ଋଷିଆକୁ ଅପମାନିତ କରି ଅଲିମ୍ପିକ୍‌ ସିଟ୍‌ ବୁକ୍‌ କଲା ପୁରୁଷ ଦଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଖେଳ ସରିବାକୁ ଆଉ ମାତ୍ର ଥିଲା ୧୨ମିନିଟ୍‌ । ୦-୪ରେ ପଛରେ ପଡିଯାଇଥିଲା ଭାରତ । ଦ୍ୱିତୀୟ ମ୍ୟାଚରେ ଏହି ଶୋଚନୀୟ ଅବସ୍ଥା କାରଣରୁ ଟୋକିଓ ଟିକେଟ୍‌ ଲାଗୁଥିଲା ବହୁ ଦୂର । କାରଣ ଆମେରିକା ମହିଳା ଦଳ ଶନିବାର ଦ୍ୱିତୀୟ ମ୍ୟାଚରେ ୪ଗୋଲ କରି ପ୍ରଥମ ମ୍ୟାଚର ୪ଗୋଲ ବ୍ୟବଧାନକୁ ଶେଷ କରିସାରିଥିଲେ । ସେହି ସମୟରେ ସ୍ଥିତି ଥିଲା ୫-୫ । ଷ୍ଟାଡିୟମ ଭର୍ତ୍ତି ଦର୍ଶକଙ୍କ ମନରେ ହତାଶ ଓ ଅବିଶ୍ୱାସନୀୟ ଭାବନା । ପଡିଆ ବାହାରେ ଚିନ୍ତାରେ ପାଗଳ ପ୍ରାୟ ଅବସ୍ଥାରେ ପହଞ୍ଚôସାରିଥିଲେ କୋଚ ମାରିନ୍‌ । ଭାରତୀୟ ମହିଳା ଦଳ କଣ ଯାଇପାରିବନି ଟୋକିଓ ? ପ୍ରଥମ ଦିନ ୫-୧ରେ ମ୍ୟାଚ ଜିତି ମଧ୍ୟ କ’ଣ ପାଇବନି ଟିକେଟ୍‌? ଏପରି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିସାରିଥିଲା । ଆଉ ଠିକ୍‌ ସେତିକି ବେଳେ ଭାରତୀୟ ମହିଳା ଦଳର ସବୁଠାରୁ ଅନୁଭବୀ ଖେଳାଳି ଅଧିନାୟିକା ରାଣୀ ରାମପାଲ୍‌ ଦେଖାଇଥିଲେ କମାଲ୍‌ । ପ୍ରତି ଆକ୍ରମଣରେ ଯାଇଥିବା ଭାରତ ପୁରା ଚାପ ପକାଇ ଦେଇଥିଲା ଆମେରିକା ଉପରେ । ଡି’ର ଉପରି ଭାଗରେ ବଲ୍‌ ଆସିଥିଲା ରାଣୀଙ୍କ ପାଖକୁ । ପାଖରେ ତାଙ୍କର ଏକାଧିକ ଆମେରିକୀୟ ଡିଫେନ୍ଦର ତଥା ସେପର୍ଯ୍ୟନ୍ତ ଚମକ୍ରାର ପ୍ରଦର୍ଶନ କରିସାରିଥିବା ଆମେରିକାର ଗୋଲି କେଲସେ ଉପସ୍ଥିତ ଥିଲେ । ହେଲେ ଅନୁଭବୀ ରାଣୀ ମନ ଥନ୍ଦା ରଖି ମାରିଥିଲେ ଏକ ରାଇଜିଂ ସଟ୍‌ । ବଲ୍‌ ଆମେରିକାର ଗୋଲ ପୋଷ୍ଟର ଉପରି ଭାଗରେ ପ୍ରବେଶ କରିଯାଇଥିଲା ଭିତରକୁ । ଫାଟି ପଡିଥିଲା ଗୋଟା ଷ୍ଟାଡିୟମ ଦ୍ୱିତୀୟ ମ୍ୟାଚର ସ୍ଥିତି ୧-୪ ସେତେବେଳେ ହୋଇଥିଲେ ମଧ୍ୟ ଗୋଲ ବ୍ୟବଧାନ ଭାରତ ସପକ୍ଷରେ ୬-୫ ହୋଇଯାଇଥିଲା । ଆଉ ହାତକୁ ଆସି ଯାଇଥିଲା ଟୋକିଓ ଟିକେଟ୍‌ । ବାକି ସମୟ ଆମେରିକାକୁ ଗୋଲ ଦେବାକୁ ନଦେଇ ଶେଷ ହୁଟ୍‌ର ବାଜିବା ସହ ଭାରତୀୟ ମହିଳା ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ଆଉ ମୋଟ୍‌ ତୃତୀୟ ଥର ସକାଶେ ଅଲିମ୍ପିକ୍‌ ଯିବା ନିଶ୍ଚିତ ହୋଇଯାଇଥିଲା । ଗ୍ୟାଲେରୀରେ ଦର୍ଶକଙ୍କ ନାଚ ଆଉ ପଡିଆରେ ଖେଳାଳିଙ୍କ ଅଫୁରନ୍ତ ଆନନ୍ଦ । ଅପୂର୍ବ ମାହୋଲ୍‌ ବନିଯାଇଥିଲା । ପୁରା ଷ୍ଟାଡିୟମ ବୁଲି ଭାରତୀୟ ଖେଳାଳି ଦର୍ଶକଙ୍କୁ ଜଣାଇଥିଲେ ଧନ୍ୟବାଦ ।
ସ୍ୱପ୍ନ ଏବେ ମେଡ଼ାଲର
ଅନେକଙ୍କ ଲାଗି ଶନିବାରର ଭାରତୀୟ ମହିଳା ଦଳର ଖେଳ ହୃଦ୍‌ ଗତି ବନ୍ଦ କରିଦେଲା ଭଳି ଥିଲା । ପ୍ରଥମ ମ୍ୟାଚରେ ଏତେ ଭଲ ଖେଳି ମଧ୍ୟ ଅଲିମ୍ପିକ୍‌ ନଯାଇପାରିବାର କଥା ଚାଲିଆସିଥିଲା ସାମ୍ନାକୁ । ସେଥିରୁ ବାହାରି ଦଳ ବଡ କଷ୍ଟପୂର୍ଣ୍ଣ ଏକ ଗୋଲ କରି ପାଇଥିଲା ଟିକେଟ୍‌ । ଖେଳ ପରେ ସାମ୍ବାଦିକମାନଙ୍କୁ କୋଚ ମାରିନ କହିଥିଲେ ସେହି ଉକ୍ରଣ୍ଠାପୂର୍ଣ୍ଣ ସମୟର କଥା । ପ୍ରଥମାର୍ଦ୍ଧରେ ଆମ ଦଳର ଖେଳ ଦେଖି ମୁଁ ଭାବୁଥିଲି କଣ ଚାଲିଛି ଭିତରେ । ଏ କିପ୍ରକାରର ଖେଳ ଦେଖାଉଛନ୍ତି ସେମାନେ । ମଧ୍ୟାନ୍ତରରେ ଦଳକୁ କହିଥିଲି ସବୁ କିଛି ଭୁଲିଯାଅ, ଭାବ ମ୍ୟାଚ ୦-୦ରେ ଡ୍ର ଅଛି । ଏବେ ଗୋଲ ଦିଅ ମୁନ୍ଦ ଉଚା କରି ଶେଷ କର ଲଢେଇ । ଖୁସିର କଥା ତାହା ହୋଇଥିଲା । ଅଧିନାୟିକା ରାଣୀ କହିଥିଲେ ଆମେ ସ୍ଥିର କରିଥିଲୁ ଶେଷ ସେକେନ୍ଦ ପର୍ଯ୍ୟନ୍ତ ଲଢିବୁ । ଶେଷ ୧୫ମିନିଟରେ ଅଧିକ ଫୋକସ କରିବାକୁ ମୁଁ ସାଥିମାନଙ୍କୁ କେବଳ କହିଥିଲି । ସେମାନେ ତାହା କରିଥିଲେ । ଟିକେଟ୍‌ ପାଇ ସାରିଥିବା ଦଳର କୋଚ ମାରିନ୍‌ ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ସ୍ୱପ୍ନ ଆମର ଟୋକିଓରେ ମେଡାଲ ଜିତିବା । ଏଥିପାଇଁ କାଲିଠୁ ହିଁ କାମ୍‌ ଆରମ୍ଭ ହେବ ।
ଚମକେଇଲା
ଆମେରିକା
୧-୫ରେ ପ୍ରଥମ ମ୍ୟାଚ ହାରିସାରିଥିବା ଆମେରିକା ଦଳ ଏପରି ଯେ, ପ୍ରତ୍ୟାବର୍ତ୍ତନ କରିବ, ତାହା କେହି କଳ୍ପନା କରିନଥିଲେ । ୪ଗୋଲର ବ୍ୟବଧାନ ଶେଷ କରି ଟିକେଟ୍‌ ନେଇଯିବାର ସମ୍ଭାବନା ସେମାନେ ବନାଇ ପାରିବେ ବୋଲି କାହାର ଧାରଣ ନଥିଲା । ହେଲେ ସମସ୍ତଙ୍କ ଧାରଣାକୁ ଭୁଲ୍‌ କରି ଶନିବାର ଚମକେଇ ଦେଇଛି ଆମେରିକା ମହିଳା ଦଳ । ଭାରତୀୟ ଖେଳାଳିମାନଙ୍କୁ ନୂଆ ଗେମ୍‌ ପ୍ଳାନରେ ସେମାନେ ସମ୍ପୂର୍ଣ୍ଣ ପ୍ରତିକି୍ରୟାଶୂନ୍ୟ କରିଦେଇଥିଲେ । ଶୁକ୍ରବାର ଠାରୁ ଶନିବାରରେ କରିଥିଲେ ଚାରୋଟି ବଡ ରଣନୀତି ପରିବର୍ତ୍ତନ । ବଢ଼ିଆ ମାର୍କିଂ ଓ ପୋଜିସନ ସାଙ୍ଗକୁ ସୁଯୋଗର ସଦବ୍ୟବହାର କରିଥିଲେ ଫିଜିକାଲ୍‌ ଗେମ ଖେଳି । ଖେଳର ୫ମ ମିନିଟରେ ତୃତୀୟ ପେନାଲଟିକ୍‌ କର୍ଣ୍ଣରରୁ ଗୋଲ କରିଥିଲା ଆମେରିକା । ବଢିଆ ଇନଡାଇରେକ୍ଟ ନେଇଥିଲେ ସେମାନେ । ଡମି ସଟ୍‌ ପରେ ତେରେଛା ହୋଇ ଆସିଥିବା ବଲ୍‌ରେ ଷ୍ଟିକ୍‌ ଲଗାଇଥିଲେ ଆମାନ୍ଦା । ଏହାର ୯ମିନିଟ୍‌ ପରେ ମାସେନ୍‌ ଓ ପାଓଲିନଙ୍କ ବାଟ ହୋଇ ବଢିଆ ବଲ୍‌ ଆସିଥିଲା କାଥାଲିନଙ୍କ ଲାଗି । ସେ କୌଣସି ତ୍ରୁଟି କରିନଥିଲେ । ୨୦ତମ ମିନିଟରେ ୩-୦ରେ ଆଗେଇ ଯାଇଥିଲା ଆମେରିକା କେବଳ ଦୁର୍ବଳ ଡିଫେନ୍ସ ଖେଳ କାରଣରୁ । ଭାରତୀୟ ଡିଫେନ୍ଦର ଛିଡା ହୋଇ ରହିଯାଇଥିଲେ, ଆଉ ବଢିଆ ଟ୍ୟାପ୍‌ କରି ପାର୍କର ଦେଇଥିଲେ ଗୋଲ । ଖେଳର ୨୮ତମ ମିନିଟରେ ୪-୦ରେ ପହଞ୍ଚôଥିଲା ଆମେରିକା । ଡି’ ଉପରେ ପାଇଥିବା ସୁଯୋଗକୁ ସଦବ୍ୟବହାର କରି ବଢିଆ ଟର୍ଣ୍ଣ କରିବା ସହ ଜୋରଦାର ସଟ୍‌ ଲଗାଇ ଆମାନ୍ଦା ନିଜର ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ସେତେବେଳେ ଯେଉଁ ଧାରାରେ ଖେଳୁଥିଲା ଆମେରିକା ମନେ ହେଉଥିଲା ଟିକେଟ୍‌ ଛଡାଇ ନେବେ ଭାରତୀୟ ଦଳ ହାତରୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*