ଆୟ ଠାରୁ ଅଧିକ ସମ୍ପତ୍ତି ଜଗନଙ୍କ ଆବେଦନ ଖାରଜ, ପ୍ରତି ସପ୍ତାହରେ ହେବେ ହାଜର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ହାଇଦ୍ରାବାଦ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନମୋହନ ରେଡ୍ଡିଙ୍କୁ ଆୟ ଠାରୁ ଅଧିକ ସମ୍ପତ୍ତି ମାମଲାରେ ଲାଗିଛି ଝଟକା । ସିବିଆଇର ବିଶେଷ ଅଦାଲତ ଶୁକ୍ରବାର ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥାପିତ ନହେବାର ଆବେଦନ ଖାରଜ କରିଛନ୍ତି ।
କୋର୍ଟ ଏହି ମାମଲାରେ ଅକ୍ଟୋବର ୧୮ରେ ନିଜ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ଶୁକ୍ରବାର ଏହି ମାମଲାର ଶୁଣାଣୀ ହୋଇଛି । ପୂର୍ବରୁ ଜଗନଙ୍କ ପକ୍ଷରୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ନହେବା ପାଇଁ ଆବେଦନ କରାଯାଇଥିଲା । ସେ ଯୁକ୍ତି ବାଢିଥିଲେ ଯେ, ସାମ୍ବିଧାନିକ ପଦରେ ରହିବା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡୁଥିବାରୁ ଆବେଦନକୁ ଗ୍ରହଣ କରାଯାଉ । ବିଶେଷ ଅଦାଲତ ମୁଖ୍ୟମନ୍ତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି । ସିବିଆଇ ପକ୍ଷରୁ ଯୁକ୍ତି ବଢାଯାଇଥିଲା ଯେ, ସାଂସଦ ଥିବା ସମୟରେ ଜଗନ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଚେଷ୍ଟା କରିଥିଲେ । ଏହି କାରଣରୁ ତାଙ୍କୁ ରିହାତି ଦିଆନଯାଉ । ଏବେ ଜଗନମୋହନଙ୍କୁ ପ୍ରତି ସପ୍ତାହରେ ସିବିଆଇ କୋର୍ଟରେ ହାଜର ହେବାକୁ ପଡିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*