ଜ୍ୱାଇଁ ଘରେ ଗୁଣ୍ଡା ଲଗାଇ ୬ ଜଣଙ୍କୁ ହାଣି କଲେ ଗୁରୁତର,ଝିଅର ବାପାଙ୍କ ସମେତ ୫ ଗିରଫ : ୩୦ ଫେରାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କଥାରେ ଅଛି ‘ମିଆଁ ବିବି ତ ରାଜି କ୍ୟୟା କରେଗା ପାଜି’ । କହିବାର ତାତ୍ପର୍ଯ୍ୟ ହେଉଛି ଯେ, ପୁଅ-ଝିଅ ଯଦି ନିଜ ଇଛାରେ ବିବାହ କରିବେ ତା ହେଲେ ପରିବାର ଲୋକେ କରିବେ କ’ଣ । ଏଭଳି ଘଟଣା ଶନିବାର ବିଳମ୍ବିତ ରାତିରେ ଖନ୍ଦଗିରି ଥାନା ସବର ସାହିରେ ଘଟିଛି । ଝିଅର ପ୍ରେମ ବିବାହକୁ ବିରୋଧ କଲେ ବାପା । ବିବାହକୁ ନେଇ ଉତ୍‌କ୍ଷିପ୍ତ ହୋଇପଡିଥିବା ଝିଅଙ୍କ ବାପା ଗୁନ୍ଦା ଲଗାଇ ଜ୍ୱାଇଁ ଘର ଶବର ସାହିରେ ଲଙ୍କାକାନ୍ଦ ଘଟାଇଥିଲେ । ୩୦ରୁ ଅଧିକ ଅପରାଧୀ ଜ୍ୱାଁଙ୍କ ଘରେ ପଶି ୬ ଜଣଙ୍କୁ ହାଣିବା ଘଟଣା ରାଜଧାନୀରେ ଆତଙ୍କ ଖୋଇ ଦେଇଥିଲା । ଆକ୍ରମଣ ଘଟଣାରେ ଖନ୍ଦଗିରି ଥାନା ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁନ୍ଦାଇ ଥାନା ମାର୍ଥା ସାହିର ଧନଞ୍ଜୟ ଧନି(୪୩), ଧନଞ୍ଜୟ ବେହେରା ନୂଆପଲ୍ଳୀ ବେହେରା ସାହି ପ୍ଳଟ ନମ୍ବର ୭୨୯ରେ ରୁହନ୍ତି । ସେହିଭଳି ପଟ୍ଟାମୁନ୍ଦାଇ ମାର୍ଥା ସାହିର ବିଭୂ ପ୍ରସାଦ ଜେନା(୨୫),ସେ ଖନ୍ଦଗିରି ଥାନା ଭରତପୁର ସତ୍ୟନଗରରେ ରୁହନ୍ତି । ଲିଙ୍ଗରାଜ ଥାନା କପିଳେଶ୍ୱରରେ ରହୁଥିବା ଜୟନ୍ତ ଖୁଣ୍ଟିଆ ଓରଫ ଆକାଶ(୨୧), କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବାଲୁଗାଁର ସୁବ୍ରତ ରାଉତ ଓରଫ ଶୁଭ(୨୬),ଶୁଭ କ୍ୟାପିଟାଲ ଥାନା ଫରେଷ୍ଟପାର୍କ ନିକଟରେ ରୁହନ୍ତି । ସେହିଭଳି ଝାଡଖନ୍ଦ ରାଞ୍ଚିର ଓଁମ ପ୍ରକାଶ ସିଂ(୨୯) । ଓଁମ କ୍ୟାପିଟାଲ ଥାନା ଫରେଷ୍ଟପାର୍କ ଭାରତୀ ଟାୱାର ନିକଟରେ ରୁହନ୍ତି । ସମସ୍ତ ଅଭିଯୁକ୍ତମାନଙ୍କୁ ରବିବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଝାରପଡା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ସେହିଭଳି ଆକ୍ରମଣ ଘଟଣାରେ ଆଉ ୩୦ ରୁ ୩୫ ଜଣ ଅପରାଧୀ ଫେରାର ଥିବାରୁ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ରଶ୍ମିରଂଜନ ମହାପାତ୍ର ଓ ତଦନ୍ତକାରୀ ଅଫିସର ନିରଂଜନ ଓଝା ସୂଚନା ଦେଇଛନ୍ତି । ଆହତ ଯୁବକମାନଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବା ଜଣାପଡିଛି । ଦୁଇ ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ନୂଆପଲ୍ଳୀ ବେହେରା ସାହି ପ୍ଳଟ ନମ୍ବର ୭୨୯ରେ ରୁହନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁନ୍ଦାଇ ଥାନା ମାର୍ଥା ସାହିର ଧନଞ୍ଜୟ ବେହେରା ଓରଫ ଧନି । ଧନଞ୍ଜୟ ଝିଅ ଖନ୍ଦଗିରି ଥାନା ସିରିପୁର ଶବର ସାହିର ବାଦଲ ଦେହୁରୀଙ୍କ ପୁଅକୁ ଭଲ ପାଉଥିଲେ । ଯାହାକୁ ଧନଞ୍ଜୟ ବିରୋଧ କରି ଆସୁଥିଲେ । ୨୩ ତାରିଖ ଦିନ ଧନଞ୍ଜୟ ବେହେରା ନିଖୋଜ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ନୂଆପଲ୍ଲୀ ଥାନା ପୁଲିସ ୩୦/୨୦୨୦ ନେଇ ଏକ ନିଖୋଜ ମାମଲା ରୁୁଜୁ କରିଥିଲେ । ୨୫ ତାରିଖ ଦିନ ପ୍ରେମିକ-ପ୍ରେମିକା କୋର୍ଟରେ ବିବାହ କରିଥିଲେ । ୨୬ ତାରିଖ ଦିନ ଦୁହେଁ ଖନ୍ଦଗିରି ଥାନାରେ ଆତ୍ମସମର୍ପଣ କରିଥିଲେ । ପୁଲିସ ଯୁବତୀଙ୍କ ୧୬୧ରେ ବୟାନ ରେକର୍ଡ କରି ଛାଡି ଦେଇଥିଲା । ପ୍ରତିଶୋଧ ପରାୟଣ ହୋଇଥିବା ଧନଞ୍ଜୟ ଶନିବାର ବିଳମ୍ବିତ ରାତିରେ ବରମୁନ୍ଦାର କିଛି ପେଶାଦାର ଅପରାଧୀଙ୍କୁ ଏକତି୍ରତ କରିଥିଲେ । ୩୫ ରୁ ୪୦ ଜଣ ଯୁବକ ସଂଘବଦ୍ଧ ଭାବେ ଏକତି୍ରତ ହୋଇ ୨୦ରୁ ଅଧିକ ବାଇକ୍‌ ଧରି ବିଳମ୍ବିତ ରାତିରେ ବାଦଲ ଦେହୁରୀଙ୍କ ଘରେ ପହଞ୍ଚôଥିଲେ । କର୍ଫୁ୍ୟ ରାତିରେ ଚାରିଆଡେ ଅନ୍ଧାର ହୋଇଥିବାବେଳେ ଏତେ ସଂଖ୍ୟକ ଯୁବକଙ୍କ ହୋହଲ୍ଲା ସହ ହାତରେ ମାରଣାସ୍ତ୍ର ଦେଖି ଶବରସାହି କଲୋନୀବାସୀ ଆତଙ୍କିତ ହୋଇପଡିଥିଲେ । ବାଦଲଙ୍କ ପୁଅର ନାମ ଧରି ବାହାରକୁ ଆସିବାକୁ ଡାକିଥିଲେ । ପରେ ଯୁବକମାନେ ତାଙ୍କ ଘର ଭଙ୍ଗାରୁଜା କରିବା ପରେ ବାଦଲ ଦେହୁରୀଙ୍କ ଭାଇ, ପୁଅ ଓ ଅନ୍ୟ ଯୁବକମାନେ ସେଠାକୁ ଚାଲି ଆସିଥିଲେ । ପରେ ଯୁବକମାନେ ଜଣଙ୍କ ପରେ ଜଣଙ୍କୁ ଗୋଡେଇ ଗୋଡେି ହାଣି ପକାଇଥିଲେ । ବାଦଲଙ୍କ ଭାଇଙ୍କ ହାତ ଗୋଡ ଭାଙ୍ଗି ଗୁରୁତର ଆହତ କରିବା ପରେ ଅନ୍ୟ ଜଣଙ୍କ ମୁନ୍ଦକୁ ହାଣି ପକାଇଥିଲେ । ଶବର ସାହି ରକ୍ତ ରଞ୍ଜିତ ହୋଇଯାଇଥିଲା । ଜଣଙ୍କ ପରେ ଜଣେ କରି ୬ ଜଣଙ୍କୁ ହାଣି ଗୁରୁତର କରିବା ସହ ଘରେ ଥିବା ଜିନିଷପତ୍ରକୁ ଫୋପଡା ଫୋପଡି କରି ଆତଙ୍କ ରଚିଥିଲେ । ସେଠାରୁ ପଳାଇଥିଲେ । ଯୁବକମାନଙ୍କ ସଂଘବଦ୍ଧ ଆକ୍ରମଣ ଘଟଣା ପ୍ରଚାରିତ ହେବା ପରେ ଶବର ସାହିରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଗୁରୁତର ଆହତମାନେ ହେଲେ ସୁଦାମ ଦେହୁରୀ, ଗୁରୁଦେବ ଦେହୁରୀ, ତି୍ରନାଥ ଦେହୁରୀ, ରମେଶ ଦେହୁରୀ,କାଳିଆ ଜେନାଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ଗୁରୁତ ଆହତ ପାର୍ବତୀ ଦେହୁରୀ(୫୫) ଖନ୍ଦଗିରି ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ଥାନା ଅଧିକାରୀ ଶ୍ରୀ ମହାପାତ୍ର ଓ ସବ୍‌ଇନ୍ସପେକ୍ଟର ଶ୍ରୀ ଓଝାଙ୍କ ନେତୃତ୍ୱରେ ଏକ ଟିମ୍‌ ବିଳମ୍ବିତ ରାତିରେ ଚଢ଼ଉ କରି ପ୍ରେମିକର ପିତାଙ୍କ ସମେତ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଆକ୍ରମଣ ଘଟଣାରେ ଫେରାର ଥିବା ୩୦ରୁ ଅଧିକ ଅପରାଧୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ଓଝା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*