କରୋନାରେ ତୃଣମୂଳ ବିଧାୟକଙ୍କ ପରଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ
କୋଲକାତା

ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ବିଧାୟକ ତମୋନାସ ଘୋଷଙ୍କର ବୁଧବାର ପରଲୋକ ଘଟିଛି । ମେ’ ମାସରେ ସେ କରୋନା ସଂକ୍ରମିତ ଥିବା ଜଣା ପଡିଥିଲା । କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ୬୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ବିଧାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକଟ କରିଛନ୍ତି । ୨୪ ପରଗଣା ଜିଲାର ଫଲଟା ବିଧାନସଭା କ୍ଷେତ୍ରରୁ ସେ ୩ ଥର ବିଧାୟକ ରହିଆସିଛନ୍ତି । ୩୫ ବର୍ଷ ଧରି ସେ ଦଳ ସହ ସଂପୃକ୍ତ ଥିଲେ ଏବଂ ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମଧ୍ୟ ରହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*