ପାଚିକା ସହାୟକଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଧର୍ମଶାଳା

ଧର୍ମଶାଳା ବ୍ଲକ ସ୍ଥିତ ଜାରକା ଉପ୍ରା ସ୍କୁଲ ପରିସରରେ ଏଆଇୟୁଟିୟୁକେ ସହ ବନ୍ଦିତ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ମହିଳା ସଂଘ ପକ୍ଷରୁ ସରକାରୀ ମାନ୍ୟତା ଦାବିରେ ଏଆଇୟୁଟିୟୁକେ ଯାଜପୁର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନଙ୍କ ସଭାପତିତ୍ୱରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପାଚିକାମାନଙ୍କୁ ୪ର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମଜୁରୀ ମାସିକ ୨୧ ହଜାର ଟଙ୍କା, ବାଦ ପଡିଥିବା ପାଚିକାଙ୍କୁ ନିଯୁକ୍ତି, ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ପେନସନ ପ୍ରଦାନ, ଆକ୍ରୋଶମୂଳକ ଭାବେ ଛଟେଇ ବନ୍ଦ କରିବା, ୨୮ମାସର ବର୍ଦ୍ଧିତ ବକେୟା ପ୍ରଦାନ କରିବା, ଛୁଟି ନେବାର ବ୍ୟବସ୍ଥା ଆଦି ୧୧ ଦଫା ଦାବିରେ ଏକ ଚିଠା ଗୃହିତ ହୋଇଥିଲା । ମୁଖ୍ୟବକ୍ତା ଭାବେ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟକ ସଂଘର ରାଜ୍ୟନେତା ରାଜକିଶୋର ମଲ୍ଲିକ, କିରଣ ବାଳା ପାଲ, ମଧୁସ୍ମିତା ସାହୁ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।
ସରକାର ତୁରନ୍ତ ଦାବିଗୁଡିକ ଗ୍ରହଣ ନକଲେ ଆଗାମୀ ଦିନରେ ଲଢେଇ ଜାରି ରହିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏନେଇ ଏଆଇୟୁଟିୟୁକେ ପକ୍ଷରୁ ଯାଜପୁର ରୋଡଠାରେ ଡିସେମ୍ବର ୧୪ ଓ ୧୫ ତାରିଖରେ ସମ୍ମିଳନୀ, ଆସନ୍ତା ଫେବୃଆରୀ ୧୩ରୁ ୧୫ ତାରିଖ ମଧ୍ୟରେ ଝାଡଖନ୍ଦର ଧାନବାଦଠାରେ ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*