କରୋନା ପରେ ନୂଆ ଗୁଜବ,ରାତିରେ ଶୋଇଲେ ବନିଯିବ ପଥର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବିଜନୋର

କରୋନା ଭାଇରସକୁ ନେଇ ଆତଙ୍କ ଭିତରେ ଏବେ ସୋସିଆଲ ମିଡିଆରେ ଜୋରଦାର ଚାଲିଛି ଫେକ୍‌ ନୁ୍ୟଜ୍‌ । ଏହି କ୍ରମରେ ଉତ୍ତରପ୍ରଦେଶର ବିଜନୋର ଏବଂ ଅଲିଗଡ଼ରେ ଅଚାନକ ଅଧରାତିରେ ନିଦରେ ଶୋଇଥିବା ଲୋକେ ପଥର ହେଉଛନ୍ତି ବୋଲି ଗୁଜବ ଦେଖିବାକୁ ମିଳିଛି । ଏହା ଏପରି ବ୍ୟାପକ ହୋଇଯାଇଛି ଯେ, ରାତି ତମାମ ଲୋକେ ଘରେ ଶୋଉନାହାଁନ୍ତି ।
ଖାଲି ଏତିକି ନୁହେଁ ଗୁଜବ ହେଉଛି ଭୂମିକମ୍ପ ଆସିବ, ଗାଁ ଓଲଟି ଯିବ । ଏହା ଶୁଣି ଲୋକଙ୍କ ଭିତରେ କରୋନା ଭୟ ସହ ଆଉ ନୂଆ ଭୟ ଯୋଡି ହୋଇଯାଇଛି । କିଛି ଗ୍ରାମରେ ଲୋକେ ରାତିରେ ଶୋଉନଥିବା ଦେଖିବାକୁ ମିଳିଛି । ଧିରେ ଧିରେ ଏହି ଗୁଜବ ଆଖପାଖ ଗ୍ରାମକୁ ମଧ୍ୟ ବ୍ୟାପିଲାଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*