ଆମ୍ବୁଲାନ୍ସ ବି ବଦଳେଇ ଦିଏ ଚେହେରା ଓ ନମ୍ବର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଗ୍ୟାରେଣ୍ଟି ଦେଇ କହିପାରିବୁ ଯେ, ନବୀନ ସରକାର ସବୁଠୁ ସ୍ୱଚ୍ଛ । ତଳଠୁ ଉପର ଯାଏ, କାଚକେନ୍ଦୁ ପାଣି ପରି ସବୁ ସ୍ୱଚ୍ଛ । କାଳିଆ ତାଲିକା ସ୍ୱଚ୍ଛ । ଯଉଁ ଅଯୋଗ୍ୟମାନେ ପଶିଯାଇଥିଲେ ସେମାନେ ନିଜ ଚରିତ୍ର ଯୋଗୁ ତାଲିକାରେ ନାଁ ଯୋଡିଦେଇଥିଲେ । ଏଥିରେ ସରକାର କିମ୍ବା ସରକାରୀ ବାବୁଙ୍କର କୌଣସି ରୋଲ ନାହିଁ । ମଧୁବାବୁ ପେନସନରେ ଆଧାରା କାର୍ଡ ଯୋଡିବାକୁ ଉପଭୋକ୍ତାମାନେ ରାଜି ହଉନାହାଁନ୍ତି, ଏଥିରେ ସରକାରଙ୍କର ଦୋଷ କ’ଣ? ରାସନକାର୍ଡ ଭୂତଙ୍କ ନାଁ ରେ ହେଇଚି । ଏଥିରେ ନବୀନ ସରକାରଙ୍କୁ ଅସ୍ୱଚ୍ଛ କହି ହବ କି? ଏଇ ଯେମିତି ୧୦୮ ଆମ୍ବୁଲାନ୍ସକୁ ୧୦୨ରେ ବଦଳେଇ ଦେଇ ଟଙ୍କା ବଞ୍ଚାଇବା ଲାଗି ଉଦ୍ୟମ ହଉଚି, ସେଥିରେ ମୁଖିଆଙ୍କର କଉଁ ଦୋଷ? ସିଏ କ’ଣ ନିବାସ ଛାଡି ଆମ୍ବୁଲାନ୍ସ ତଦାରଖ କରିବେ କି? ତେଣୁ ଛାତି ପିଟି କହି ହବ ଯେ, ସରକାର ବରଂ ଅସ୍ୱଚ୍ଛ ହେଇପାରନ୍ତି କିନ୍ତୁ ଆମ ମୁଖିଆ ଭାରି ସ୍ୱଚ୍ଛ ।
୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଡାକ୍ତରଖାନା ନବା ପାଇଁ ଉଦ୍ଦିଷ୍ଟ । ଏହା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପ୍ରାୟୋଜିତ ଏକ କେନ୍ଦ୍ରୀୟ ଯୋଜନା । ସବୁ ରାଜ୍ୟରେ ଏହା କାର୍ଯ୍ୟକାରୀ ହଉଚି । କିନ୍ତୁ ଆମ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜ ଫଟୋ ଲଗାଇ ଦେଇଥିଲେ । ସତେ ଯେମିତି ଏଇଟା ତାଙ୍କ ସରକାରଙ୍କ ଆମ୍ବୁଲାନ୍ସ । ପରେ ଆଉ ଏକ କେନ୍ଦ୍ରୀୟ ଯୋଜନା ଜନନୀଙ୍କ ପାଇଁ ଆରମ୍ଭ ହେଲା । ଏହାକୁ କୁହାଗଲା ୧୦୨ ଆମ୍ବୁଲାନ୍ସ । ଏଥିରେ ଗର୍ଭବତୀ ମହିଳା କିମ୍ବା ଶିଶୁଙ୍କୁ ଡାକ୍ତରଖାନା ନିଆଯାଇଥାଏ । ଅର୍ଥାତ୍‌ ସ୍ୱତନ୍ତ୍ର ଭାବେ ଏହା ଜନନୀ ଆମ୍ବୁଲାନ୍ସ ।
କିନ୍ତୁ ଏବେ ସରକାର ୧୦୨ ଆମ୍ବୁଲାନ୍ସକୁ ୧୦୮ରେ ପରିଣତ କରିଦେଇଚନ୍ତି । ଲେଖା ଅଛି ୧୦୮ କିନ୍ତୁ ବଦଳେଇ ଦିଆଯାଇଚି ଜନନୀ ଏକ୍ସପ୍ରେସ୍‌ରେ । ୧୦୮ ଲେଖା ଯାଇଥିବା ଆମ୍ବୁଲାନ୍ସରେ ମରାଯାଇଚି ଜନନୀ ଏକ୍ସପ୍ରେସର ଲୋଗୋ । ତେବେ ଏମିତି କାହିଁକି କଲେ? କାରଣ ହେଲା ୧୦୨ ଆମ୍ବୁଲାନ୍ସ ପାଇଁ କିଲୋମିଟର ରେଟ୍‌ ହେଉଚି ୧୭ଟଙ୍କା । କିନ୍ତୁ ୧୦୮ ପାଇଁ ରେଟ୍‌ ହଉଚି ୨୫ଟଙ୍କା ପ୍ରତି କିଲୋମିଟର ।
୧୦୨ ଆମ୍ବୁଲାନ୍ସକୁ ମାତ୍ର ୮ଟଙ୍କା ଅଧିକ ପାଇବା ସକାଶେ ଚୋରାରେ ଯଉଁ ସରକାର ୧୦୮ରେ ପରିଣତ କରୁଚନ୍ତି, ସେହି ସରକାରଙ୍କୁ ଯିଏ ଅସ୍ୱଚ୍ଛ କହିବ, ତା’ମୁହଁରେ ନିଆଁ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*