ଦୁଲୀପ ଟ୍ରଫିରେ ବଡ଼ ପରିବର୍ତ୍ତନ କରନ୍ତୁ ସୌରଭ: ସଚିନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଭାରତର କି୍ରକେଟ ଆଇକନ୍‌ ସଚିନ ତେନ୍ଦୁଲକର ମଙ୍ଗଳବାର ପ୍ରତିକି୍ରୟା ଦେଇ କହିଛନ୍ତି ଭାରତୀୟ କି୍ରକେଟ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲୀ ତୁରନ୍ତ ଦୁଲୀପ ଟ୍ରଫିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ବର୍ତ୍ତମାନ ଯେପରି ଭାବରେ ଦୁଲୀପ ଟ୍ରଫି ଖେଳାଯାଉଛି ସେଥିରେ ଖେଳାଳିମାନେ ଦଳ ଅପେକ୍ଷା ନିଜ ପ୍ରସିଦ୍ଧି ସକାଶେ ପ୍ରୟାସ କରୁଛନ୍ତି । ଦୁଲୀପ ଟ୍ରଫିର ଦଳଗୁଡିକ ଭିତରେ ଦଳୀୟ ଏକତା ଆଉ ଦେଖାଯାଉନାହିଁ । ତେଣୁ ସେ ଚାହିଁଛନ୍ତି ଦୁଲୀପ ଟ୍ରଫି ପ୍ରତିଯୋଗିତା ଉପରେ ସୌରଭ ତୁରନ୍ତ ଧ୍ୟାନ ଦିଅନ୍ତୁ । ସଚିନ କହିଛନ୍ତି ମୁଁ ଏବେ ଶୁଣିବାକୁ ପାଉଛି ଖେଳାଳିମାନେ ଦଳର ପ୍ରଦର୍ଶନ ଅପେକ୍ଷା ଦୁଲୀପ ଟ୍ରଫିରେ ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ଅଧିକ ଲାଳାୟିତ ହେଉଛନ୍ତି । ଏହା ଆଦୌ ଭଲ କଥା ନୁହେଁ । ପୂର୍ବରୁ ଦୁଲୀପ ଟ୍ରଫି ଜୋନଲଭିତ୍ତିକ ଖେଳାଯାଉଥିଲା । ହେଲେ ଏବେ ବର୍ତ୍ତମାନ ଏହା ଇନ୍ଦିଆ ବ୍ଲୁ, ଇନ୍ଦିଆ ଗ୍ରୀନ ଏବଂ ଇନ୍ଦିଆ ରେଡ୍‌ ଦଳଗୁଡିକୁ ନେଇ ଖେଳାଯାଉଛି । ରବିବାର ଦିନ ଭାରତୀୟ କ୍ରୀକେଟ ବୋର୍ଡ ତାହାର ବାର୍ଷିକ ସାଧାରଣ ବୈଠକ କରିବାକୁ ଯାଉଥିଲା ବେଳେ ସଚିନ କହିଛନ୍ତି ସେହି ବୈଠକରେ ସମୟ ବାହାର କରି ସୌରଭ ଦୁଲୀପ ଟ୍ରଫି ବିଷୟରେ ଆଲୋଚନା କରିବା ଦରକାର । ସଚିନ ପରାମର୍ଶ ଦେଇ କହିଛନ୍ତି ରଣଜୀ ଟ୍ରଫି ପରେ ପରେ ଦୁଲୀପ ଟ୍ରଫି ଖେଳାଯିବା ଦରକାର । ଏଥିରେ ସେମି ଫାଇନାଲକୁ ଯାଇଥିବା ୪ ରଣଜୀ ଦଳ ସହ ଭାରତୀୟ ୧୯ ଓ ୨୩ବର୍ଷରୁ କମ୍‌ ଦୁଇ ଦଳଙ୍କୁ ମଧ୍ୟ ସାମିଲ କରାଯିବା ଉଚିତ୍‌ । ଏପରି କଲେ ଦୁଲୀପ ଟ୍ରଫିର ବଢିବ ବୋଲି ସଚିନ ମନେ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*