ଆଖିରୁ ଲୁହ ଗଡ଼ାଇ ସାନି ଡେଥ୍‌ ୱାରେଣ୍ଟ ଜାରି ପାଇଁ କୋର୍ଟରେ ଅନୁରୋଧ କଲେ ନିର୍ଭୟାଙ୍କ ମା’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

୨୦୧୨ ଦିଲ୍ଲୀର ବିଭତ୍ସ ଗଣଦୁଷ୍କର୍ମ ମାମଲାରେ ପ୍ରାଣ ହରାଇଥିବା ଯୁବତୀଙ୍କ ମା’ ଆଶା ଦେବୀ ବୁଧବାର ଦିନ ଆଖିରୁ ଲୁହ ଗଡ଼ାଇ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ୪ ଦୋଷୀଙ୍କ ବିରୋଧରେ ସାନି ଡେଥ୍‌ ୱାରେଣ୍ଟ ଜାରି କରିବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ପାତିଆଲା ହାଉସ୍‌ କୋର୍ଟରେ ମଧ୍ୟ ଡେଥ୍‌ ୱାରେଣ୍ଟ ଜାରି ପାଇଁ ଆବେଦନ କରିସାରିଛନ୍ତି ଆଶା ଦେବୀ । ସୁପ୍ରିମ୍‌କୋର୍ଟ ତାଙ୍କ ସାନି ଆବେଦନ ଉପରେ ଗୁରୁବାର ଶୁଣାଣି କରିବେ । ମୁଁ ଆଜି ପୁଣିଥରେ ଡେଥ୍‌ ୱାରେଣ୍ଟ ଜାରି ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଅପିଲ କଲି । କାରଣ ପାତିଆଲା ହାଉସ୍‌ କୋର୍ଟ ଖୁବ୍‌ଶୀଘ୍ର ଡେଥ୍‌ ୱାରେଣ୍ଟ ଜାରିର ମନରେ ହିଁ ନାହାନ୍ତି । ଜଜ୍‌ ଫାଶୀଦନ୍ଦର ନିର୍ଦ୍ଦିଷ୍ଟ ତାରିଖ ଦେବାକୁ ଚାହୁଁନାହାନ୍ତି ତଥା ଦୋଷୀଙ୍କ ସମର୍ଥନରେ ସେ ଅଛନ୍ତି ବୋଲି ସାମ୍ବାଦିକମାନଙ୍କୁ କହିଥିଲେ ଆଶା ଦେବୀ । ପାତିଆଲା ହାଉସ୍‌ କୋର୍ଟ ବାହାରେ ୪ ଦୋଷୀଙ୍କୁ ଶୀଘ୍ର ଫାଶୀଦେବାର ଦାବି ରଖି ସେ ଧାରଣା ମଧ୍ୟ ଦେଇଥିଲେ । ଦିଲ୍ଲୀ କୋର୍ଟରେ ସପ୍ତାହ ପରେ ଆଶା ଦେବୀ ଡେଥ୍‌ ୱାରେଣ୍ଟ ଜାରି ପାଇଁ ପୁଣିଥରେ ଯାଚିକା ଦେଇଛନ୍ତି । କାରଣ ଦିଲ୍ଲୀ ହାଇକୋର୍ଟ ଦୋଷୀମାନଙ୍କୁ ଯେଉଁ ୭ଦିନର ସମୟ ଦେଇଥିଲେ ତାହା ବୁଧବାର ସରିବା ପରେ ଆଶା ଦେବୀ ତାଙ୍କ ଆବେଦନପତ୍ର ଦାଖଲ କରିଥିଲେ । ହେଲେ ଅନ୍ୟତମ ଦୋଷୀ ପବନ ଗୁପ୍ତାର ବାପା କୋର୍ଟରେ ଆବେଦନ କରିଥିଲେ ଯେ ଆମକୁ ଅଧିକ ସମୟ ମିଳୁ, କାରଣ ଆମେ ଠିକଣା ଓକିଲ ପୁଅ ପାଇଁ ପାଉନାହୁଁ । ଏହାପରେ ପାତାଆଲା ହାଉସ୍‌ କୋର୍ଟ ପବନ ପାଇଁ ଆଇନ୍‌ ସହାୟତା ଦେବାର ବ୍ୟବସ୍ଥା କରିଥିଲେ । ଆଉ କହିଥିଲେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ମଧ୍ୟ ଶେଷ ଯାଏଁ ଆଇନ୍‌ଗତ ସହାୟତା ଲାଭ କରିବାର ହକ୍‌ଦାର । ଏହାପରେ ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ଗୁରୁବାର ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରିଥିଲେ । ଏଥିରେ ଖୁବ୍‌ ବିଚଳିତ ହୋଇପଡ଼ି ଆଶା ଦେବୀ କାନ୍ଦିବା ସହ କୋର୍ଟ ବାହାରକୁ ଚାଲିଯାଇଥିଲେ । ଏହାପରେ ଜଜ୍‌ ଗୁପ୍ତାଙ୍କ ପକ୍ଷରୁ ମାମଲାରେ ଜାଣିଶୁଣି ବିଳମ୍ବର କଥା କହି କ୍ଷୋଭ ପ୍ରକାଶ କରିଥିଲେ । ଜିଲା ଲିଗାଲ ସର୍ଭିସ ଅଥରିଟି ଆଡ୍‌ଭୋକେଟମାନଙ୍କର ଏକ ତାଲିକା ପବନର ବାପାଙ୍କୁ ଦେଇଥିଲେ ଆଡ୍‌ଭୋକେଟ୍‌ ବାଛିବା ସକାଶେ । ଗୁରୁବାର ଦିନ ମଧ୍ୟ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ଯେଉଁଥିରେ ୪ ଦୋଷୀ ଏକାଠି ଫାଶୀ ପାଇବା ବିଷୟ କୁହାଯାଇଥିଲା ତା’ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଏର ପିଟିସନର ଶୁଣାଣି କରିବେ । ଗୁରୁବାରର ଶୁଣାଣି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ସୁପ୍ରିମ୍‌କୋର୍ଟ ନିଶ୍ଚିତ କିଛି ଗାଇଡ୍‌ ଲାଇନ୍‌ ପ୍ରଦାନ କରିବେ ବୋଲି ଆଶା ଦେବୀ ବୁଧବାର ଆଶାବ୍ୟକ୍ତ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଏକାଧିକବାର ଫାଶୀ ତାରିଖ ବଦଳିଲାଣି । ପ୍ରଥମେ ଜାନୁଆରୀ ୨୨ରେ ଫାଶୀ ଦିଆଯିବା ସ୍ଥିର ହୋଇଥିଲା । ପରେ ଏହା ଫେବୃଆରୀ ପହିଲାକୁ ବଦଳା ଯାଇଥିଲା । ହେଲେ ଜାନୁଆରୀ ୩୧ ତାରିଖରେ ଟ୍ରାଏଲ୍‌ କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀଦନ୍ଦ ଅଟକାଇ ରଖିବାକୁ ଆଦେଶ ଦେଇଥିଲେ । ଆଶା ଦେବୀଙ୍କ ୨୩ ବର୍ଷୀୟା ପାରା ମେଡ଼ିକାଲ ପଢ଼ୁଥିବା ଝିଅ ୨୦୧୨ ଡିସେମ୍ବର ୧୬ ରାତିରେ ଦିଲ୍ଲୀର ଏକ ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ସିଙ୍ଗାପୁରର ଏକ ଡାକ୍ତରଖାନାରେ । ୨୦୧୩ ମାର୍ଚ୍ଚ ମାସରୁ ଫାଷ୍ଟଟ୍ରାକ୍‌ କୋର୍ଟରେ ଆରମ୍ଭ ହୋଇଥିଲା ଶୁଣାଣି । ଏଥିରେ ସାମିଲ ଥିବା ୬ଜଣଙ୍କ ମଧ୍ୟରୁ ରାମ ସିଂ ନାମକ ଅଭିଯୁକ୍ତ ତିହାର ଜେଲ୍‌ରେ ଆତ୍ମହତ୍ୟା କରିଥିଲା । ସେଇ ଗଣଦୁଷ୍କର୍ମ ମାମଲାରେ ସବୁଠାରୁ ଜଘନ୍ୟ କାମ କରିଥିବା ଯୁବକ ନାବାଳକ ଥିବାରୁ ତାକୁ ସୁଧାର ଗୃହକୁ ପଠାଯାଇଥିଲା ୩ବର୍ଷ ସକାଶେ । ୨୦୧୫ରେ ୨୦ ବର୍ଷ ବୟସରେ ସେ ଯୁବକ ଛାଡ଼ ପାଇଯାଇଛି । ଅନ୍ୟ ୪ ମୁକେଶ, ବିନୟ, ଅକ୍ଷୟ ଏବଂ ପବନ ୨୦୧୩ ସେପ୍ଟେମ୍ବର ମାସରେ ଟ୍ରାଏଲ୍‌ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦନ୍ଦାଦେଶ ପାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*