ନିରବ ଏବଂ ମେହୁଲଙ୍କ ୧୩୫୦ କୋଟିର ଗହଣା ଭାରତ ଆଣିଲା ଇଡି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପିଏନବି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନିରବ ମୋଦୀଙ୍କ ସମ୍ପତ୍ତି ଜବତ କରିବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏହି କ୍ରମରେ ବୁଧବାର ବଡ଼ ସଫଳତା ପାଇଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) । ଇଡି ନିରବ ଏବଂ ଅନ୍ୟ ଅଭିଯୁକ୍ତ ମେହୁଲ ଚୌକସିଙ୍କ ୧୩୫୦କୋଟି ଟଙ୍କାର ହୀରା, ମୋତି ଓ ଗହଣାକୁ ଜବତ କରି ହଂକଂ ଫାର୍ମରୁ ଭାରତ ଆଣିଛି । ଆଗକୁ ନିରବ ଏବଂ ତାଙ୍କ ପରିବାର ନାମରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତିକୁ ଜବତ କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି ।
ବର୍ତ୍ତମାନ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ନିରବ ଓ ତାଙ୍କ ପରିବାରର ସମ୍ପତ୍ତି ରହିଛି । ମୁମ୍ବାଇର ୱର୍ଲି ସ୍ଥିତ ସି ଫେସିଂ ସମୁଦ୍ର ମହଲ ଚର୍ଚ୍ଚାରେ ଅଛି । ନିରବ ତାଙ୍କ ପତ୍ନୀଙ୍କ ନାମରେ ଏହି ଫ୍ଲାଟ୍‌ ଥିବାବେଳେ ଏହାର ମୂଲ୍ୟ ୯୦୦କୋଟି ଟଙ୍କା ଆକଳନ କରାଯାଇଛି । ସେହିପରି ମୁମ୍ବାଇ କୁର୍ଲାୱେଷ୍ଟରେ ଥିବା ସମ୍ପତ୍ତିର ମୂଲ୍ୟ ୯୦କୋଟି ରହିଛି । ନିରବଙ୍କ ପେନିଂସୁଲା ବିଜନେସ୍‌ ପାର୍କରେ ଏକ ବ୍ୟବସାୟିକ ପ୍ରପଟି ରହିଛି । ଏହାକୁ ମଧ୍ୟ ଜବତ କରାଯାଇପାରେ । ଏହି ପ୍ରପଟିର ମୂଲ୍ୟ ୭୯କୋଟି ଆକଳନ କରାଯାଇଛି । ଏହିଭଳି ଅନେକ ସମ୍ପତ୍ତି ରହିଛି ଯାହାର ମୂଲ୍ୟ ପାଖାପାଖି ୧ହଜାର କୋଟି ହେବ । ଏହି ସମ୍ପତ୍ତି ଜବତ କରି ପିଏନବି ଠକେଇର କ୍ଷତିପୂରଣ କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*