ନୂଆ ବସଷ୍ଟାଣ୍ଡ ପାଇଁ ପ୍ରାଥମିକ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ରାଜ୍ୟ ସରକାରଙ୍କ କଟକ ସହରର ବିକାଶ ଯୋଜନା ଅନୁଯାୟୀ ଶନିବାର ସକାଳେ ଗୋପଦ ଅଭିଯାନରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଖାନନଗର ଅଂଚଳ ପରିଦର୍ଶନ କରିଛନ୍ତି । ବିଶେଷ କରି ଖାନନଗର ଠାରେ ଏକ ନୂତନ ବସଷ୍ଟାନ୍ଦ ଓ କିଛି ସରକାରୀ ପ୍ରକଳ୍ପ ହେବାକୁ ପ୍ରସ୍ତାବ ଥିବାବେଳେ, ସେଠାରେ କେତେ ସରକାରୀ ଜମି ଉପଲବ୍ଧ ଅଛି, କେତେ ସରକାରୀ ଜାଗା ଅବରୋଧ ହୋଇଛି, ତାହାର ସରଜମିନ ଆକଳନ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗ,ରାଜସ୍ୱ ବିଭାଗ ଓ ମହାନଗର ନିଗମ ତରଫରୁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିପାଇଁ ଏକ ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ପ୍ରକାଶ ପାଇବା ପରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଥିଲେ । ଏହି ଅଭିଯାନରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, କଟକ ସଦର ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ମହାପାତ୍ର, ସଦର ତହସିଲଦାର ସମ୍ବିତ ଗଡନାୟକ ଓ ସିଏମସି ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯାନରେ ସାମିଲ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*