ଏବେ ଲଫଡା ନୁହେଁ ରୋମାନ୍ସ କରିବେ ନୱାଜୁଦ୍ଦିନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନୱାଜୁଦ୍ଦିନ ସିଦ୍ଧିକି ଅଭିନୟ ଦୁନିଆରେ ଏପରି ଏକ ନାମ ଯାହା ଯାହାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଏକ ସାଧାରଣ ପରିବାରରୁ ଆସି ନୱାଜୁଦ୍ଦିନ ଏବେ ସଫଳତାର ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ସେହି ସ୍ଥାନରେ ପହଞ୍ଚିବାକୁ ସବୁ କଳାକାର ସ୍ୱପ୍ନ ଦେଖିଥାନ୍ତି । ନୱାଜୁଦ୍ଦୀନଙ୍କ ଆଗାମୀ ଫିଲ୍ମକୁ ଖୁବ୍୍‌ ଉକôଣ୍ଠାର ସହ ଅପେକ୍ଷା କରିଥାନ୍ତି । ସେକେନ୍ଦ ଗେମ୍-୨ରେ ଉଚ୍ଚକୋଟୀର ଅଭିନୟ କରିବା ପରେ ଏବେ ନୱାଜୁଦ୍ଦିନ ଆଗାମୀ ଫିଲ୍ମ ଆସୁଛି ‘ବୋଲେ ଚୁଡିଆଁ’ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ନୱାଜୁଦ୍ଦିନ ଓ ତମନ୍ନାଙ୍କୁ ପ୍ରଥମଥର ଏକା ସହିତ ଦେଖିବାକୁ ମିଳବ ।
ନିକଟରେ ଏହି ଫିଲ୍ମର ପ୍ରମୋ ସାମ୍ନାକୁ ଆସିଛି । ଏବେ ଫିଲ୍ମର ଟିଜର ମଧ୍ୟ ରିଲିଜ୍‌୍ ହୋଇ ସାରିଛି । ଟିଜରରେ ନୱାଜୁଦ୍ଦିନ ଓ ତମନ୍ନାଙ୍କ ଭଲପାଇବା ଓ ଦୁଷ୍ଟାମି ଦେଖିବାକୁ ମିଳିଛି । ନୱାଜୁଦ୍ଦିନ ଫିଲ୍ମର ଟିଜରକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟର କରି ଲେଖିଛନ୍ତି ଯେ, ‘ଏବେ ମୋ ଜୀବନରେ କୌଣସି ଲଫଡା ଦରକାର ନାହିଁ , କେବଳ ପ୍ରେମ ଓ ପରିବାର ଦରକାର’ । ଏହି ଲାଇନ ଲେଖିବାର ଅନ୍ଦାଜ ତାଙ୍କ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଆଜି ପର୍ଯ୍ୟନ୍ତ ପ୍ରାୟ ସବୁ ସିନେମାରେ ଗ୍ୟାଙ୍ଗଷ୍ଟାର ଓ ନେଗେଟିଭ୍‌୍ ଚରିତ୍ରରେ ଅଭିନୟ କରୁଥିବା ନୱାଜୁଦ୍ଦିନ ସିଦ୍ଧିକି ଫିଲ୍ମ ‘ବୋଲେ ଚୁଡିଆଁ’ରେ ରୋମାନ୍ସ କରୁଥିବାର ନଜର ଆସିବେ ।
ଏହି ଫିଲ୍ମରେ ନୱାଜୁଦ୍ଦିନ ଏକ ଗୀତରେ ର୍ୟାପ୍ କରୁଥିବାର ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ନିଦେ୍ର୍ଦଶକ କହିଛନ୍ତି କି, ‘ଯେତେବେଳେ ମୁଁ ନୱାଜୁଦ୍ଦିନ ସିଦ୍ଧିକିଙ୍କୁ ଏହି ବିଷୟରେ ଜଣାଇଥିଲି ସେ ସେତେବେଳେ ଟିକେ ଅସହଜ ମନେକଲେ କିନ୍ତୁ କମ୍ପୋଜର କୁମାରଙ୍କ ସହିତ କିଛି ସମୟ ପ୍ରାକ୍ଟିସ୍ କରିବା ପରେ ସେ ଏହାକୁ ରେକର୍ଡିଂ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*