ବ୍ରେକିଙ୍ଗ ନିଉଯ

ଜିନ୍‌ପିଙ୍ଗ ଡରି ଯାଇ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି

2022-08-10 12:58:58 ଦେଶ

ଡରି ଯାଇଛନ୍ତି ଜିନ୍‌ପିଙ୍ଗ । ଏଥିପାଇଁ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି । ଏଭଳି କିଛି କହି ଆମେରିକାର ହାଉସ ସ୍ପିକର୍‌ନାନ୍ସି ପେଲୋସି ଚୀନ୍‌ଦେଇଥିବା ଧମକର କଡା ଜବାବ ଦେଇଛନ୍ତି । 

ଏଜେନ୍ସୀ : ୱାଂଶିଟନ୍‌ :

ଡରି ଯାଇଛନ୍ତି ଜିନ୍‌ପିଙ୍ଗ । ଏଥିପାଇଁ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି । ଏଭଳି କିଛି କହି ଆମେରିକାର ହାଉସ ସ୍ପିକର୍‌ନାନ୍ସି ପେଲୋସି ଚୀନ୍‌ଦେଇଥିବା ଧମକର କଡା ଜବାବ ଦେଇଛନ୍ତି । ସି ଜିନପିଙ୍ଗ ନିଜକୁ ଅସୁରକ୍ଷିତ ମନେ କରି ଏପରି ଧମକ ଦେଉଛନ୍ତି । ଏଥିପାଇଁ ସେ ନିଜେ ଡରିଯାଇଥିବା ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏଥିରେ ଆମେ ଡରିଯିବୁ ଏବଂ ଗସ୍ତ ପରିବର୍ତ୍ତନ କରିଦେବୁ ବୋଲି ନାନ୍ସି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି । ନାନ୍ସି ଅହୁରି ଚୀନ୍‌କୁ ଟାର୍ଗେଟ୍‌ କରି କଡା ସ୍ୱରରେ କହିଛନ୍ତି, ଆମେରିକା କଂଗ୍ରେସର ଲୋକେ ଚୀନ ହିସାବରେ ଚାଲିବେ ନାହିଁ  । ଚୀନ ତାଇୱାନକୁ ଅକ୍ତିଆର କରିବାକୁ ଚାହୁଁଛି, କିନ୍ତୁ ଆମେ ଏହାକୁ ସ୍ୱୀକାର କରିପାରିବୁ ନାହିଁ’ । ଚୀନର ଅର୍ଥବ୍ୟବସ୍ଥାକୁ ଇଙ୍ଗିତ କରି ସେ କହିଛନ୍ତି, ମୁଁ ଭାବୁଛି ଚୀନ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଚୀନର ବାରମ୍ବାର ଚେତାବନୀ ପରେ ବି ଗତ ସପ୍ତାହରେ ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିଲେ । ଚୀନ୍‌ ପୂର୍ବରୁ ଧମକ ଦେଉଥିବା ବେଳେ ନାନ୍ସିଙ୍କ ଗସ୍ତ ପରେ ସେ ତାଇୱାନ ସୀମାରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଥିଲା । ଚୀନ୍‌ ତାଇୱାନ ରାଜଧାନୀ ଉପର ଦେଇ ଅନେକ ମିସାଇଲ ମାଡ କରିଥିଲା । ଚୀନର କିଛି ମିସାଇଲ ତା’ର ଜଳ ସୀମାରେ ମଧ୍ୟ ପଡିଥିବା ଜାପାନ ଦାବି କରିଥିଲା । ସେପଟେ ତାଇୱାନ୍‌ ମଧ୍ୟ ଚୀନ୍‌କୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତି ଆରମ୍ମ କରିଦେଇଛି । ରିପୋର୍ଟ ମୁତାବକ, ତାଇୱାନ୍‌ ମଧ୍ୟ ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ତାଇୱାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଚୀନ୍‌ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି । ସେ ଭାରତ-ପ୍ରଶାନ୍ତ ମହାସାଗରରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି ।

ସମ୍ବନ୍ଧୀୟ ଖବର