ଅମିତାଭଙ୍କ ସହ କମେଡି ଫିଲ୍ମରେ ଆସିବେ କ୍ୟାଟ୍ରିନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କରୋନା ଭାଇରସ କାରଣରୁ କ୍ୟାଟି୍ରନାଙ୍କ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ୍‌ ଡେଟ୍‌ ଘୁଞ୍ଚିଯାଇଛି । ଏହାସତ୍ୱେ ଏବେ ସେ ନିୟମିତ ନୂଆ ଫିଲ୍ମର କାହାଣୀ ଶୁଣୁଛନ୍ତି । ରିପୋର୍ଟ ଅନୁସାରେ କ୍ୟାଟି୍ରନା ନିଦେ୍ର୍ଦଶକ ବିକାଶ ବହଲଙ୍କ ଏକ ଫିଲ୍ମକୁ ସାଇନ୍‌ କରିଛନ୍ତି । ସୁପର-୩୦, କୁଇନ୍‌ ଭଳି ଫିଲ୍ମର ନିଦେ୍ର୍ଦଶନା ଦେଇଥିବା ବିକାଶଙ୍କ ଏହି ନୂଆ ଫିଲ୍ମଙ୍କ ନାମ ଡେଡଲି ବୋଲି ଶୁଣିବାକୁ ମିଳୁଛି । ବଡ଼କଥା ହେଉଛି ଫିଲ୍ମରେ କ୍ୟାଟି୍ରନା ଅମିତାଭଙ୍କ ସହ ନଜରକୁ ଆସିବେ ।
ବଲିଉଡ୍‌ ରିପୋର୍ଟ ଅନୁସାରେ କ୍ୟାଟି୍ରନାକୁ ଏହି ଫିଲ୍ମ ବଡ଼ ପସନ୍ଦ ଆସିଛି । ସେ କାମ କରିବା ପାଇଁ ରାଜି ଅଛନ୍ତି । ଏହି ଫିଲ୍ମରେ ବାପାଙ୍କ ଭୂମିକା ବଡ଼ ଗୁରୁତ୍ୱପୂର୍ଣ୍ଣ ରହିବ । ତେଣୁ ବିକାଶ ଏବଂ କ୍ୟାଟି୍ରନା ଏହି ଭୂମିକା ପାଇଁ ଅମିତାଭ ଠିକ୍‌ ରହିବେ ବୋଲି ବିଚାର କରିଛନ୍ତି । ଅମିତାଭଙ୍କ ସହ ଏ ସମ୍ପର୍କରେ ପ୍ରାରମ୍ଭିକ ଆଲୋଚନା ହୋଇଥିଲା ବେଳେ ଏନେଇ ଅମିତାଭ କନ୍‌ଫରମେସନ୍‌ ଦେଇନାହାଁନ୍ତି । ଫିଲ୍ମଟି କମେଡି ଆଧାରିତ ବୋଲି ମଧ୍ୟ କୁହାଯାଉଛି । ସୂଚନାଯୋଗ୍ୟ ଯେ, ଏହି ଫିଲ୍ମ ପାଇଁ କାମ ମେ ମାସରୁ ଆରମ୍ଭ ହେବାକୁ ଥିଲା । କରୋନା ପାଇଁ ସୁଟିଂ ତାରିଖକୁ ଆଗକୁ ଘୁଞ୍ଚାଯାଇଛି । ଯଦି ଅମିତାଭ ଏହି ଫିଲ୍ମରେ କାମ କରିବାକୁ ରାଜି ହୁଅନ୍ତି ତେବେ ଅମିତାଭଙ୍କ ସହ କ୍ୟାଟି୍ରନାଙ୍କ ଏହା ଦ୍ୱିତୀୟ ଫିଲ୍ମ ହେବ । ପୂର୍ବରୁ ଉଭୟେ ‘ବୁମ୍‌’ ଫିଲ୍ମରେ ଏକାଠି କାମ କରିଛନ୍ତି । ଆଉ ଏହି ଫିଲ୍ମରେ କ୍ୟାଟି୍ରନା ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*