କରୋନା ଛଡାଇ ନେଲା ବେଉସା:କାମଧନ୍ଦା କରି ପରିବାର ପୋଷୁଛନ୍ତି ଅଟୋ ଡ୍ରାଇଭର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମହାମାରୀ କରୋନା ଛଡାଇ ନେଇଛି ରାଜଧାନୀରେ ଶହ ଶହ ଅଟୋ ଚାଳକଙ୍କ ବେଉସା । ଅଟୋ ଚଳାଇ ପରିବାର ପୋଷୁଛନ୍ତି ଏହି ଡ୍ରାଇଭରମାନେ ଏବେ ବେସାହାରା ହୋଇପଡିଛନ୍ତି । ବୁଲି ବୁଲି କାମ ଧନ୍ଦା କରି ପରିବାରକୁ ଚଳାଉଛନ୍ତି । ଏଭଳି ଦୁଃଖଦ ସମୟରେ ସରକାର ସେମାନଙ୍କୁ କୋ÷ଣସି ସହାୟତାର ହାତ ବଢ଼ାଇଲେ ନାହିଁ । କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ସବୁ ବର୍ଗର ଲୋକମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିଥିଲେ ମଧ୍ୟ ଅଟୋ ଚାଳକମାନେ ଏଥିରୁ ବାଦ୍‌ ଯାହାକୁ ନେଇ ଅଟୋ ଚାଳକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟରେ ଲକ୍‌ଡାଉନକୁ କଟକଣାକୁ ୪୫ ଦିନ ବିତିଯାଇଥିଲେ ମଧ୍ୟ ରାଜଧାନୀରେ ଅଟୋ ଚଳାଚଳ ଟପ୍‌ ହୋଇଯାଇଛି । ଏଭଳି ସମୟରେ ନିଜର ଦୁଃଖକୁ ବଖାଣିଛନ୍ତି ଜଣେ ଅଟୋ ଚାଳକ । ନିଳାଦି୍ର ବିହାର ଅଞ୍ଚଳରେ ଥିବା ସୀତାନାଥ ନଗର ବସ୍ତିରେ ସର୍ବାଧିକ ଅଟୋଚାଳକ ରହୁଛନ୍ତି । ସାଲିଆ ସାହି ପରେ ସର୍ବାଧିକ ଅଟୋଚାଳକ ଏଠାରେ ରହୁଛନ୍ତି । ଏହି ବସ୍ତିରେ ପାଖାପାଖି ତିନିଶହ ପରିବାର ରହୁଥିବା ବେଳେ ସେଥିରୁ ଦୁଇଶହ ପରିବାର ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି । ତେବେ କରୋନା ସେମାନଙ୍କର କୌଳିକ ବୃିତ୍ତିକୁ ଉଡାଇ ନେଇଛି । ଅଟୋ ଚଳାଚଳ ବନ୍ଦ ଥିବାରୁ ଏବେ ଚାଳକ ମାନେ ହାତ ବାନ୍ଧି ବସିଛନ୍ତି । ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଏହି ଚାଳକ ମାନେ ଏବେ ମୂଲ ଲାଗିବାକୁ ଯାଉଛନ୍ତି ହେଲେ କାମ ମଧ୍ୟ ସଠିକ୍ ଭାବରେ ମିଳୁନି । ତେବେ ଏମାନେ ସରକାରଙ୍କ କିଛି ସାହାର୍ଯ୍ୟରେ ଚଳିବାକୁ ଚେଷ୍ଟା କଲାବେଳେ ପରିବାରର ବୋଝ ବଢ଼ିଯାଉଛି । ପିଲାଙ୍କ ଖାଇବା, ମେଡିସିନ୍ ଓ ଘରେ ରହୁଥିବା ବୃଦ୍ଧ ପିତାମାତାଙ୍କ ଖର୍ଚ୍ଚ ତୁଲାଇବା ପରିସ୍ଥିତି ବହୁତ ଜଟିଳ ହୋଇପଡିଛି । ବିଶେଷ କରି ନୟାଗଡ ଅଞ୍ଚଳରୁ ବହୁ ଅଟୋ ଚାଳକ ଆସି ରାଜଧାନୀରେ ଅଟୋ ଚଳାଉଥିବା ବେଳେ ମାଛିପଡା ଅଞ୍ଚଳର ସୁଧିର କୁମାର ବେହେରା କହିଛନ୍ତି । ସେ ମଧ୍ୟ କହିଛନ୍ତି ଯେ ଆଗରୁ ଭଲ ଦୁଇ ପଇସା ରୋଜଗାର ହଉଥିଲା ଓ ସେଥିରୁ ବଳକା ଅର୍ଥକୁ ସଞ୍ଚୟ ମଧ୍ୟ କରୁଥିଲୁ, ଗତ କିଛି ବର୍ଷ ହେବ ସିଟି ବସ୍ ଚାଲିବା ପରେ ଅଟୋ ଚାଳକଙ୍କ ଏବେ ବେପାରରେ ମାନ୍ଦାବସ୍ତା ଦେଖାଦେଇଛି । ସେଥିରେ ବି ଯାହା ଦୁଇ ପଇସା ରୋଜଗାର ହୁଏ ଖାଇବା ଓ ଚଳିବା କଷ୍ଟକର ହୋଇପଡୁଛି । ହେଲେ ମାର୍ଚ୍ଚ ମାସରୁ ବେପାର ମାନ୍ଦା ଗାଁ କୁ ଫେରିବା ବି ସମ୍ଭବ ହେଉନି, ଯଦି ଏଭଳି ସମସ୍ୟା ଆଗକୁ ଲାଗି ରହେ ତେବେ ଚଳଣି ପରିସ୍ଥିତି ଜଟିଳ ହୋଇଯିବ ବୋଲି କହିଛନ୍ତି । ଯେତେବେଳେ ସରକାର ଦୋକାନ ବଜାର ଖୋଲିବାକୁ ଅନୁମତି ଦେଉଛନ୍ତି ହେଲେ ଅଟୋଚାଳକଙ୍କୁ କେବେ ଅନୁମତି ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*