ଜୋର ଧରିଲା ମେଡ଼ିକାଲ କଲେଜ ପ୍ରତିଷ୍ଠା ଆନେ୍ଦାଳନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭଦ୍ରକ

ଶେଷରେ ଜିଲ୍ଲାବାସୀଙ୍କୁ ଧୋକା ଦେଲେ ସରକାର । ଜିଲ୍ଲାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଦ୍ରକର ନବନିର୍ବାଚିତ ବିଧାୟକ ସଞ୍ଜିବ ମଲ୍ଲିକ ସରକାରଙ୍କ ପାଖରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ରଖିଥିଲେ । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଞ୍ଚଳର ପ୍ରମୁଖ ସମସ୍ୟା ଏବଂ ଦାବି ଭାବେ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସୁପାରିସ କଲେ, ହେଲେ ମନ୍ତ୍ରୀ ଘୋଷଣା କଲେ ଜିଲ୍ଲା ହସ୍‌ପିଟାଲ । ଯାହା କି ଗତ ପ୍ରାୟ ୬ ବର୍ଷ ତଳୁ ସରକାର ଜିଲ୍ଲାକୁ ମଞ୍ଜୁର କରି ସାରିଛନ୍ତି । କେବଳ ଜିଲ୍ଲା ହସପିଟାଲ ନୁହେଁ ଶହେ ଶଯ୍ୟା ବିଶିଷ୍ଟ ମଦର ଚାଇଲ୍ଡ ହେଲ୍ଥ(ଏମସିଏଚ)ଜିଲ୍ଲା ଔଷଧାଗାର, ଜିଏନଏମ ସେଣ୍ଟର ଏବଂ ୩ ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ଡାକ୍ତରଖାନା । ଯାହାକି ଏବେ ଭଦ୍ରକରେ ନିର୍ମାଣାଧିନ ରହିଛି । ଗତ କିଛିଦିନ ତଳେ ମନ୍ତ୍ରୀଙ୍କ ଭଦ୍ରକ ଡାକ୍ତରଖାନା ଗସ୍ତ ସମୟରେ ଏ ସମ୍ପର୍କରେ ତାଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଖୋଦ ମନ୍ତ୍ରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରି କେଉଁ ସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ କରୁଛନ୍ତି ତୁରନ୍ତ ଏହି କାମର କିଭଳି ତ୍ୱରାନ୍ୱିତ କରାଯାଇପାରିବ ସେଥିନେଇ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରି ଯାଇଥିଲେ । ସେତେବେଳେ ସ୍ଥାନୀୟ ଜନସାଧାରଣ ମନ୍ତ୍ରୀଙ୍କୁ ଭେଟି ଜିଲ୍ଲା ହସପିଟାଲକୁ ୩ ଶହ ଶଯ୍ୟା ବଦଳରେ ୫ ଶହ ଶଯ୍ୟା ବିଶିଷ୍ଟ କରିବା ସହିତ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସରକାରୀ ଅନୁମୋଦନ ସକାଶେ ମଧ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଜିଲ୍ଲାବାସୀଙ୍କ ଏହି ଦାବିକୁ ଏଡ଼ାଇ ଯାଇ ପୁରୁଣା ବୋତଲରେ ନୂଆ ମଦ ଭରିବା ଭଳି ମନ୍ତ୍ରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗକୁ ଏଡ଼ାଇ ଯାଇ ନିର୍ମାଣ ଆରମ୍ଭ ହୋଇ ସାରିଥିବା ଜିଲ୍ଲା ହସ୍‌ପିଟାଲ ଏବଂ ଏମସିଏଚ ପ୍ରତିଷ୍ଠା ଘୋଷଣା ଜିଲ୍ଲାବାସୀଙ୍କ ପ୍ରତି ଚରମ ବିଶ୍ୱାସଘାତକତା ବୋଲି ଜିଲ୍ଲାବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଜିଲ୍ଲାବ୍ୟାପି ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*