ଟି-୨୦ ସିରିଜ ଆଜି ସିଲ୍‌ କରିବା ପ୍ରୟାସରେ ଟିମ୍‌ ଇଣ୍ଡିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ହାଇଦ୍ରାବାଦର ହାଇସ୍କୋରିଂ ମ୍ୟାଚରେ ବିଜୟୀ ହୋଇଥିବା ଟିମ୍‌ ଇଣ୍ଡିଆ ରବିବାର ୱେଷ୍ଟଇନ୍ଦିଜ ବିପକ୍ଷ ଟି-୨୦ ସିରିଜକୁ ସିଲ୍‌ କରିବା ଲାଗି ଏଠାରେ ଚେଷ୍ଟା କରିବ । ୧-୦ର ଅଗ୍ରତା ହାସଲ କରିସାରିଥିବା ଭାରତ ରବିବାରର ମ୍ୟଚ୍‌ ଏଠାରେ ଯଦି ଜିତିଯାଏ ତା’ହେଲେ ୨-୦ରେ ସିରିଜ ସିଲ୍‌ କରିନେବ । ଗତ ୧୩ମାସ ମଧ୍ୟରେ ଭାରତ ୬ଟି ଟି-୨୦ ଆନ୍ତର୍ଜାତୀକ ମ୍ୟାଚ୍‌ ଇଣ୍ଡିଜ ବିପକ୍ଷରେ ଖେଳିଥିଲା ବେଳେ ସବୁତକ ଜିତିଛି । ଶୁକ୍ରବାର ହାଇଦ୍ରାବାଦରେ ବିରାଟଙ୍କ ୯୪ ରନ୍‌ ବଳରେ ଭାରତ ସହଜ ବିଜୟ ପାଇଥିଲା । ଭାରତ ଯଦି ରବିବାରର ମ୍ୟାଚ୍‌ ଜିତେ ତା’ହେଲେ ଶେଷ ମ୍ୟାଚ୍‌ରେ କିଛି ନୂଆ ଖେଳାଳିଙ୍କୁ ପରଖିବା ପାଇଁ ସୁଯୋଗ ଦେଇପାରେ । ତେବେ ରବିବାର ମ୍ୟାଚକୁ ନେଇ ଭାରତୀୟ ଦଳର ସବୁଠାରୁ ବଡ଼ ଆଶଙ୍କା ରହିଛି ବୋଲିଂ ବିଭାଗ । ତା’ସହ ଫିଲ୍ଡିଂ ମଧ୍ୟ ଆଶଙ୍କା କାରଣ । ଶୁକ୍ରବାର ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଦଳ ଖୁବ୍‌ ବାଜେ କରିଥିଲା । ତେଣୁ ରବିବାର ତାହାକୁ ସୁଧାରିବା ପାଇଁ ଚାହିଁବେ ଟିମ୍‌ ଇଣ୍ଡିଆର ଖେଳାଳିମାନେ । ତେବେ ରାହୁଲ ଓ ବିରାଟ ଫର୍ମରେ ଥିବାରୁ ଭାରତ ପାଇଁ ବ୍ୟାଟିଂ ଚିନ୍ତା ବିଶେଷ ନାହିଁ କହିଲେ ଭୁଲ୍‌ ହେବ ନାହିଁ ।
ଅମିତାଭଙ୍କୁ ଧନ୍ୟବାଦ ଜଣାଇଲେ ବିରାଟ
ହାଇଦ୍ରାବାଦର ମ୍ୟାଚ୍‌ ପରେ ପରେ ମେଗାଷ୍ଟାର ଅମିତାଭ ବଚ୍ଚନ ବିରାଟଙ୍କ ବଡ଼ ପ୍ରଶଂସା କରିଥିଲେ ନିଆରା ଢଙ୍ଗରେ । ସେ ହିନ୍ଦୀ ଡାଇଲଗରେ ବିରାଟଙ୍କୁ ଜମା ରଗାଅନି ବୋଲି ମୁଁ ତୁମକୁ ଆଗରୁ କହିଥିଲି । ହେଲେ ତୁମେ ମୋ କଥା ଶୁଣିଲ ନାହିଁ । ଦେଖ ସେ କିପରି ତୁମର ରସିଦ୍‌ କାଟିଲେ ବୋଲି ଲେଖିଥିଲେ । ଶନିବାର ଧନ୍ୟବାଦ ଜଣାଇ ବିରାଟ ଅମିତାଭଙ୍କୁ ତାଙ୍କ ଜୀବନର ଜଣେ ସଦା ଉତ୍ସାହ ପ୍ରଦାନକାରୀ ବ୍ୟକ୍ତି ଭାବେ ବତାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*