ଖାଇରେ ବସ୍‌ ଖସି ୮ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଆନ୍ଧ୍ରପ୍ରଦେଶ

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ ଖାଇରେ ପଡ଼ିଯିବାରୁ ଆଠ ଜଣ ଯାତ୍ରୀଙ୍କ ମୃତୁ୍ୟ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି । ରିପୋର୍ଟ ମୁତାବକ, ବସ୍‌ଟି ମେରଡୁମିଲ୍ଲୀ (୪୦ କିଲୋମିଟର ଦୂର ଛତିଶଗଡ଼ ସୀମାରେ ସ୍ଥିତ ଆଦିବାସୀ ପର୍ଯ୍ୟଟନସ୍ଥଳୀ ରାଜମୁନ୍ଦରୀ)ରୁ ଚିନ୍ତୁରୁ ଅଭିମୁଖେ ଯାଉଥିଲା । ମାରେଡୁମିଲ୍ଲୀ ପୁଲିସ୍ କହିବା ମୁତାବକ, ଅପରାହ୍ନ ଗୋଟାଏ ବେଳେ ଆଦିବାସୀ ଅଧୁଷିତ ଅଞ୍ଚଳ ଚିନ୍ତୁର ଘାଟୀ ରାସ୍ତାରେ ବାଲ୍ମୀକି କୋନ୍ଦାଠାରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍ଟିରେ ୨୦ରୁ ୨୫ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ହିଁ ପାଞ୍ଚଜଣ ଯାତ୍ରୀଙ୍କ ମୃତୁ୍ୟ ଘଟିଥିବାବେଳେ ହସ୍ପିଟାଲ ନେବା ବାଟରେ ଅନ୍ୟ ତିନି ଜଣଙ୍କ ମୃତୁ୍ୟ ହୋଇଥିଲା । ଖବରପାଇ ବରିଷ୍ଠ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚô ସ୍ଥାନୀୟ ଆଦିବାଦୀଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ବସ୍ଟି ଉପରୁ ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍ଟି ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିବା ପୁଲିସ୍ କହୁଥିବାବେଳେ କିନ୍ତୁ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ମାରେଡୁମିଲ୍ଲୀ ଏବଂ ଚିନ୍ତୁର ରାସ୍ତା ସଂକୀର୍ଣ୍ଣ ଏବଂ ଖାଲଢିପ ହେବା ସହ ବର୍ଷା ଯୋଗୁଁ ଘାଟି ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା । ଏହି କାରଣରୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ ପୁଲିସ୍କୁ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*