ନାଲ୍କୋର ନୂତନ ବ୍ୟବସାୟିକ ଯୋଜନା ୨୦୨୦ ସୁଦ୍ଧା ନିଟ୍ ଲାଭ ୨୦୦୦ କୋଟି ଟଙ୍କାରେ ପହଞ୍ଚାଇବା ଲକ୍ଷ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ସଫଳତା କୌଣସି ଅନୁଷ୍ଠାନକୁ ଆଗେଇ ଯିବାର ରାସ୍ତା ଦେଖାଇଥାଏ, ପ୍ରତିକୂଳ ବ୍ୟବସାୟିକ ପରିସ୍ଥିତିରେ ମଧ୍ୟ ନିରନ୍ତର ଭାବେ ସଫଳତା ହାସଲ କରିବା ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ନିଜକୁ ପ୍ରତିରୋଧ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏସିଆନ୍ ସ୍କୁଲ୍ ଅଫ ବିଜ୍ନେସ୍ ମ୍ୟାନେଜ୍ମେଣ୍ଟ୍ଠାରେ ଆୟୋଜିତ ୨ ଦିନିଆ ପଞ୍ଚମ ଜାତୀୟ ମ୍ୟାନେଜ୍ମେଣ୍ଟ୍ ସମ୍ମେଳନର ଉଦ୍ଘାଟନ ଅବସରରେ ନାଲ୍କୋ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଛନ୍ତି ।
ନାଲ୍କୋର ସଫଳତା ଗାଥା ସମ୍ପର୍କରେ ଉଲ୍ଲେଖ କରି ଡଃ ଚାନ୍ଦ କହିଛନ୍ତି ଯେ ସମଗ୍ର ବିଶ୍ୱ ଯେତେବେଳେ ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲା, ସେତେବେଳେ ନାଲ୍କୋ ଏକ ନୂତନ ବ୍ୟବସାୟିକ ମଡେଲ୍ର ସଂରଚନା କରିବାକୁ ନିଷ୍ପତ୍ତି ନେଇଥିଲା, ଯାହାର ମୁଖ୍ୟ ଲକ୍ଷ୍ୟ ମାନଦନ୍ଦ ନିର୍ଦ୍ଧାରଣ ଏବଂ ପରିମାଣ ଭିତ୍ତିକ ହେବ । ଏହି୍ୟବ୍ୟବସାୟିକ ମଡେଲ୍ ଆଧାରରେ କମ୍ପାନୀର ନିଟ୍ ଲାଭ ଦ୍ୱିଗୁଣିତ ହୋଇ ୨୦୧୬-୧୭ର ୬୬୯ କୋଟି ଟଙ୍କାରୁ ୨୦୧୭-୧୮ରେ ୧୩୪୨ କୋଟି ଟଙ୍କାରେ ପହଞ୍ଚିଥିଲା । ବର୍ତ୍ତମାନ, କମ୍ପାନୀ ଅର୍ଥନୈତିକ କ୍ଷେତ୍ରରେ ଅଧିକ ସଫଳତା ହାସଲ କରି ୨୦୨୦ ସୁଦ୍ଧା ୨୦୦୦ କୋଟି ଟଙ୍କା ଏବଂ ଆଗାମୀ ୩ ବର୍ଷରେ ୨୫୦୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି । ଏତଦ୍ବ୍ୟତୀତ, ବ୍ୟବସାୟିକ ଉକôର୍ଷକୁ ବଜାୟ ରଖିବା ପାଇଁ କମ୍ପାନୀ ନିରନ୍ତର ଭାବେ ନୂତନତ୍ୱ, ନୂତନ ବୈଷୟିକ ଜ୍ଞାନକୌଶଳ ଗ୍ରହଣ, ଉତ୍ପାଦନ ବ୍ୟୟ ହ୍ରାସ ଏବଂ ମାନବସମ୍ବଳର ବିକାଶ ଦିଗରେ କାର୍ଯ୍ୟ କରୁଛି ବୋଲି ଡଃ ଚାନ୍ଦ କହିଛନ୍ତି ।
ଏହି ଅବସରରେ, ଡଃ ଚାନ୍ଦ ଏଏସ୍ବିଏମ୍ର ନୁ୍ୟଜ୍ଲେଟର୍ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ଏଏସ୍ବିଏମ୍ର ପ୍ରତିଷ୍ଠାତା ଏବଂ ନିଦେ୍ର୍ଦଶକ ପ୍ରଫେସର୍ ବିଶ୍ୱଜିତ ପଟ୍ଟନାୟକ, ସଦର୍ଣ୍ଣ ୟୁନିଭର୍ସିଟି, ଲୁଇସିଆନା, ୟୁଏସ୍ଏ ର ସିନିୟର୍ ଆସୋସିଏଟ୍ ଭାଇସ୍ ଚାନ୍ସେଲର୍ ପ୍ରଫେସର୍ ବିଜୟ କୁମାର ସାହୁ, ଆଇସିଏଓର ପୂର୍ବତନ ନିଦେ୍ର୍ଦଶକ ତଥା ଓପିଏସ୍ସିର ପୂର୍ବତନ ଅଧ୍ୟକ୍ଷ ବିବେକ ପଟ୍ଟନାୟକ ଏବଂ ନାଲ୍କୋର ପୂର୍ବତନ ଅଧ୍ୟକ୍ଷ ଜି. ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*