ଦାୟିତ୍ୱ ଗ୍ରହଣ କଲେ ଫଡନାବିସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ରରେ ରାଜନୈତିକ ପରିସ୍ଥିତିକୁ ନେଇ ମହାଡ୍ରାମା ଚାଲିଥିଲା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସେ ମନ୍ତ୍ରଣାଳୟ ପହଞ୍ଚି ପ୍ରଥମେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିର ଚେକ୍‌ରେ ହସ୍ତାକ୍ଷର କରିଥିଲେ ଏବଂ ଚେକ୍‌କୁ କୁସୁମ ଭେଙ୍ଗୁରଲେକରଙ୍କୁ ପ୍ରଦାନ କରିଥିଲେ । ପୂର୍ବରୁ ଫଡ଼ନାବିସ୍‌ ଏବଂ ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ଏକାସଙ୍ଗେ ବିଧାନସଭାରେ ପହଞ୍ଚିଥିଲେ । ସେଠାରେ ସେମାନେ ପୂର୍ବ-ମୁଖ୍ୟମନ୍ତ୍ରୀ ତଥା ଦିବଙ୍ଗତ ନେତା ଯଶବନ୍ତରାଜ ଚୌହ୍ୱାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଅନ୍ୟପଟେ ମହାରାଷ୍ଟ୍ରରେ ଆସ୍ଥାଭୋଟ୍‌ ନେଇ ସୁପି୍ରମକୋର୍ଟ ମଙ୍ଗଳବାର ସକାଳ ସାଢେ ୧୦ଟାରେ ନିଷ୍ପତ୍ତି ଶୁଣାଇଲେ । କଂଗ୍ରେସ, ରାକପା ଏବଂ ଶିବସେନା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସୁପି୍ରମକୋର୍ଟରେ ଆବେଦନ କରାଯାଇଥିଲା ବେଳେ ଏହି ତିନି ଦଳ ସେମାନଙ୍କ ଦଲିଲ ଉପସ୍ଥାପିତ କରିଛନ୍ତି । ସୂଚନାଯୋଗ୍ୟ ଯେ,ଭିନ୍ନ ଘଟଣାକ୍ରମରେ ଶନିବାର ସକାଳ ୮ଟାରେ ସମସ୍ତଙ୍କୁ ଚକିତ କରି ଦେବେନ୍ଦ୍ର ଫଡନାବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*