ପ୍ରକୃତି ଭବନ ଲୋକାର୍ପିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବୁଧବାର ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ‘ପ୍ରକୃତି ଭବନ’କୁ ଲୋକାର୍ପିତ କରିଛନ୍ତି । ଏହି ଭବନରେ ଉଚ୍ଚକୋଟୀର ଭିତ୍ତିଭୂମି ସହ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି ଯାହାକି ଆଗାମୀ ଦିନରେ ବନ୍ୟପ୍ରାଣୀ ଶାଖାକୁ ଅଧିକ କି୍ରୟାଶୀଳ କରିବ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।
ଜାତୀୟ ରାଜପଥ-୧୬ ପାଶ୍ୱର୍ରେ ସହିଦନଗରଠାରେ ୫୦୦୦ ବର୍ଗ ଫୁଟ ଉପରେ ଅବସ୍ଥିତ ଏହି ଚାରିମହଲା ଭବନରେ ମୁଖ୍ୟତଃ ଇଣ୍ଟରପ୍ରଟେସନ୍‌ ସେଣ୍ଟର, ପରିବେଶ ପର୍ଯ୍ୟଟନ ସେଲ୍‌, ସମ୍ମିଳନୀ କକ୍ଷ, ଭିଡ଼ିଓ କ୍‌ଫରେନ୍ସିଂ ସୁବିଧା ଥାଇ ଗୋଟିଏ ମିନି ସମ୍ମିଳନୀ କକ୍ଷ, ୨୪ ଘଣ୍ଟିଆ ହେଲ୍‌ପ ଲାଇନ୍‌ ସୁବିଧା ଥିବା ରାଜ୍ୟ ବନ୍ୟପ୍ରାଣୀ ଅପରାଧ ସେଲ, ବନ୍ୟସମ୍ପଦ ଆଧାରିତ ୩୦୦୦ପୁସ୍ତକ ସମ୍ବଳିତ ଏକ ଗ୍ରାନ୍ଥାଗାର ରହିଛି । ୮.୬୧୫୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଭବନରେ ସିସିଟିଭି କ୍ୟାମେରା, ଛାତ ଉପରେ ବର୍ଷାଜଳ ଅମଳ ପ୍ରକଳ୍ପ ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ରାଉତରାୟ ଏକ ରେସକୁ୍ୟ ଭ୍ୟାନକୁ ମଧ୍ୟ ଲୋକାର୍ପିତ କରିଛନ୍ତି । ୨୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଭ୍ୟାନ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଅଣାଯାଇଛି । ତୃଣଭୋଜୀ ବନ୍ୟଜନ୍ତୁଙ୍କୁ ଉଦ୍ଧାର ଓ ସ୍ଥାନରନ୍ତରଣ ପାଇଁ ମଧ୍ୟପ୍ରଦେଶରେ ଏହିପରି ଭ୍ୟାନ ପୂର୍ବରୁ କାର୍ଯ୍ୟ କରୁଛି । ହାତୀ- ମାନବ ସଂଘର୍ଷ ରୋକିବା ପାଇଁ ମଧ୍ୟ ପଶ୍ଚିମବଙ୍ଗରୁ ୪ଟି ଭ୍ୟାନ କିଣାଯିବାର ଯୋଜନା ରହିଛି । ଗୋଟିକୁ ୨୫ ଲକ୍ଷ ଟଙ୍କା ମୂଲ୍ୟର ଏହି ଅତ୍ୟାଧୁନିକ ସୁବିଧା ଥିବା ‘ଐରାବତ୍‌’ ନାମକ ଭ୍ୟାନ ଆସିବା ପରେ ହାତୀ- ମଣିଷ ସଂଘର୍ଷ ବନ୍ଦ କରିବାରେ ଅନେକ ମାତ୍ରାରେ ସହାୟକ ହେବ ବୋଲି ଜଣାପଡିଛି ।
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର(ଅର୍‌ପିଆର୍‌ସି)ଠାରେ ମନ୍ତ୍ରୀ ଶ୍ରୀ ରାଉତରାୟ ବନ ବିଭାଗରେ କାର୍ଯ୍ୟ କରି ସହିଦ ହୋଇଥିବା କର୍ମୀଙ୍କ ଉଦେ୍ଦଶ୍ୟରେ ନିର୍ମିତ ହେବାକୁ ଥିବା ସହିଦସ୍ତମ୍ଭର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହା ପରେ ମନ୍ତ୍ରୀ ଶ୍ରୀ ରାଉତରାୟ ଅରଣ୍ୟ ଭବନଠାରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟକୁ ଲୋକାର୍ପିତ କରିଥିଲେ । ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ଡ. ଦେବବ୍ରତ ସ୍ୱାଇଁ, ମୁଖ୍ୟବନ୍ୟ ସଂରକ୍ଷକ(ବନ୍ୟପ୍ରାଣୀ) ଡ.ଏସ୍‌.ତି୍ରପାଠୀ, ମୁଖ୍ୟ ବନ୍ୟ ସଂରକ୍ଷକ (କେନ୍ଦୁଲିଫ୍‌) ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*