ପର୍ଯ୍ୟଟକଙ୍କ ପାଇଁ ଖୋଲିବ ୱାଙ୍ଖେଡ଼େ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

କରୋନା ପାଇଁ ଖେଳ ବନ୍ଦ । ଖୋଲୁନି ଖେଳ ପାଇଁ ଷ୍ଟାଡିୟମ ଗେଟ୍‌ । ହେଲେ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି ପ୍ରସିଦ୍ଧ ୱାଙ୍ଖେଡ଼େ ଷ୍ଟାଡିୟମ ଗେଟ୍‌ ପର୍ଯ୍ୟଟନ ପାଇଁ ଖୋଲାଯିବ ବୋଲି । ପର୍ଯ୍ୟଟକ ଓ ଫ୍ୟାନମାନେ ଗାଇଡ୍‌ଙ୍କ ସହାୟତାରେ ଷ୍ଟାଡିୟମ ବୁଲି ଦେଖିପାରିବେ ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ପର୍ଯ୍ୟଟନ ଓ ପରିବେଶ ମନ୍ତ୍ରୀ ଆଦିତ୍ୟ ଥାକ୍‌ରେ । ଆମେ ମୁମ୍ବାଇ କି୍ରକେଟ ଆସୋସିଏସନକୁ ଅନୁରୋଧ କରିଥିଲୁ ଆମ ବିଭାଗ ସହ ମିଶି ଏପରି ଏକ ଟୁର୍‌ର ଆୟୋଜନ କରିବାକୁ । ସେମାନେ ରାଜି ହୋଇଛନ୍ତି । ଖୁବଶୀଘ୍ର ଏ ଧାରାର ଆରମ୍ଭ ଦିନ ଘୋଷଣା କରାଯିବ ବୋଲି ଆଦିତ୍ୟ ପ୍ରକାଶ କରିଛନ୍ତି । ବିଦେଶର ବହୁ ବଡ଼ କ୍ଳବମାନେ ନିଜ ଷ୍ଟାଡିୟମର ଏପରି ଗାଇଡେନ୍‌ ଟୁରର ଆୟୋଜନ କରି ପ୍ରଚୁର ଆୟ କରୁଛନ୍ତି । ଦେଶରେ କେବଳ ଧର୍ମଶାଳାରେ ଥିବା ଏଚପିସିଏ ଷ୍ଟାଡିୟମରେ ମ୍ୟାଚ ନଥିବା ଦିନରେ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଅନୁମତି ମିଳୁଛି । ୱାଙ୍ଖେଡ଼େରେ କି୍ରକେଟ ସଂଗ୍ରହାଳୟ ସ୍ଥାପନ ହେବାକୁ ଯାଉଥିବାରୁ ତାହା ଏହି ପର୍ଯ୍ୟଟକ ବିକାଶ ଯୋଜନାକୁ ବଳ ପ୍ରଦାନ କରିବ ବୋଲି ଆଶା ପ୍ରକଟ କରିଛନ୍ତି ଆଦିତ୍ୟ ଥାକ୍‌ରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*