ଡବଲ ରୋଲରେ ଜ୍ୟୋତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଲିଉଡର ଜଣାଶୁଣା ନାୟକ ଜ୍ୟୋତି ଏବେ ଏକ ନୂଆ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଜଣାଯାଇଛି । ହଁ, ଏବେ ଯେଉଁ ଏକ ସିନେମାରେ କାମ କରିବାକୁ ଯାଉଛନ୍ତି, ସେଥିରେ ତାଙ୍କୁ ଡବଲ ରୋଲରେ ଦେଖିବାକୁ ପାଇବେ ଦର୍ଶକ । ଏଠାରେ ଯେଉଁ ସିନେମା କଥା କୁହାଯାଉଛି ତାର ଟାଇଟଲ ହେଲା ‘ହିରୋ ନଂ ଜିରୋ’ । ଏଥିରେ ନବାଗତା ଖୁସି ଅଛନ୍ତି ନାୟିକା ଭୂମିକାରେ । ଜ୍ୟୋତି-ଖୁସିଙ୍କ ବ୍ୟତୀତ ପ୍ରଦୁ୍ୟମ୍ନ ଲେଙ୍କା, ବବି ମିଶ୍ର, ଶ୍ରୀତମ ଦାସ, ବିଜୁ ବଡ଼ଜେନା, ପୃଥ୍ୱୀରାଜ ନାୟକ, ପ୍ରତିଭା ପନ୍ଦା ପ୍ରମୁଖ କଳାକାର ଅଭିନୟ କରିବେ ବୋଲି ଜଣାପଡ଼ିଛି ।
ଖୁସି କ୍ରିଏସନ୍‌ସ ବ୍ୟାନରରେ ନିର୍ମିତ ହେବାକୁ ଥିବା ନୂଆ ଓଡ଼ିଆ ସିନେମା ‘ହିରୋ ନଂ ଜିରୋ’ର ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ନିଦେ୍ର୍ଦଶନା ଦାୟିତ୍ୱରେ ଅଛନ୍ତି ‘ପ୍ରେମ ପାଇଁ ମହାଭାରତ’ର ନିଦେ୍ର୍ଦଶକ ନିରଞ୍ଜନ ବେହେରା । ସ୍ମୃତିରଞ୍ଜନ ବିଶ୍ୱାଳଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେବାକୁ ଥିବା ଉକ୍ତ ସିନେମାର କାହାଣୀ ସମ୍ପୂର୍ଣ୍ଣ ମୌଳିକ ବୋଲି କୁହାଯାଉଛି । ଏଥିରେ ଲଭ୍‌, ଇମୋସନ୍‌, ଆକ୍ସନ ରହିଛି । ‘ହିରୋ ନଂ ଜିରୋ’ର ସଙ୍ଗୀତକାର ହେଲେ ମଳୟ ମିଶ୍ର ।
କଲର୍ସ ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ’ ‘ମିଠା ମିଠା ଯୋଡ଼ି’ର ବିଜେତା ହେବା ପରେ ଜ୍ୟୋତି ଫିଲ୍ମ ‘ଦେଲେ ଧରା କଥା ସରେ’ ଜରିଆରେ ନାୟକ ଭାବେ ଡେବୁ୍ୟ କରିଥିଲେ । ଏହାପରେ ଜ୍ୟୋତି ଆଉ ପଛକୁ ଫେରି ଚାହିଁନାହାନ୍ତି । ଜ୍ୟୋତିଙ୍କୁ ଦର୍ଶକ ଇତି ମଧ୍ୟରେ ‘ମିଠା ମିଠା’, ‘ଦିଲ୍‌ କା ରାଜା’, ‘ନିଝୁମ୍‌ ରାତିର ସାଥୀ’, ‘ଓଲେ ଓଲେ ଦିଲ୍‌ ବୋଲେ’, ‘ହାପି ଲକି’, ‘ସାଥୀ ତୁ ଫେରିଆ’, ‘ପ୍ରେମ ଅଲଗା ପ୍ରକାର’ ଓ ‘ପ୍ରେମ୍‌ରେ ରଖିଚି ଶହେରୁ ଶହେ’ ଆଦି ଓଡ଼ିଆ ସିନେମାରେ ନାୟକ ଭାବେ ଦେଖିବାକୁ ପାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*