ନୀତୀଶ କାହିଁକି କଲେ,କାହିଁକି ଫୋନ୍‌ କଲେନି ଅମିତ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଜନତା ଦଳ ୟୁନାଇଟେଡ ବା ଜଦୟୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମୋର୍ଚ୍ଚା ବା ଏନ୍‌ଡିଏର ଅଂଶୀଦାର । ରାଜ୍ୟସଭା ଏନ୍‌ଡିଏ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ । ଲୋକସଭାରେ ତ ଅସୁବିଧା ନାହିଁ । ରାଜ୍ୟସଭାରେ ଖେଳ ଉଣେଇଶ ବିଶ୍‌ରେ । ତେଣୁ ଉପାଧ୍ୟକ୍ଷ ପଦ କେତେ ଗୁରୁତ୍ୱପୂର୍ଣ୍ଣ ସେ କଥା ମୋଦୀ ଓ ଶାହା ଭଲ ଭାବେ ଜାଣନ୍ତି ।
ପିଜେ କୁରିୟନ୍‌ଙ୍କ ରାଜ୍ୟସଭା ସଦସ୍ୟ ପଦ ସରିଗଲା ୨୦୧୮ରେ । ତେଣୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି ଉପନିର୍ବାଚନ ହେଲା । ଅଧ୍ୟକ୍ଷ ବୋଇଲେ ଉପରାଷ୍ଟ୍ରପତି । ଭାଜପାର ଭେଙ୍କେୟା ନାଇଡୁ ଅଛନ୍ତି ଉପରାଷ୍ଟ୍ରପତି । ତେଣୁ ଉପାଧ୍ୟକ୍ଷ ପଦ ଯେମିତି ଏନ୍‌ଡିଏରୁ ଉପା ହାତକୁ ଖସି ନଯାଏ, ସେଥିପାଇଁ ଶାହା ବାବୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହି ପଦରେ ବସାଇବାକୁ ମୁଖିଆଙ୍କୁ ପ୍ରସ୍ତାବ ଦେଇଥିଲେ । ଆମ ମୁଖିଆ ତ ଭିନ୍ନ ଚରିତ୍ରର ଲୋକ । କେହି ଶଙ୍ଖ ଦଳରୁ ଆଗକୁ ବଢୁ, କଦାପି ଚାହାଁନ୍ତି ନାହିଁ । ପୁଣି ରାଜ୍ୟସଭା ଉପାଧ୍ୟକ୍ଷ ଭାରି ସମ୍ମାନଜନକ ପୋଷ୍ଟ । ସେଥିରେ ପ୍ରସନ୍ନ ବସିଲେ, ମୁଖିଆଙ୍କୁ ମାଡ଼ି ପଡ଼ିବନି? ସେଥିଲାଗି ଶାହାଙ୍କ ପ୍ରସ୍ତାବରେ ରାଜି ହେଲେନି ମୁଖିଆ ।
ସେଇଠୁ ହରିବଂଶ ନାରାୟଣଙ୍କ ନାମ ପ୍ରସ୍ତାବ ଦେଲେ ଶାହା । ଜଦୟୁ ସୁପ୍ରିମୋ ନୀତୀଶ ବାବୁ ରାଜି ହେଇଗଲେ । କିନ୍ତୁ ସଂଖ୍ୟା ତ ହଉ ନଥିଲା ଏନଡିଏର । ସେଇଠୁ ଶାହା ଆମ ମୁଖିଆଙ୍କ ସହଯୋଗ ମାଗିଲେ । ନୀତୀଶ ବି ଫୋନ୍‌ କଲେ । ଯାହା ହଉ ଜଗନ ରେ‡ି, ଚନ୍ଦ୍ରଶେଖରଙ୍କ ସମର୍ଥନ ସହିତ ଆମ ମୁଖିଆ ବି ହରିବଂଶଙ୍କୁ ସପୋର୍ଟ କଲେ ଓ ସେ ଜିତିଲେ ।
ତାଙ୍କ କାର୍ଯ୍ୟକାଳ ସରିଗଲା ଏପ୍ରିଲରୁ । ସେ ପୁଣି ରାଜ୍ୟସଭାକୁ ଆସିଚନ୍ତି । କିନ୍ତୁ ଉପାଧ୍ୟକ୍ଷ ପଦ ଲାଗି ତାଙ୍କୁ ଏନ୍‌ଡିଏ ପୁଣି ପ୍ରାର୍ଥୀ କରିଛି ।
ହେଲେ ଏଥର ଆଉ ଶାହା ଆମ ମୁଖିଆଙ୍କୁ ଫୋନ କଲେନି । ରାଜ୍ୟସଭା ନେତା ଥୱରଚାନ୍ଦ କି ଉପନେତା ପୀୟୂଷ ଗୋଏଲ ବି ଫୋନ କଲେନି ।
ନୀତୀଶଙ୍କ ଦଳରୁ ଯେତେବେଳେ ହରିବଂଶ, ସେଥିପାଇଁ ତାଙ୍କୁ ଫୋନ୍‌ କରିବାକୁ ପଡ଼ିଲା ମୁଖିଆଙ୍କୁ । ତଥାପି ନବୀନ ବାବୁ ଆଶା କରୁଥିଲେ କାଳେ ମୋଦୀ କି ଶାହା ପଦୁଟିଏ କଥା ହେବେ, ତାହା ବି ହେଲାନି । ଯାହା ହଉ ନୀତୀଶଙ୍କୁ ଆଉ ଥରେ ଫୋନ କରିବାକୁ ପଡ଼ିଲା । ମୁଖିଆ ବି ରାଜି ହେଇଗଲେ ।
ବଦଳି ଯାଉଛି କି ଶଙ୍ଖ ଓ ପଦ୍ମ ବୁଝାମଣା?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*