ପାଣ୍ଡିଆନ୍‌ ଫେରିବା ପରେ ପୁଣି ବାରଣ୍ଡାରେ ଶୋଇଲେ ରୋଗୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାରିପଦା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍ ରବିବାର ଅପରାହ୍ନରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଡାକ୍ତରଖାନାକୁ ପରିଦର୍ଶନ କରିଥିଲେ । ପାଣ୍ଡିଆନ୍ ଡାକ୍ତରଖାନାର ବିଭିନ୍ନ ୱାର୍ଡ଼ ପରିଦର୍ଶନ କରି ଚିକିତ୍ସତ ହେଉଥିବା ରୋଗୀମାନଙ୍କର ସମ୍ପକୀୟ ମାନଙ୍କ ସହିତ ଆଲୋଚନା କରିଥିଲେ । ପାନ୍ଦିଆନ ଆସିବା ଆଗରୁ ଡାକ୍ତରଖାନା ପରିସରକୁ ପରିସ୍କାର କରିଯାଇଥିଲା । ଡାକ୍ତରଖାନା ୱାର୍ଡ଼ ଚଟାଣ ଓ ବାରନ୍ଦାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
ପାଣ୍ଡିଆନ୍ ରବିବାର ଅପରାହ୍ନ ଭୁବନେଶ୍ୱର ଫେରିବା ପରେ ସୋମବାର  ‘ଓଡ଼ିଶା ପଏଣ୍ଟ’ ସାମ୍ବାଦିକ ଡାକ୍ତରଖାନାକୁ ଯାଇଥିବା ବେଳେ ଡାକ୍ତରଖାନା ବାରଣ୍ଡାରେ ରୋଗୀମାନେ ଶୋଇଥିବା ଏବଂ ସେମାନଙ୍କୁ ସାଲାଇନ୍ ଦିଆଯାଇଥିବା ଦେଖିବାକୁ ମିଳିଥିଲା । କୌଣସି ପୂର୍ବ ସୂଚନା ନ ଦେଇ ୫ଟି ସଚିବ ପାଣ୍ଡିଆନ୍ ଡାକ୍ତରଖାନା ପରିଦର୍ଶନ କଲେ ବାସ୍ତବ ଚିତ୍ର ଦେଖି ପାରିବେ । ପୂର୍ବ ନିର୍ଦ୍ଧାରିତ ପାଣ୍ଡିଆନଙ୍କ ଗସ୍ତ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଡାକ୍ତରଖାନାରେ ସବୁକିଛି ସୁବ୍ୟବସ୍ଥିତ କରାଯାଇଥିଲା । ଏହା ଦେଖି ପାଣ୍ଡିଆନ ଖୁସ୍‌ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*