ଅଯୋଧ୍ୟା ରାୟକୁ ଲୋକେ ଖୋଲା ହୃଦୟର ସହ ସ୍ୱୀକାର କରିଛନ୍ତି: ମୋଦୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ପ୍ରିୟ ମନ୍‌ କୀ ବାତ୍‌ର ୫୯ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଐତିହାସିକ ଏବଂ ସମ୍ବେଦନଶୀଳ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବା ପରେ ଅତ୍ୟନ୍ତ ଧୈର୍ଯ୍ୟ ଏବଂ ପରିପକ୍ୱତା ଦେଖାଇଥିବା ଦେଶବାସୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଅଯୋଧ୍ୟା ରାୟକୁ ପୁରା ଦେଶ ଖୋଲା ହୃଦୟର ସହ ସ୍ୱୀକାର କରିଛି । ଜାତୀୟ ସ୍ୱାର୍ଥ ଛଡା ସେମାନଙ୍କ ପାଇଁ ଆଉ କିଛି ବଡ ନୁହେଁ ବୋଲି ୧୩୦ କୋଟି ଭାରତୀୟ ପୁରା ବିଶ୍ୱକୁ ଏକ ବଡ ବାର୍ତ୍ତା ଦେଇଛନ୍ତି । ସେମାନେ ଶାନ୍ତି ଓ ସଦଭାବନାର ପ୍ରକୃତ ମୂଲ୍ୟକୁ ସାବ୍ୟସ୍ତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରକାଶ ଥାଉ କି, ନଭେମ୍ବର ୯ରେ ସୁପ୍ରିମକୋର୍ଟ ବିବାଦୀୟ ୨.୭୭ ଏକର ଜମିକୁ ପ୍ରଭୂ ରାମଲାଲାଙ୍କୁ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିବା ସହ ମସ୍‌ଜିଦ୍‌ ନିର୍ମାଣ ପାଇଁ ସୁନ୍ନି ୱକଫ୍‌ ବୋର୍ଡକୁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ମନ୍‌ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ନଭେମ୍ବର ମାସର ଚତୁର୍ଥ ରବିବାରକୁ ଏନସିସି ଡେ’ଭାବେ ମନା ଯାଇଥାଏ । ସେ ଆଜି ମଧ୍ୟ ନିଜକୁ ଜଣେ ଏନସିସି କ୍ୟାଡେଟ୍‌ ଭାବେ ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ବହୁ ଏନସିସି କ୍ୟାଡେଟଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି । ଏହି ଅବସରରେ ଏନସିସିରେ ସେନା, ନୌସେନା ଏବଂ ବାୟୁସେନା ମଧ୍ୟ ସାମିଲ୍‌ ଥିବା କଥା ସେ କହିଥିଲେ । ନେତୃତ୍ୱ, ଦେଶଭକ୍ତି, ନିଃସ୍ୱାର୍ଥପର ସେବା, ଅନୁଶାସନ ଏବଂ କଠିନ ପରିଶ୍ରମକୁ ନିଜର ବ୍ରତ ବନାନ୍ତୁ । ଏହସବୁ ନିଜର ଅଭ୍ୟାସରେ ପରିଣତର କରିବାର ଯାତ୍ରାକୁ ଏନସିସି କୁହାଯାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଡିସେମ୍ବର ୭କୁ ଆର୍ମଡ୍‌ ଫୋର୍ସେସ୍‌ ଫ୍ଲାଗ୍‌ ଡେ ରୂପେ ମନାଯାଇଥାଏ । ଏହା ହେଉଛି ସେହି ଦିନ, ଯେତେବେଳେ ଆମେ ଆମର ସଶସ୍ତ୍ର ବଳଙ୍କୁ ମନେ ପକାଇଥାଉ । ସମସ୍ତଙ୍କ ପାଖରେ ସେହି ଦିନ ସେନାର ଫ୍ଲାଗ୍‌ ରହିବା ଉଚିତ୍‌ । ଆମେ ବୀର ସୈନିକଙ୍କୁ ସ୍ମରଣ କରିବା ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ୍‌ ଦେଇଛନ୍ତି ।
ଏତଦବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ପୁଣିଥରେ ଫିଟ୍‌ ଇନ୍ଦିଆ ମୁଭମେଣ୍ଟରେ ସାମିଲ୍‌ ହେବାକୁ ଆହ୍ୱାନ୍‌ ଦେଇଛନ୍ତି । ବିଭିନ୍ନ ସ୍କୁଲ୍‌ରେ ଡିସେମ୍ବର ମାସରେ ଫିଟ୍‌ ଇନ୍ଦିଆ ମୁଭମେଣ୍ଟ କେବେ ବି କରାଯାଇପାରିବ । ଏଥିରେ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ଖେଳକୁଦ ପ୍ରତିଯୋଗୀତା ଏବଂ ଯୋଗରେ ସାମିଲ୍‌ ହୋଇପାରିବେ । ପିଲାଙ୍କୁ ଏଥିରେ ଝାଳ ବୁହାଇବାକୁ ପଡିବ । ଧ୍ୟାନକେନ୍ଦ୍ରିତ ହେବା ଭଳି କାର୍ଯ୍ୟ ପିଲାମାନେ କରନ୍ତୁ । ସ୍କୁଲଗୁଡିକ ଫିଟ୍‌ ଇନ୍ଦିଆ ୱିକ୍‌ ମନାନ୍ତୁ । ଏଥିରେ ଫିଟ୍‌ନେସ୍‌ ସକାଶେ ସଚେତନତା ସୃଷ୍ଟି ହେବ । ଫିଟ୍‌ ଇନ୍ଦିଆ ର୍ୟାଙ୍କିଂରେ ସବୁ ସ୍କୁଲ୍‌ ସାମିଲ୍‌ ହୁଅନ୍ତୁ ଏବଂ ଏହାକୁ ଏକ ଜନଆନେ୍ଦାଳନ ବନାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିଜର ପ୍ରିୟ କାର୍ଯ୍ୟକ୍ରମ ମନ୍‌ କୀ ବାତରେ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଫିଟ୍‌ ଇନ୍ଦିଆ ଅଭିଯାନରେ ଫିଟ୍‌ନେସ୍‌କୁ ନେଇ ସ୍କୁଲମାନଙ୍କରେ ର୍ୟାଙ୍କିଂ ବ୍ୟବସ୍ଥା କରାଯାଇଛି । ଏହି ର୍ୟାଙ୍କିଂ ହାସଲ କରିଥିବା ସବୁ ସ୍କୁଲ ଫିଟ୍‌ ଇନ୍ଦିଆର ଲୋଗୋ ଏବଂ ଫ୍ଲାଗ୍‌ ବ୍ୟବହାର କରିପାରିବେ । ଫିଟ୍‌ ଇନ୍ଦିଆ ପୋର୍ଟାଲରେ ସ୍କୁଲଗୁଡିକ ନିଜକୁ ଫିଟ୍‌ ଘୋଷିତ କରିପାରିବେ । ଫିଟ୍‌ ଇନ୍ଦିଆ ଅନ୍ତର୍ଗତ ସେମାନଙ୍କୁ ଫିଟ୍‌ ଇନ୍ଦିଆ ୩ ଷ୍ଟାର ଏବଂ ୫ ଷ୍ଟାର ରେଟିଂ ଦିଆଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*