କାରଖାନା)ରେ ଥିବା ଦେଶର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତରୁ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚୋରି ହୋଇଯାଇଥିବା ସୂଚନା ମିଳିଛି । ଏହାପରେ ସୁରକ୍ଷାରେ ହୋଇଥିବା ବଡ଼ଧରଣର ତ୍ରୁଟିର ଯାଞ୍ଚ୍ ଆରମ୍ଭ କରିଛି ରାଷ୍ଟ୍ରୀୟ ଏଜେନ୍ସୀ । ଏହି ଘଟଣା କୋଚି ସିପୟାର୍ଡର ଉଚ୍ଚସ୍ତରୀୟ କ୍ଷେତ୍ରରେ ଜାହାଜ ନିର୍ମାଣ ହେଉଥିବା ସ୍ଥାନରୁ ଚୋରି ହୋଇଥିବା ଜଣାପଡ଼ିଛି । ଉକ୍ତ ମାମଲାର ଯାଞ୍ଚ ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା କେରଳ ପୁଲିସ୍ ଡିଜି ଲୋକନାଥ ବେହେରା କହିଛନ୍ତି । ତେବେ ରିପୋର୍ଟର୍ରୁ ଜଣାପଡ଼ିଛି ଯେ, ନିର୍ମାଣାଧିନ ଅବସ୍ଥାରେ ଥିବା ଆଇଏନ୍ଏସ୍ ବିକ୍ରାନ୍ତରେ ଖଞ୍ଜା ଯାଇଥିବା ୪ଟି କମ୍ପୁ୍ୟଟରକୁ ଭାଙ୍ଗି ସେଥିରୁ ୪ଟି ହାର୍ଡଡିସ୍କ କାଢ଼ି ନିଆଯାଇଛି । ୪ଟି ହାର୍ଡଡିକ୍ସ ସହ ରାନ୍ଦମ୍ ଆକ୍ସେସ୍ ମେମୋରୀ (ରାମ୍) ଏବଂ ପ୍ରୋସେସର ମଧ୍ୟ ଚୋରି ହୋଇଛି । ୨୮ ଅଗଷ୍ଟ ପର୍ଯ୍ୟନ୍ତ ଯୁଦ୍ଧପୋତର ସମସ୍ତ ଡିଭାଇସ୍ ଥିବା କୋଚି ସିପିୟାର୍ଡର ସଚିବ ଭି କଲା ଅଭିଯୋଗରେ କହିଛନ୍ତି । ବିକ୍ରାନ୍ତରେ ହୋଇଥିବା ଚୋରି ସମ୍ପର୍କରେ ସୋମବାର ଜଣାପଡ଼ିଥିଲା ବେଳେ ଏବାବଦରେ ସେମାନେ କିଛି ଜାଣିନଥିବା ଭି କଲା କହିଛନ୍ତି । ସୂଚନା ଥାଉ ଯେ, ବିକ୍ରାନ୍ତକୁ ୨୦୨୧ରେ ଭାରତୀୟ ନୌସେନାରେ ସାମିଲ କରାଯାଇଥାନ୍ତା । ଏହାକୁ ନବୀକାରଣ କରାଯାଇ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*