ଧୁମ୍‌ଧାମ୍‌ରେ ହେଲା ଷଣ୍ଢ-ଗାଈ ବାହାଘର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁରାଦାବାଦ

ଭାରତରେ ଅଜବ ପ୍ରକାରର ରୀତିନୀତି ରହିଛି । ଏହା ଫଛରେ ଅଛି ଭିନ୍ନଭିନ୍ନ ମାନ୍ୟତା । କେଉଁଠି ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲିଙ୍କ ବିବାହ କରାଯାଏ ତ ଆଉ କେଉଁଠି ଭଲ ଫସଲ ପାଇଁ ଲଙ୍ଗଳା ନୃତ୍ୟ । ଉତ୍ତରପ୍ରଦେଶର ମୁରାଦାବାଦରେ ମଧ୍ୟ ଦେଖିବାକୁ ମିଳିଛି ଷଣ୍ଢ-ଗାଈର ବାହାଘର । ସାଧାରଣ ବାହାଘର ଭଳି ବ୍ୟାନ୍ଦ-ବାଜା ସହ ବରଯାତ୍ରୀମାନେ ବାହାରିଥିଲେ ।
ଏହି ନିଆରା ବାହାଘରର ଉଦେ୍ଦଶ୍ୟ ହେଉଛି ଗୋ-ସଂରକ୍ଷଣକୁ ପ୍ରାଧାନ୍ୟ ଦେବା । ଗୋପାଷ୍ଟମୀ ଅବସରରେ ମୁରାଦାବାଦରେ ଏହି ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ସାଧାରଣ ବାହାଘର ଭଳି ଷଣ୍ଢ-ଗାଈଙ୍କ ବାହାଘର ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ କରାଯାଇଥିଲା । ବ୍ୟାନ୍ଦ-ବାଜା ସହ ନାଚିନାଚି ବରଯାତ୍ରୀ ଆସିଥିଲେ, ସେମାନଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ଭୋଜନରେ ଆପ୍ୟାୟିତ କରାଯାଇଥିଲା । ଏହି ଉତ୍ସବକୁ ଦେଖିବା ପାଇଁ ଲୋକେ ବାହାର ସ୍ଥାନରୁ ମଧ୍ୟ ଆସିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*