ପଳାତକ ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାନନ୍ଦ ବନାଇଛନ୍ତି ସ୍ୱଘୋଷିତ ହିନ୍ଦୁରାଷ୍ଟ୍ର ‘କୈଳାଶା’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଦେଶରୁ ଫେରାର ହୋଇଯାଇଥିବା ବାବା ନିତ୍ୟାନନ୍ଦଙ୍କ ସମ୍ପର୍କରେ ଆସିଛି ଏକ ରୋଚକ ଖବର । ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ନିତ୍ୟାନନ୍ଦ ଦକ୍ଷିଣ ଆମେରିକାର ଏକ ଦେଶ ଇକ୍ୱେଡ଼ରରେ ଏକ ଆଇଲାନ୍ଦ କ୍ରୟ କରିଛନ୍ତି । ଆଉ ତାହାକୁ ସ୍ୱାଧୀନ ଦେଶ ଭାବେ ଘୋଷିତ କରିଛନ୍ତି । ଏହି ଦେଶର ନାମ କୈଳାଶା ରଖାଯାଇଥିଲା ବେଳେ ଏହା ନାମରେ ମଧ୍ୟ ଏକ ୱେବସାଇଟ୍‌ ଖୋଲାଯାଇଛି । ଏଥିରେ କୈଳାଶାକୁ ଏକ ହିନ୍ଦୁରାଷ୍ଟ୍ର ଭାବେ ଉଲ୍ଲେଖ କରାଯାଇଛି । ନିଜେ ମୁଖିଆ ହେଉଛନ୍ତି ନିତ୍ୟାନନ୍ଦ ।
କୈଳାଶା ୱେବସାଇଟ୍‌ ଅନୁସାରେ ଏହି ଆଇଲାନ୍ଦ ତି୍ରନିଦାଦ ଏବଂ ଟାବୋଗୋ ଦେଶର ନିକଟରେ ଅଛି । ଏଠାରେ ଅନ୍ୟ ଦେଶ ଭଳି ସମସ୍ତ ସରକାରୀ ପଦରେ ଲୋକଙ୍କୁ ନିଯୁକ୍ତ କରାଯାଇଛି । ଯେପରିକି ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍‌ ମନ୍ତ୍ରୀ, ସେନାମୁଖିଆ ଇତ୍ୟାଦି । ସୂଚନା ଅନୁସାରେ ନିତ୍ୟାନନ୍ଦ ନିଜ ମା’ଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରିଛନ୍ତି । ୱେବସାଇଟ୍‌ରେ ଏହି ଦେଶର ସମ୍ବିଧାନ ଏବଂ ସରକାରୀ ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଠାରେ ବିଭିନ୍ନ ବିଭାଗ, ମନ୍ତ୍ରଣାଳୟ, ଏଜେନ୍ସୀର ସ୍ଥାପନା ମଧ୍ୟ ହୋଇଛି । ଖାଲି ଏତିକି ନୁହେଁ ନିତ୍ୟାନନ୍ଦ ନିଜ ଦେଶର ଏକ ଅଲଗା ପତାକା ମଧ୍ୟ ବନାଇଛନ୍ତି । ରାଷ୍ଟ୍ରୀୟ ପଶୁ, ରାଷ୍ଟ୍ରୀୟ ପକ୍ଷୀ, ରାଷ୍ଟ୍ରୀୟ ଫୁଲ, ରାଷ୍ଟ୍ରୀୟ ଗଛ ଆଦିର ମଧ୍ୟ ଘୋଷଣା କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଏହି ଦେଶର ନାଗରିକ ହେବାକୁ ଚାହାଁନ୍ତି ତେବେ ସେ ଆବଶ୍ୟକୀୟ ଅର୍ଥ ଦେଇ ନାଗରିକତା ପାଇପାରିବେ ।
ୱେବସାଇଟ୍‌ ଅନୁସାରେ କୈଳାଶା ଏକ ଅଣ ରାଜନୈତିକ ଦେଶ ଏବଂ ଏହାର ମୂଳଲକ୍ଷ୍ୟ ହେଉଛି ମାନବତା । ହିନ୍ଦୁଧର୍ମର ସଭ୍ୟତା ଓ ସଂସ୍କୃତି ଅନୁସାରେ ଏହି ଦେଶ ପରିଚାଳିତ ହେବ । ଏହାର ଉଦେ୍ଦଶ୍ୟ ହେଉଛି ହିନ୍ଦୁ ଧର୍ମର ରକ୍ଷା କରିବା ଏବଂ ମାନବତା ପ୍ରତି ଲୋକଙ୍କୁ ସଚେତନ କରିବା । ଏହି ଦେଶର ଜନସଂଖ୍ୟା ପାଖାପାଖି ୧୦ କୋଟି ରହିଛି । ପ୍ରମୁଖ ଭାଷା ଇଂରାଜୀ ଥିଲା ବେଳେ ସଂସ୍କୃତ ଏବଂ ତାମିଲକୁ ଅନ୍ୟ ଭାଷା ଭାବେ ସ୍ୱୀକାର କରାଯାଇଛି । ଏହାର ରାଷ୍ଟ୍ରୀୟ ପତାକା ନାମ ବୃଷଭ ରଖାଯାଇଛି । ତିନିକୋଣିଆ ଆକାରର ଏହି ପତାକାରେ ଭଗବାନ ଶିବ ଏବଂ ନନ୍ଦୀ ଅଛନ୍ତି । ଏଠାର ପାସ୍‌ପୋର୍ଟ ମଧ୍ୟ ଦୁଇପ୍ରକାରର । ଗୋଟିଏ ସୁନେଲି ଏବଂ ଅନ୍ୟଟି ନାଲି । ପତାକାର ରଙ୍ଗ ମେରୁନ୍‌ ରହିଛି । ଦେଶର ଦୁଇଟି ପ୍ରତୀକ ରହିଛି, ଗୋଟିଏ ହେଉଛି ସିଂହାସନ ଉପରେ ନିତ୍ୟାନନ୍ଦ ଏବଂ ଅନ୍ୟଟି ନନ୍ଦୀଙ୍କର । ସୂଚନାଯୋଗ୍ୟ ଯେ, ବଳାକ୍ରାର ଅଭିଯୋଗ ଏବଂ ଶିଶୁ ଅପହରଣ ମାମଲା ପରେ ନିତ୍ୟାନନ୍ଦ ଦେଶରୁ ପଳାୟନ କରିଛନ୍ତି । ଗୁଜୁରାଟ ପୁଲିସ୍‌ ପକ୍ଷରୁ କୁହାଯାଉଛି ଯେ, ନିତ୍ୟାନନ୍ଦଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*