ଆତଙ୍କୀ ଫୋଂଡ଼ିଙ୍ଗ ଉପରେ ରୋକ ଲଗାଇବାକୁ ପାକିସ୍ତାନକୁ ଚେତାବନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ଇସଲାମାବାଦ
ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ)ର ଗ୍ରେ ଲିଷ୍ଟରେ ପାକିସ୍ତାନର ନାମ ବଜାୟ ରହିଛି । ଏହାର ନାମ ବ୍ଲାକ୍‌ ଲିଷ୍ଟରେ ରଖାଯାଇନାହିଁ । କିନ୍ତୁ ଆତଙ୍କୀ ଫନ୍ଦିଂ ଉପରେ ନଜର ରଖୁଥିବା ଏଫଏଟିଏଫ ଶୁକ୍ରବାର ପାକିସ୍ତାନ ଆତଙ୍କୀ ଫନ୍ଦିଂ ରୋକିବାରେ ବିଫଳ ହୋଇଥିବା ଦର୍ଶାଇ ଏହାକୁ ତୀବ୍ର ସମାଲୋଚନା କରିବା ସହ କଡା ଚେତାବନୀ ଦେଇଛି । ପାକିସ୍ତାନକୁ ଜେଶ-ଏ-ମହମ୍ମଦ ଭଳି ଆତଙ୍କୀ ସଂଗଠନକୁ ମିଳୁଥିବା ପାଣ୍ଠି ଉପରେ ରୋକ ଲଗାଇବାକୁ କାମ କରିବା ଉଚିତ୍‌ । ଏହାସହ ଏଫଏଟିଏଫ୍‌ ପାକିସ୍ତାନକୁ ଏଦିଗରେ କାର୍ଯ୍ୟ କରିବା ପାଇଁ ଚଳିତ ବର୍ଷ ଅକ୍ଟୋବର ଯାଏ ସମୟ ଦେଇଥିବା ଜଣାପଡିଛି । ପୂର୍ବରୁ ଇରାନ ଏବଂ ଦକ୍ଷିଣ ଏସିଆର ନାମ ଏଫଏଟିଏଫ୍‌ର ବ୍ଲାକ୍‌ ଲିଷ୍ଟରେ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*