ଚାଲିଛି ବେଆଇନ କଳା ଗ୍ରାନାଇଟ୍‌ ଖାଦାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଗଡ଼ମଧୁପୁର

ସଂପ୍ରତି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଓ ଫରେଷ୍ଟ ବିଭାଗ ଅଧିନରେ ଥିବା ବେଆଇନ କଳା ଗ୍ରାନାଇଟ ପାହାଡ ବାଘୁଆ ୧ନଂ, ୨ନଂ ଓ କୁଶୁନୁପୁରରେ ଶତାଧିକ ବେଆଇନ ଖାଦାନ ଚାଲିଥିବା ଅଭିଯୋଗ ହୋଇଛି । ଖବର ମୁତାବକ, ତିନିଗୋଟି ପାହାଡରେ କୌଣସି ଲିଜ୍‌ ନଥାଇ ରାଜସ୍ୱ କିଛି ମିଳୁନଥିଲା ବେଳେ ଏହି ତିନୋଟି ଯାକ ପାହାଡ ପଥର ମାଫିଆଙ୍କ କବଜାରେ ରହିଛି । ଏଠାରେ ବେଆଇନ ବ୍ଲାଷ୍ଟିଂ କରାଯାଇ ଶହ ଶହ ଟ୍ରିପ କଳାପଥର ବାହାରକୁ ଚାଲାଣ କରାଯାଇ ବିକ୍ରି କରିବା ସହ ନିକଟରେ ଥିବା ବେଆଇନ କ୍ରସରମାନଙ୍କୁ ବିକ୍ରି କରି ମାଫିଆମାନେ ପ୍ରଚୁର ଅର୍ଥ ଲାଭ ଉଠାଉଥିବା ଅଭିଯୋଗ ହୋଇଛି । ସୂଚନା ଥାଉ କି, ଉକ୍ତ ଧର୍ମଶାଳାର ସାହାଣିଢିଅ ପଞ୍ଚାୟତର ବାଘୁଆ ୧ନଂ ତହସିଲ ଅଧିନରେ ଥିବାବେଳେ କିଛି ଅଂଶ ଫରେଷ୍ଟ ବିଭାଗ ଅଧିନରେ ରହିଛି । ଉକ୍ତ ପାହାଡ ବିନା ଲିଜ୍‌ ଥିବାବେଳେ ପଥର ମାଫିଆମାନେ ଠାକୁର ମନ୍ଦିରକୁ ଆଳ କରି ବେଆଇନ ଖାଦାନରୁ କଳାପଥର ଲୁଟ୍‌ କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରି ଚାଲିଛନ୍ତି । ବାଘୁଆ ୨ନଂ ଫରେଷ୍ଟ ବିଭାଗ ଅଧିନରେ ଥିଲାବେଳେ କିଛି ଅଂଶ ରାଜସ୍ୱ ବିଭାଗରେ ମଧ୍ୟ ରହିଛି । ଉକ୍ତ ପାହଡରେ ରାଜସ୍ୱକୁ ଟଙ୍କାଟେ ଯାଉ ନଥିଲାବେଳେ ମାଫିଆମାନେ କୋଟି କୋଟି ଟଙ୍କା ଫାଇଦା ଉଠାଉଛନ୍ତି । ଏତଦ୍‌ବ୍ୟତୀତ ବଳରାମପୁର ରିଜର୍ଭ ଜଙ୍ଗଲ ରହିଥିବା ସ୍ଥଳେ ଉକ୍ତ ପାହାଡରେ ମାଫିଆମାନେ ବେଆଇନ ବ୍ଲାଷ୍ଟିଂ କରି ପଥର ଲୁଟ କରୁଛନ୍ତି । ଏଥିସହ ଏହାର ସଂଲଗ୍ନ କୁଶୁନୁପୁର ପାହାଡରେ ବେଆଇନ କଳା ଗ୍ରାନାଇଟ ପଥର ଖାଦାନ ବହୁଳ ରହିଛି । ଉକ୍ତ ପାହାଡରେ ବେଆଇନ ବ୍ଲାଷ୍ଟିଂ କରି ଶହ ଶହ ଟ୍ରିପ ପଥର ଉତ୍ତୋଳନ କରି ମାଫିଆମାନେ ନିକଟସ୍ଥ କ୍ରସରମାନଙ୍କୁ ଯୋଗାଇବା ସହ ବାହାର ଅଞ୍ଚଳକୁ ଚୋରା କଳାପଥର ବିକ୍ରି କରି ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି । ଫଳରେ ଉକ୍ତ ପାହାଡମାନଙ୍କରେ ଥିବା ବନ୍ୟଜନ୍ତୁଙ୍କର ଘୋର କ୍ଷତି ହେବା ସହ ଅନେକ ମୃତୁ୍ୟମୁଖରେ ପଡ଼ିଲେଣି । ବିଭାଗୀୟ ଅଧିକାରୀ ଓ ପ୍ରଶାସନ ସବୁ ଜାଣି ମଧ୍ୟ ଶାସକ ଦଳର ଚାପରେ ରହି ପରୋକ୍ଷ ଭାବେ ମାଫିଆମାନଙ୍କୁ ଲୁଟିବାରେ ସାହାଯ୍ୟ କରୁଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ପଦକ୍ଷେପ ଲାଗି ଜନସାଧାରଣରେ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*