ନଈଗୁଆଁ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ଅଚଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସାଲେପୁର

ଗ୍ରାମାଞ୍ଚଳ ଲୋକଙ୍କୁ ଶୁଦ୍ଧ ଓ ନିର୍ମଳ ପାନୀୟ ଜଳ ଯୋଗାଇବା ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ପମ୍ପ ହାଉସ ନିର୍ମାଣ କରି ପାନୀୟଜଳ ଯୋଗାଇ ଦିଆଯାଉଥିବା ବେଳେ ସଲେପୁର ବ୍ଲକରେ ଏହାର ବ୍ୟତିକ୍ରମ ଘଟିଛି । ନଇଗୁଆଁ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ପମ୍ପ ହାଉସ ଗତ ଫନି ବାତ୍ୟା ଦିନ ଠାରୁ ଅଚଳ ହୋଇପଡିଛି ।
ସାଲେପୁର ବ୍ଲକ ଅନ୍ତର୍ଗତ ନଇଗୁଆଁ ଗ୍ରାମପଞ୍ଚାୟତରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପଞ୍ଚାୟତରାଜ ବିଭାଗର ବସୁଧା ଯୋଜନାରେ ସମସ୍ତଙ୍କ ପାଇଁ ପିଇବା ପାଣି ଯୋଗାଇବା ପାଇଁ ପମ୍ପହାଉସ ନିର୍ମାଣ କରାଯାଇ ବିଭିନ୍ନ ଗ୍ରାମକୁ ପାଇପ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା । ଗତ ଫନି ବାତ୍ୟାରେ ଏହି ଅଞ୍ଚଳରେ ବିଦୁ୍ୟତ ଖୁଣ୍ଟ ଗୁଡିକ ଉପୁଡିଯିବାରୁ ବିଦୁ୍ୟତ୍ ବିଭାଗ ପକ୍ଷରୁ ଏହି ପଞ୍ଚାୟତର ବିଭିନ୍ନ ସ୍ଥାନରେ ନୂଆ ବିଦୁ୍ୟତ୍ ଖୁଣ୍ଟମାନ ପକାଯାଇଥିଲା । ଏହି ବିଦୁ୍ୟତ୍ ଖୁଣ୍ଟ ଖୋଳାଯିବା ସମୟରେ ବିଦୁ୍ୟତ୍ କର୍ମଚାରୀମାନଙ୍କ ଅସାବଧନତା ଯୋଗୁଁ ମାଟି ତଳେ ଯାଇଥିବା ପାଣିପାଇପ ଗୁଡିକ ବିଭିନ୍ନ ସ୍ଥାନରେ ଫାଟି ଯାଇଥିଲା । ଫଳରେ ପମ୍ପ ହାଉସରେ ପାଣିପମ୍ପ ଚଳାଇବାରୁ ମାଟିତଳେ ଯାଇଥିବା ପାଣି ପାଇପ୍ ଫାଟି ଯାଇଥିବା ସ୍ଥାନରେ ପ୍ରଚୁର ମାତ୍ରାରେ ପାଣି ଲିକ୍ କରି ନଷ୍ଟ ହେବାକୁ ଲାଗିଥିଲା । ଏହି କାରଣରୁ ଉକ୍ତ ଦିନ ଦିନଠାରୁ ଏହି ପମ୍ପ ହାଉସଟି ଅଚଳ ହୋଇପଡିଛି । ଇତି ମଧ୍ୟରେ ୧୦ ମାସ ବିତିଯାଇଥିଲେ ମଧ୍ୟ ମାଟି ତଳେ ଯାଇଥିବା ପାଣି ପାଇପକୁ ମରାମତି କରାଯାଉନାହିଁ । ଯାହାଫଳରେ ଏହି ପମ୍ପ ହାଉସଟି ଅଚଳ ହୋଇପଡିଛି । କିଛି ଦିନତଳେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ଏହି ପମ୍ପହାଉସ୍ ଘରଟିକୁ ରଙ୍ଗମାରି ବୋର୍ଡ ଲେଖି ଚାଲିଯାଇଥିବା ବେଳେ ଦୀର୍ଘ ମାସ ଧରି ଏହି ପଞ୍ଚାୟତର ମାଟିତଳେ ବିଭିନ୍ନ ସ୍ଥାନରେ ଫାଟି ରହିଥିବା ପାଣିପାଇପ ଗୁଡିକୁ ମରାମତି କରାଯାଉନଥିବାରୁ ଏହି ପଞ୍ଚାୟତରେ ନିର୍ମାଣ ହୋଇଥିବା ପମ୍ପ ହାଉସ୍ଟି ସମ୍ପୂର୍ଣ୍ଣ ଅକାମି ହୋଇ ପଡିରହିଛି । ଆଗକୁ ଖରାଦିନ ଆସୁଥିବାରୁ ଏହି ପଞ୍ଚାୟତ ପମ୍ପ ହାଉସ୍ଟିକୁ ସଚଳକରି ଏହି ପଞ୍ଚାୟତର ବିଭିନ୍ନ ଗ୍ରାମର ଜନସାଧାରଣଙ୍କୁ ପାଇଁ ପାନୀୟ ଜଳ ଯୋଗାଇଦିଆଯିବା ପାଇଁ ଏହି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବିହୋଇଛି । ଏ ସଂପର୍କରେ ନଈଗୁଆଁ ପଞ୍ଚାୟତର ସରପଞ୍ଚ ପ୍ରମୋଦ କୁମାର ରାଉତଙ୍କୁ ପଚାରିବାରୁ ଗତ ଫନି ବାତ୍ୟା ସମୟରୁ ବିଦୁ୍ୟତ୍ ଖୁଣ୍ଟ ପକାଇବା ସମୟରେ ବିଭିନ୍ନ ସ୍ଥାନରେ ପାଇପ୍ ଫାଟି ଯିବାରୁ ପାଣି ବାହାରି ପାନୀୟ ଜଳ ନଷ୍ଟ ହେଉଛି । ତେଣୁ ଉକ୍ତ ଦିନ ଠାରୁ ଏହି ପମ୍ପ ହାଉସ୍ ଅଚଳ ହୋଇଛି । ଏହାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ମରାମତି କରାଯାଉନାହିଁ । ଫଳରେ ଏହି ପମ୍ପ୍ ହାଉସ୍ଟି ଏବେ ଅଚଳ ଅବସ୍ଥାରେ ରହିଛି ବୋଲି ସେ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*