ଦେବାଶିଷଙ୍କ ଆକର୍ଷଣୀୟ ଶତକ: ଦୃଢ ସ୍ଥିତିରେ ଓଡ଼ିଶା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ନିଜ ଶେଷ ରଣଜୀ ମ୍ୟାଚ୍‌ ନିହାତି ଜିତିବା ଦରକାର କରୁଥିବା ଓଡ଼ିଶା ସେ ଦିଗରେ ଅଗ୍ରସର ହୋଇଛି । ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନର ଖେଳ ସରିବା ବେଳକୁ ଘରୋଇ ଓଡ଼ିଶା ନିଜ ସ୍ଥିତି ସୁଦୃଢ କରିଛି । କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁରୁବାର ଷ୍ଟମ୍ପ ପ୍ରତ୍ୟାହୃତ ହେଲା ବେଳକୁ ଝାଡ଼ଖନ୍ଦ ତାହାର ପ୍ରଥମ ଇନିଂସରେ ୨ ୱିକେଟ ହରାଇ ୭୧ ରନ୍‌ କରିଥିଲା । ସୂରଜ ୬୬ ବଲରୁ ୮ ଚୌକା ସହ ୪୨ ଏବଂ ଉକ୍ରର୍ଷ ସିଂ ୨୦ ବଲରୁ ୧୦ ରନ୍‌ କରି ଅପରାଜିତ ଥିଲେ । ଦୁଇ ଓପନର ଦେଓବ୍ରତ ୧୬ ଏବଂ ସିହ୍ନା ୧ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି । ବସନ୍ତ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଭାଗ କରିଛନ୍ତି ଗୋଟିଏ ଲେଖାଏଁ ୱିକେଟ୍‌ । ପୂର୍ବରୁ ଓଡ଼ିଶା ତାହାର ପ୍ରଥମ ଇନିଂସରେ ୪୩୬ ରନ୍‌ କରି ଅଲଆଉଟ୍‌ ହୋଇଥିଲା ।
ଓଡ଼ିଶା ଦଳ ୪ ୱିକେଟ୍‌ରେ ୨୦୫ ରନ୍‌ରୁ ଗୁରୁବାର ଆଗକୁ ଖେଳିଥିଲା । ବିପ୍ଳବ ୧୬ ଏବଂ ଦେବାଶିଷ ସାମନ୍ତରାୟ ୬୭ ରନ୍‌ରୁ ଜାରି କରିଥିଲେ ଆଉଥରେ ବ୍ୟାଟିଂ । ତେବେ ବିପ୍ଲବ ପାଇନଥିଲେ ଶତକ । ୭୪ ରନ୍‌ କରିବା ପରେ ସେ ଆଶିଷ କୁମାରଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଓଡ଼ିଶାର ପ୍ରଥମ ଇନିଂସରୁ ସମ୍ମାନ ଏବଂ ଦୃଢତା ଦେବାରେ ବାମହାତୀ ଦେବାଶିଷଙ୍କ ଭୂମିକା ବିଶେଷ ରହିଛି । ୨୩ ବର୍ଷିୟ ଦେବାଶିଷ ନିଜ ତୃତୀୟ ରଣଜୀ ଶତକ ଗୁରୁବାର ହାସଲ କରିଛନ୍ତି । ୯ମ ଖେଳାଳି ଭାବରେ ସେ ଆଉଟ୍‌ ହେଲା ବେଳକୁ ୧ ଛକା ଏବଂ ୨୬ ଚୌକା ସହ ୩୪୯ ବଲରୁ ୧୫୬ ରନ୍‌ ସ୍କୋର କରିଥିଲେ । ବଲ୍‌କୁ ଦେଖି ତାଙ୍କ ସ୍କୋର କିଛିଙ୍କୁ ଧିମା ଲାଗିପାରେ । ହେଲେ ରଣଜୀ ମ୍ୟାଚ୍‌ର ଗୁରୁତ୍ୱକୁ ଦେଖିଲେ ତାଙ୍କର ଏହି ଇନିଂସ ଦଳ ପାଇଁ ବଡ଼ ଫାଇଦାପୂର୍ଣ୍ଣ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ ୨୬, ଧୂପର ୨୦ ଏବଂ ସୂର୍ଯ୍ୟକାନ୍ତ ୧୨ ରନ୍‌ର ଯୋଗଦାନ ଦେଇଥିଲେ । ଝାଡଖନ୍ଦ ପକ୍ଷରୁ ଆଶିଷ କୁମାର ୭୯ ରନ୍‌ ଦେଇ ୬ଟି ସଫଳତା ହାସଲ କରି ଓଡ଼ିଶାର ବିଶେଷ କ୍ଷତି ଘଟାଇଥିଲେ । ଆହୁରି ଦୁଇଦିନର ଖେଳ ବାକି ଥିଲା ବେଳେ ଓଡ଼ିଶା ବିଜୟ ପାଇଁ ନିଜ ଚାପ ଜାରି ରଖିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*