ପୂର୍ବ ଉପମୁଖ୍ୟମନ୍ତ୍ରୀ ପରମେଶ୍ୱରଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଆୟକର ଚଢାଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବେଙ୍ଗାଲୁରୁ

ବେଙ୍ଗାଲୁରୁରେ ଆୟକର ବିଭାଗ ପକ୍ଷରୁ ପୂର୍ବ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁସାରେ ବେଙ୍ଗାଲୁରୁ ଏବଂ ତୁମକୁରୁର ୩୦ଟି ସ୍ଥାନ ଉପରେ ଏହି ଚଢାଉ କରାଯାଇଥିଲା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରାଯାଉଛି । ତେବେ ଏହି ଚଢାଉ ସମ୍ପର୍କରେ ଜାଣି ନଥିବା କହିଛନ୍ତି ପରମେଶ୍ୱର ।
କୁହାଯାଉଛି ଯେ, କଂଗ୍ରେସ ନେତାଙ୍କ ଟ୍ରଷ୍ଟର ଅନୀୟମିତାକୁ ନେଇ ଗୁରୁବାର ଏହି ଚଢାଉ କରାଯାଇଥିଲା । ସକାଳ ସାଢେ ୬ଟାରେ ଅଧିକାରୀମାନେ ଏହି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜରେ ନାମ ଲେଖାକୁ ନେଇ ଅର୍ଥ ଆଦାୟ ସମ୍ପର୍କରେ ଏହି ଚଢାଉ କରାଯାଇଛି ।
କଂଗ୍ରେସ ନେତାଙ୍କ ଉପରେ ଏହି ଆୟକର ଚଢାଉକୁ ନେଇ ଦଳ ପକ୍ଷରୁ ତୀବ୍ର ପ୍ରତିକି୍ରୟା ପ୍ରକାଶ କରାଯାଇଛି । ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧ ରମୈୟା ଟୁଇଟ୍‌ କରି କହିଛନ୍ତି ଯେ, ଜି. ପରମେଶ୍ୱର, ଆର୍‌ଏଲ୍‌ ଜାଲପ୍ପା ଏବଂ ଅନ୍ୟଙ୍କ ଉପରେ ଆୟକର ଛାପା ରାଜନୈତିକ ଉଦେ୍ଦଶ୍ୟ ପ୍ରେରିତ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାଜପା ଏବେ କର୍ଣ୍ଣାଟକ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରୁଛି । କାରଣ ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ସେମାନେ ଆମକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକରେ ଜଦଧ ଓ କଂଗ୍ରେସ ଗଠବନ୍ଧନ ସରକାରରେ ଜି. ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱ ସମ୍ଭାଳିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*