ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ଓ ଆଲୋଚନାଚକ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଯାଜପୁର ଟାଉନ

ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ବରୀ ବ୍ଲକ ଶାଖା ପକ୍ଷରୁ ବାଲିଆପାଳ ଛକ ନିଟସ୍ଥ ବାଇଁଶିରିଆ ସ୍ଥିତ ସନ୍ଥନ ଜୁନିଅର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଓ ଆଲୋଚନାଚକ୍ରରେ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନ୍ର ସଭାପତି ସମରଜିତ୍ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବରୀ ବିଧାୟିକା ସୁନନ୍ଦା ଦାସ, ମୁଖ୍ୟବକ୍ତା ଭାବରେ ଓଡିଶା ସାମ୍ବାଦିକ ୟୁନିଅନର ସଭାପତି ପ୍ରସନ୍ନ କୁମାର ମହାନ୍ତି, ବିଶିଷ୍ଟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଦ୍ୱିବେଦୀ, ସମ୍ମାନିତ ଅତିଥି ଓଡିଶା ସାମ୍ବାଦିକ ୟୁନିଅନର ଉପସଭାପତି କିଶାନ ରାଉତ, ରାଜ୍ୟ ଟି୍ରବୁ୍ୟନାଲ ଅଧ୍ୟକ୍ଷ ରାଜିବ ମହାନ୍ତି, ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ସମ୍ପାଦକ ରଞ୍ଜିତ ରାଉତ ପ୍ରମୁଖ ଯୋଗ ଦେଇ ‘ବଢୁଛି ଚାଲେଞ୍ଜ, କାଠଗଡାରେ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ର ଉପରେ ମତ ରଖି ରାଜ୍ୟରେ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସତ୍ୟ ଉନ୍ମୋଚିତ କରୁଥିବା ସାମ୍ବାଦିକମାନଙ୍କୁ ସାବାସି ମିଳିବା ବଦଳରେ କାଠଗଡା ଭିତରକୁ ଠେଲି ଦିଆଯାଉଛି । ସାମ୍ବାଦିକମାନଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରାଯାଉଛି । ଏହି ଆଧାରରେ ସାମ୍ବାଦିକ ସୁରକ୍ଷା ଆଇନ, ପେନସନ୍ ଯୋଜନା, ସ୍ୱାସ୍ଥ୍ୟ ବୀମାରାଶିକୁ ବୃଦ୍ଧି କରିବା ଆଦି ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ସାଂସଦ ଓ ବିଧାୟିକା ଯତ୍ନବାନ ହେବା ପାଇଁ ୟୁନିଅନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଦିବ୍ୟାଙ୍ଗ ଭଉଣୀଭାଇ ସାଗରିକା ପ୍ରିୟଦର୍ଶିନୀ ଓ ସତ୍ୟବ୍ରତ ସାହୁ, ସରସ୍ୱତୀ ଶିଶୁ ମନ୍ଦିରର ବିସ୍ମୟ ବାଳକ କବରିପୁର ଶିଶୁ ମନ୍ଦିରର ପ୍ରଥମ ଶ୍ରେଣୀ ଛାତ୍ର ବିରଜା ଶଙ୍କର ପାଢୀ, ଓଡିଶୀ ନୃତ୍ୟାଙ୍ଗନା ଟିଆଶା ସାମଲ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ପ୍ରଶାନ୍ତ ଜେନା, କୋଷାଧ୍ୟକ୍ଷ ଅଞ୍ଜନ କୁମାର ପତି, ବରୀ ବ୍ଲକ ପକ୍ଷରୁ ବରିଷ୍ଠ ସାମ୍ବାଦିକ ପଦ୍ମନାଭ ଜେନା, ପ୍ରଭାତ ମହାନ୍ତି, ଧର୍ମଶାଳ ବ୍ଲକ ପକ୍ଷରୁ ପ୍ରବୋଧ କୁମାର ମିଶ୍ର, ରସୁଲପୁର ବ୍ଲକରୁ ଜଗମୋହନ ରାଉତ, ଚନ୍ଦିଖୋଲର ପ୍ରସନ୍ନ ବିଶ୍ୱାଳ ପ୍ରମୁଖଙ୍କ ସମେତ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*