କେଜ୍ରିଙ୍କ ବାସଭବନ ଆଗରେ ଭାଜପାର ବିକ୍ଷୋଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲଙ୍କ ଘର ଆଗରେ ଭାଜପା ପକ୍ଷରୁ ଗୁରୁବାର ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେଜିୱାଲଙ୍କ ଏନ୍‌ଆରସିକୁ ନେଇ ବୟାନ ଏହି ବିକ୍ଷୋଭର ମୂଳ କାରଣ । ଭାଜପା କର୍ମକର୍ତ୍ତାଙ୍କୁ ଘଟଣା ସ୍ଥଳରୁ ଦୂରେଇବା ପାଇଁ ପୁଲିସ୍‌ ପକ୍ଷରୁ ପାଣି ମାଡ଼ କରାଯାଇଥିଲା । ପୁଲିସ୍‌ କିଛି କର୍ମକର୍ତ୍ତାଙ୍କୁ ମଧ୍ୟ ଅଟକ ରଖିଥିଲା ।
ସୂଚନାଯୋଗ୍ୟ ଯେ, ଏକ ପ୍ରଶ୍ନର ଉତ୍ତରରେ କେଜି୍ରୱାଲ କହିଥିଲେ ଯେ, ଯଦି ଦେଶର ରାଜଧାନୀ ଦିଲ୍ଲୀରେ ଏନ୍‌ଆରସି (ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର)ଲାଗୁ ହୁଏ ତେବେ ସର୍ବପ୍ରଥମେ ଭାଜପା ସାଂସଦ ମନୋଜ ତିୱାରିଙ୍କୁ ସହର ଛାଡିବାକୁ ହେବ । ଏହି ବୟାନକୁ ନେଇ ମନୋଜ ତିୱାରି ମଧ୍ୟ କଡ଼ା ପ୍ରତିକି୍ରୟା ଦେଇଥିଲେ । ତେବେ ବୟାନକୁ ନେଇ ଅସନ୍ତୁଷ୍ଟ କର୍ମକର୍ତ୍ତାମାନେ ଗୁରୁବାର କେଜି୍ରଙ୍କ ବାସଭବନ ଆଗରେ ବଡ଼ ଧରଣର ବିକ୍ଷୋଭ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*