ପ୍ରଥମ ମହିଳା ଟି-୨୦:ଇଂଲଣ୍ଡଠାରୁ ୪୧ରେ ହାରିଲା ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ଗୌହାଟୀ

ମ୍ୟାନ୍ ଅଫ୍ ଦି ମ୍ୟାଚ ଟମି ବେୟୁମୋଣ୍ଟ(୬୨) ଓ ଅଧିନାୟିକା ହିଥର ନାଇଟ୍ (୪୦)ଙ୍କ ପରେ ବୋଲର ଦମ୍ଦାର ପ୍ରଦର୍ଶନ ଯୋଗୁ ଇଂଲନ୍ଦ ମହିଳା ଟିମ୍ ସୋମବାର ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ୪୧ରନ୍ରେ ପରାସ୍ତ କରିଛି । ଇଂଲନ୍ଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୪ ୱିକେଟ୍ ହରାଇ ୧୬୦ରନ୍ ସ୍କୋର କରିଥିଲେ । ଭାରତୀୟ ଟିମ୍ ପଛରେ ବ୍ୟାଟିଂ କରି ପୁରା ଓଭର ଖେଳି ୧୧୯ରନ୍ କରିଥିଲା ୬ୱିକେଟ୍ ହରାଇ । ଟି-୨୦ ଧାରାରେ ଟିମ୍ ଇନ୍ଦିଆର ଏହା ୫ମ ପରାଜୟ ।
ବଡ ଟାର୍ଗେଟ୍କୁ ପିଛା କରୁଥିବା ଭାରତୀୟ ଟିମ୍ର ଆରମ୍ଭ ଥିଲା ଖରାପ । ଦଳର ମଝବୁତ କୁହାଯାଉଥିବା ଟପ୍ ଅର୍ଡର ଆରମ୍ଭରୁ ଭୂଷୁଡି ପଡିଥିଲା । ଟପ୍ ଅର୍ଡରର ୪ ବ୍ୟାଟ୍ସମ୍ୟାନ ୫୦ରନ୍ ପୂର୍ବରୁ ଫେରିଯାଇଥିଲେ ପାଭିଲିୟନ । ଡେବୁ୍ୟ ବ୍ୟାଟ୍ସମ୍ୟାନ ହର୍ସିଲ ଦେଓଲ ୮, ସ୍ମୃତି ମନ୍ଧନା ୨, ଜେମିମା ରୋଡି୍ରଗେଜ୍ ୨ ଓ ମିତାଲି ରାଜ ୭ରନ୍ ସ୍କୋର କରିଥିଲେ । ଦଳ ଏହି ବିପତ୍ତିରୁ ଆଗକୁ ବାହାରି ପାରିନଥିଲା । ପର ବ୍ୟାଟ୍ସମ୍ୟାନ ଶିଖା ପାନେ୍ଦ ଅପରାଜିତ ୨୩, ଦୀପ୍ତି ଶର୍ମା ଅପରାଜିତ ୨୨ ଓ ଅରୁନ୍ଧତି ରେଡ୍ଡୀ(୧୮) ପଛଆଡକୁ ଆସି ସଂଘର୍ଷ କରିଥିଲେ ମଧ୍ୟ ପିଛାକରୁଥିବା ରନ୍ରେଟ୍କୁ ହାସଲ କରିପାରିନଥିଲେ । ଟସ୍ରେ ଜିତି ଭାରତଠାରୁ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ଇଂଲନ୍ଦ ପାଇଁ ଓପନିଂ ଯୋଡି ବେୟୁମୋଣ୍ଟ ଓ ଡାନିଏଲ (୩୫) ଦଳ ପାଇଁ ୮୯ରନ୍ କରିଥିବାରୁ ପରବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କୁ ସହଜ ହୋଇଥିଲା ରନ୍ ବାହାର କରିବା ପାଇଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*