ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କ୍ଷତ୍ରୀୟ କର୍ମଶାଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭଦ୍ରକ

ମିଳିତ ଜାତିସଂଘ ଶିଶୁ ଅଧିକାରୀ ଘୋଷଣାନାମା(ୟୁଏନ୍ସିଆରସି)ର ୩୦ତମ ଉତ୍ସବ ପରିପ୍ରେକ୍ଷୀରେ ଶିଶୁ ଅଧିକାର ଦିଗରେ କାମ କରୁଥିବା ଅଂଶୀଦାରମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା (ଓଏସିଆର) ର ସାଥି ରୂପେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ପକ୍ଷରୁ ବାଇପାସ୍ସ୍ଥିତ ଆସିଆନା ମୁକ୍ତଶ୍ରୟ କେନ୍ଦ୍ର ପରିସରରେ ‘ସାଥୀ’ର ପରିଚାଳକ ପ୍ରଦୀପ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ପୁଲିସ କିଶୋର ନ୍ୟାୟ ୟୁନିଟିର ଅଧ୍ୟକ୍ଷ ତଥା ଡିଏସ୍ପି (ଏଚ୍ଆରପିସି) ସୁରେଶ ଚନ୍ଦ୍ର ଜେନା ସମ୍ମାନୀତ ଅତିଥି ରୂପେ ଶିଶୁ ମଙ୍ଗଳ କମିଟିର ସଦସ୍ୟ ସତ୍ୟସୁନ୍ଦର ପୁହାଣ, ପ୍ରଦୀପ୍ତ କୁମାର କର କିଶୋର ନ୍ୟାୟ ପରିଷଦର ସଦସ୍ୟ ଆଇନ୍ଜୀବୀ ଶିବପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିର ଅଧିକାରୀ ବିଜୟ କେତନ ସାହୁ, ଚାଇଲ୍ଡ ଲାଇନର ନିଦେ୍ର୍ଦଶିକା ସୋଫିଆ ସେକ୍ ପ୍ରମୁଖ ଯୋଗଦାନ କରି ଶିଶୁ ସୁରକ୍ଷାର ବିଭିନ୍ନ ଦିଗ, କ୍ଷେତ୍ର ସ୍ତରରେ ଶିଶୁ ସୁରକ୍ଷା ସଂଗଠନକୁ ମଜବୁତ୍ କରିବା ପାଇଁ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ । ସାଥୀ ପକ୍ଷରୁ ୪ ଜଣ ଅନୁସନ୍ଧକ ତିନୋଟି ପଞ୍ଚାୟତରେ ଶିଶୁ ସୁରକ୍ଷା ଉପରେ ଗବେଷଣା ସହ ବିଭିନ୍ନ ବ୍ୟକ୍ତି ଓ ଶିଶୁଙ୍କ ସହ ଆଲୋଚନା କରିଥିବା ସର୍ଭେକୁ କର୍ମଶାଳାରେ ଉତ୍ଥାପନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*