ଆବାସ ଯୋଜନାରେ ଚାଲିଛି ତଦନ୍ତ ଚଞ୍ଚକତା କରୁଛନ୍ତି ଅଧିକାରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ତିର୍ତ୍ତୋଲ

ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତରେ ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଫଟୋ ଉଠା ଓ ଜିଓ ଟ୍ୟାଗ । ବ୍ଲକ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସମାନଙ୍କୁ ନେଇ ଟିମ୍ ଗଠିତ କରାଯାଇ ପଞ୍ଚାୟତମାନଙ୍କରେ ଚାଲିଛି ତଦନ୍ତ । କେତେକ ପଞ୍ଚାୟତରେ ଖୋଦ ସରପଞ୍ଚ ମାନେ ବଡ଼ବଡ଼ିଆଙ୍କୁ ଘର ପ୍ରଦାନ କରିବାପାଇଁ ସୁପାରିସ କରୁଛନ୍ତି । ଯାହାଫଳରେ ପଞ୍ଚାୟତରେ ଅତ୍ୟନ୍ତ ଗରିବ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇ ରହିଯାଉଛନ୍ତି । କେତେକ ଅସାଧୁ ବ୍ୟକ୍ତି ଦୁଇତାଲା ବିଶିଷ୍ଟ କୋଠା ନିର୍ମାଣ କରି ଅନ୍ୟତ୍ର ପୁରୁଣା ନଡ଼ା ଛପର ଘର ଦେଖାଇ ଚଞ୍ଚକତା ବଳରେ ଆବାସ ହାତଉଥିବା ସାଧାରଣ ଗରିବ ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି । କନିମୂଳ ପଞ୍ଚାୟତର ଗଇଠିପୁର ଗ୍ରାମର ସବିତା ମଲ୍ଲିକ ସ୍ୱାମୀ ସୁକଦେବ ମଲ୍ଲିକ ଜଣେ ଦିନ ମଜୁରିଆଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଥିବାବେଳେ କୃଷ୍ଣାନନ୍ଦପୁର ପଞ୍ଚାୟତ ଇଟାଟିକିର ଗ୍ରାମର ମାରୁଫ ଅଲ୍ଲି ଯେକି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଏ ମଧ୍ୟ ଦିନ ମଜୁରିଆଭାବେ କାର୍ଯ୍ୟ କରନ୍ତି । କୃଷ୍ଣାନନ୍ଦପୁର ପଞ୍ଚାୟତରେ ଅନେକ ଗରିବ ଯୋଗ୍ୟ ହିତାଧିକାରୀ ଥିବାବେଳେ ତଦନ୍ତକାରୀ ଅଧିକାରୀମାନେ ଚଞ୍ଚକତା କରି ବଡ଼ ବଡ଼ିଆମାନଙ୍କ ତଦନ୍ତ କରି ଆବାସ ପ୍ରଦାନ କରିବାରେ ବ୍ୟସ୍ତ ହୋଇପଡ଼ିଛନ୍ତି । କୃଷ୍ଣାନନ୍ଦପୁର ପଞ୍ଚାୟତରେ ଘର ଓ ପାଇଖାନା ଫଟୋ ଉଠାଇବାପାଇଁ ଅର୍ଥ ଆଦାୟ ହେଉଥିବା ପଞ୍ଚାୟତର ଜନୈକ କର୍ମଚାରୀ ଓ ବଞ୍ଚିତ ଯୋଗ୍ୟ ହିତାଧିକାରୀମାନେ ନିଜ ନାମ ଗୋପନ ସର୍ତ୍ତରେ ଅଭିଯୋଗ କରୁଛନ୍ତି । କେହି ଜଣେ ଗରିବ ଯୋଗ୍ୟ ହିତାଧିକାରୀ ଛପର କିମ୍ବା ଆଜବେଷ୍ଟ ଘରେ ରହିବେ ନାହିଁ ସମସ୍ତଙ୍କୁ ପକ୍କାଘର ପ୍ରଦାନ କରାଯିବାପାଇଁ ସରକାରଙ୍କ ନିଦେ୍ର୍ଦଶ ଥିବାବେଳେ ଏହି ବ୍ଲକରେ ଚାଲିଛି ଆବାସ ଯୋଜନାରେ ଦୁର୍ନୀତି । ତଦନ୍ତକାରୀ ଅଧିକାରୀମାନଙ୍କ ସହିତ ଯାଉଥିବା ବ୍ୟକ୍ତିମାନେ ସେମାନଙ୍କ ନିଜ ଲୋକମାନଙ୍କର ତଦନ୍ତ କରାଇ ଆବାସ ଯୋଜନାରେ ଘର ପ୍ରଦାନ କରିବାପାଇଁ ଚାପ ପକାଉଥିବା ମଧ୍ୟ ବିଶେଷ ସୁତ୍ରରୁ ଜଣାପଡ଼ିଛି । ତଦନ୍ତକାରୀ ଅଧିକାରୀମାନେ ତୃଣମୂଳ ସ୍ତରରେ ତଦନ୍ତ ନକରି ଉପର ଠାଉରିଆଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ କରୁଥିବା ଅଭିଯୋଗ ହେଉଛି । କେତେକ କୁଚକି୍ର ଅସାଧୁ ବ୍ୟକ୍ତି ତଦନ୍ତକୁ ବାଟବଣା କରାଉଥିବା ମଧ୍ୟ ଅଭିଯୋଗ ଆସୁଛି । ଖାଲି ସବିତା ଓ ମାରୁଫ ନିହନ୍ତିଁ ଏମାନଙ୍କଭଳି ଯୋଗ୍ୟ ହିତାଧିକାରୀ ଅନେକ ବଞ୍ଚିତ ହୋଇ ରହୁଥିବା ମଧ୍ୟ ଅଭିଯୋଗ ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*