ପକେଟ୍‌କୁ ବାଧିବ ଟ୍ରେନ୍‌ ଯାତ୍ରା : ଚା’-ଜଳଖିଆ ଆହୁରି ମହଙ୍ଗା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ରେଳଯାତ୍ରା ସମୟରେ ଏବେ ଚା’-ଜଳଖିଆ ଏବଂ ଭୋଜନ ପାଇଁ ଅଧିକ ଦେବାକୁ ପଡ଼ିବ । ରେଲ୍‌ୱେ ବୋର୍ଡ଼ର ପର୍ଯ୍ୟଟନ ଏବଂ ଖାଦ୍ୟ ପାନୀୟ ବିଭାଗର ନିଦେ୍ର୍ଦଶକଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ଟ୍ରେନ୍‌ରେ ଚା’, ଜଳଖିଆ ଏବଂ ଖାଇବା ମହଙ୍ଗା ହେବାକୁ ଯାଉଛି । ଏହି ଟ୍ରେନ୍‌ରେ ଟିକେଟ୍‌ କାଟିବା ସମୟରେ ହିଁ ଚା’-ଜଳଖିଆ ପଇସା ଦେବାକୁ ପଡ଼ିଥାଏ । ସେହିପରି ଅନ୍ୟ ଟ୍ରେନ୍‌ମାନଙ୍କରେ ମଧ୍ୟ ଯାତ୍ରୀଙ୍କୁ ଆଗକୁ ଅଧିକା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ରାଜଧାନୀ, ଦୂରନ୍ତୋ ଏବଂ ଶତାବ୍ଦୀ ଟ୍ରେନ୍‌ ପାଇଁ ଲାଗୁ ନୂଆ ଦର ଅନୁସାରେ ସେକେନ୍ଦ ଏସି’ରେ ଯାତ୍ରୀମାନଙ୍କୁ ଏବେ ଚା’ ପାଇଁ ୧୦ ଜାଗାରେ ୨୦ ଟଙ୍କା ଏବଂ ସ୍ଲିପର୍‌ କ୍ଲାସ୍‌ରେ ଯାତ୍ରୀଙ୍କୁ ୧୫ ଟଙ୍କା ଦେବାକୁ ହେବ । ଦୂରନ୍ତୋରେ ସ୍ଲିପର୍‌ କ୍ଲାସ୍‌ରେ ଜଳଖିଆ ଏବଂ ଖାଦ୍ୟ ପାଇଁ ପୂର୍ବରୁ ୮୦ ଟଙ୍କା ଦେବାକୁ ପଡ଼ୁଥିଲା ବେଳେ ଏବେ ଏହା ୧୨୦ ଟଙ୍କା ହେବାକୁ ଯାଉଛି । ସେହିପରି ସନ୍ଧ୍ୟା ସମୟର ଚା’ ମୂଲ୍ୟ ୨୦ ଟଙ୍କାରୁ ବୃଦ୍ଧି ପାଇ ୫୦ ଟଙ୍କା ହେବ ।
ଟିକେଟିଂ ବ୍ୟବସ୍ଥାରେ ଏହି ନୂଆ ମେନୁ୍ୟ ଏବଂ ଶୁଳ୍କ ୧୫ ଦିନ ମଧ୍ୟରେ ଅପ୍‌ଡେଟ୍‌ ହେବ । ତେବେ ୪ ମାସ ପରେ ଏହି ନୂଆ ଦର ଲାଗୁ କରାଯିବ । ସେତେବେଳେ ରାଜଧାନୀର ଫାଷ୍ଟ କ୍ଲାସ୍‌ କୋଚ୍‌ରେ ଖାଇବା ମୂଲ୍ୟ ୧୪୫ ସ୍ଥାନରେ ୨୪୫ ହେବ । ଏହି ସଂଶୋଧିତ ଦର କେବଳ ପ୍ରିମିୟମ୍‌ ଟ୍ରେନ୍‌ର ଯାତ୍ରୀଙ୍କୁ ନୁହେଁ ବରଂ ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିବ । ମେଲ୍‌ ଏବଂ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ୫୦ ଟଙ୍କାର ମିଲ୍‌ ଏବେ ୮୦ ଟଙ୍କା ହେବ ।
ସକାଳ ଚା’ ତୁଳନାରେ ସନ୍ଧ୍ୟାର ଚା’ ମହଙ୍ଗା ହେବା ସମ୍ପର୍କରେ ରେଳବାଇର ଜଣେ ଅଧିକାରୀ କହିଛନ୍ତି ଯେ, ସନ୍ଧ୍ୟା ସମୟର ଚା’ ସହ ସ୍ନାକ୍ସ ଏବଂ ମିଷ୍ଟାନ୍ନ ଦିଆଯିବ । ମୂଲ୍ୟ ବୃଦ୍ଧି ସମ୍ପର୍କରେ ସେ କହିଛନ୍ତି ଯେ, ରେଳବାଇ କ୍ୟାଟି୍ରଂ ସେବାରେ ସୁଧାର ଆଣିବା ପାଇଁ ଏବଂ ଯାତ୍ରୀଙ୍କୁ ଉନ୍ନତମାନର ଖାଦ୍ୟ ଦେବାପାଇଁ ପଦକ୍ଷେପ ନେଉଛି । ଶେଷଥର ପାଇଁ ୨୦୧୪ରେ ମୂଲ୍ୟ ବୃଦ୍ଧି କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*