କ୍ୟାମେରାକୁ ସାମ୍ନା କରିବା ଲାଗି ପ୍ରସ୍ତୁତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କରୋନା ମହାମାରୀ ଯୋଗୁ ଫିଲ୍ମ ଇନ୍ଦଷ୍ଟ୍ରୀରେ କାମ ଧିରେ ଧିରେ ଆରମ୍ଭ ହେଉଛି । ଏଭଳି ସ୍ଥିତିରେ ବଲିଉଡ୍‌ କଳାକାରମାନେ ମଧ୍ୟ ମନରୁ ଭୟ ଦୂରେଇ କାମ କରିବା ଲାଗି ଆଗେଇ ଆସିଥିବା ଦେଖିବାକୁ ମିଳୁଛି । କିଛି ଦିନ ତଳେ ଅଭିନେତା ରଣବୀର ସିଂ ସୁଟିଂ ଆରମ୍ଭ କରିଥିବା ବେଳେ ଅଭିନେତା ରଣବୀର କପୁର ମଧ୍ୟ ତାଙ୍କ ରାସ୍ତା ଆପଣାଇଛନ୍ତି । ଖବରରୁ ଜଣାପଡ଼ିଛି ଯେ, ରଣବୀର କପୁର କରୋନା ଭୟକୁ ଛାଡି କ୍ୟାମେରାର ସାମ୍ନା କରିଛନ୍ତି । ରଣବୀର କପୁର ସୋମବାର ଏକ ବିଜ୍ଞାପନ ଫିଲ୍ମର ସୁଟିଂ ମୁମ୍ବାଇର ଏକ ଷ୍ଟୁଡିଓରେ କରିଛନ୍ତି । ରଣବୀର କପୁରଙ୍କ ଦୁଇଟି ଫଟୋ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି । ଏଥିରେ ରଣବୀର ପୁଲିସ୍‌ ୟୁନିଫର୍ମ ପିନ୍ଧିଥିବା ନଜର ଆସୁଛନ୍ତି । ସୂଚନା ଥାଉ ଯେ, ଏହାପୂର୍ବରୁ ମଧ୍ୟ ରଣବୀର ଆଲିଆ ଭଟ୍ଟଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଲାଗି ଡବିଂ ଆରମ୍ଭ କରିଛନ୍ତି । ରଣବୀର କପୁର ନିଜର ଫିଲ୍ମ ‘ବ୍ରହ୍ମାସ୍ତ୍ର’ର କାମ ଖୁବ୍‌ ଶୀଘ୍ର ଶେଷ କରି ଅନ୍ୟ କାମଗୁଡ଼ିକ ଶେଷ କରିବା ପାଇଁ ଚେଷ୍ଟା କରୁଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ଶମ୍‌ଶେରା’ର ସୁଟିଂ ଶେଷ ହୋଇଯାଇଥିବା ବେଳେ ଚଳିତ ବର୍ଷ ଶେଷ ଆଡକୁ ଫିଲ୍ମଟି ରିଲିଜ୍‌ ହେବା ନେଇ ଶୁଣାଯାଉଛି । ଫିଲ୍ମଟିକୁ ଅୟାନ୍‌ ମୁଖାର୍ଜୀ ଡାଇରେକ୍ଟ କରୁଥିବାବେଳେ ଏଥିରେ ଅଭିତାଭ ବଚ୍ଚନ୍‌ ଏକ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*