ଚେନ୍‌ ଲୁଟେରାକୁ ଧରି ସମ୍ମାନିତ ହେଲେ ସାହସୀ ମହିଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜଧାନୀରେ ଚେନ୍‌ ଲୁଟ୍‌ କରିବା ଏବେ ନିୟମିତତା ସ୍ୱରୂପ ପାଇଲାଣି । ପୁଲିସ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ସହରରେ ଚେନ୍‌ ଲୁଟ୍‌ର ଘଟଣା ପଦାକୁ ଆସୁଛି । ତେବେ ଲୁଟେରାମାନଙ୍କ ସାହସ ବଢ଼ିବା ପଛରେ ବଡ଼ କାରଣ ମଧ୍ୟ ହେଉଛି ସେମାନଙ୍କର ବିରୋଧ ପାଇଁ ସାଧାରଣ ଲୋକ ବା ସେ ଘଟଣା ବେଳେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କ ପାଖରୁ ନକରାଯିବା । ହେଲେ ଶନିବାର ଦିନ ରାଜଧାନୀର ଜଣେ ସାଧାରଣ ଗୃହିଣୀ ବଡ଼ ସାହସ ଦେଖାଇ ଲୁଟେରାଙ୍କ ସହ ସଂଘର୍ଷ କରି ପାଇଛନ୍ତି ସାବାସୀ । ମଞ୍ଚେଶ୍ୱର ଅଞ୍ଚଳରେ ରହୁଥିବା ଅଭିଜିତା ମହାପାତ୍ର ଜଣେ ଲୁଟେରାକୁ କାବୁ କରିବା ସହ ତାକୁ ପୁଲିସରେ ଜିମା ଦେଇଛନ୍ତି । ତୁରନ୍ତ କମିଶନରେଟ୍‌ ପୁଲିସ ପକ୍ଷରୁ ଏହି ସାହସୀ ମହିଳାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀର ମଳୟ ବିହାରରେ ଘଟିଥିଲା ଏହି ଚେନ୍‌ ଲୁଟ୍‌ର ଉଦ୍ୟମ । ନିଜ ଝିଅକୁ ସ୍କୁଲ୍‌ରେ ଛାଡ଼ି କିଛି ସଉଦା କରି ଅଭିଜିତା ନିଜ ଘରକୁ ଫେରୁଥିଲେ । ବାଇକ୍‌ରେ ଥିବା ଦୁଇ ଲୁଟେରା ଦିନ ଦିପହରରେ ଅଭିଜିତାଙ୍କୁ ଏକ ଠିକଣା ପଚାରିବାର ବାହାନାରେ ବେକରୁ ଚେନ୍‌ ଛଡ଼ାଇବାର ଚେଷ୍ଟା କରିଥିଲେ । ଅଭିଜିତା ତଳେ ପଡ଼ିଯାଇଥିଲେ ମଧ୍ୟ ନିଜ ଚେନ୍‌ ଗୋଟେ ହାତରେ ଓ ଆର ହାତରେ ଜଣେ ଲୁଟେରାକୁ ଧରିପକାଇଥିଲେ । ସେଇ ଲୁଟେରାଙ୍କ ସହ ଧସ୍ତାଧସ୍ତି ହୋଇ ଆଘାତ ପାଇଥିଲେ ମଧ୍ୟ ଅଭିଜିତା ପ୍ରଚନ୍ଦ ସାହସ ଦେଖାଇଥିଲେ ସେତେବେଳେ । ଚେନ୍‌ କି ସେ ଲୁଟେରା କାହାକୁ ନ ଛାଡ଼ି ଜୋର୍‌ରେ ଚିକ୍ରାର କରିଥିଲେ । ତାଙ୍କର ସେହି ଚିକ୍ରାର ଶୁଣି ସେ ପାଖାପାଖି ଅଞ୍ଚଳରେ ଥିବା ଲୋକେ ଦଉଡ଼ି ଆସିଥିଲେ । ଲୁଟେରା କାବୁ ହୋଇଥିଲା ଓ ତାକୁ ଉତ୍ତମ ମଧ୍ୟମ ପ୍ରଦାନ ପରେ ଦିଆଯାଇଥିଲା ପୁଲିସ ଜିମାରେ । ଏଭଳି ଅଦମ୍ୟ ସାହସ ଦେଖାଇଥିବା ଅଭିଜିତାଙ୍କୁ କମିଶନରେଟ୍‌ ପୁଲିସ ପକ୍ଷରୁ ସମ୍ମାନିତ କରାଯାଇଛି । କମିଶନର ସତ୍ୟଜିତ୍‌ ମହାନ୍ତି ଅଭିଜିତାଙ୍କୁ ଏକ ପ୍ରଶସ୍ତିପତ୍ର ଏବଂ ୫ହଜାର ଟଙ୍କା ସମ୍ବର୍ଦ୍ଧିତ କଲାବେଳେ ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*