ବ୍ରେକିଙ୍ଗ ନିଉଯ

ରେପୋରେଟ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ

2022-08-05 11:54:48 ଦେଶ

ରେପୋରେଟ୍‌ ବୃଦ୍ଧି କଲା ଆରବିଆଇ । ଶୁକ୍ରବାର ଆରବିଆଇ ପକ୍ଷରୁ ୫୦ ବେସିସ ପଏଣ୍ଟ ତଥା ୪.୫ ପଏଣ୍ଟକୁ ବୃଦ୍ଧି କରାଯାଇଛି ।

ଏଜେନ୍ସୀ : ମୁମ୍ବାଇ :

ରେପୋରେଟ୍‌ ବୃଦ୍ଧି କଲା ଆରବିଆଇ । ଶୁକ୍ରବାର ଆରବିଆଇ ପକ୍ଷରୁ ୫୦ ବେସିସ ପଏଣ୍ଟ ତଥା ୪.୫ ପଏଣ୍ଟକୁ ବୃଦ୍ଧି କରାଯାଇଛି । ମୁଦ୍ରାସ୍ପୀତି ହାରକୁ ନିୟନ୍ତ୍ରଣ ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେଆପ ନିଆଯାଇଥିବା  କୁହାଯାଇଛି  । ଶେଷଥର ପାଇଁ ୨୦୨୦ ମାର୍ଚ୍ଚରେ ଆରବିଆଇ ପକ୍ଷରୁ ରେପୋରେଟ୍‌ ହ୍ରାସ କରାଯାଥିଲା । ସେତେବେଳେ ଅର୍ଥନୀତି ଉପରେ କୋଭିଡ୍‌ ଓ ଲକଡାଉନ ଜନିତ ଆର୍ଥିକ ମାନ୍ଦାବସ୍ଥା କାରଣରୁ ରେପୋରେଟ ହ୍ରାସ କରାଯାଇଥିଲା ।  । ଏହାର ୨ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୨୨ ମେ’ ୪ ତାରିଖ ପର୍ଯ୍ୟନ୍ତ ସୁଦ୍ଧହାର ଅପରିବର୍ତ୍ତିତ ରଖାଯାଥିଲା ।  ଏବେ ରେପୋ ରେଟ୍‌ ବଢିବା ପରେ ଋଣ ଏବଂ ଇଏମଆଇ ଉପରେ ନିଶ୍ଚିତ ରୂପେ ପ୍ରଭାବ ପଡିବ । ରେପୋ ରେଟ ବୃଦ୍ଧି ପାଇବା ପରେ ମୁଦ୍ରାସ୍ପୀତି ଉପରେ ନିୟନ୍ତ୍ରଣ ଆସିବ ବୋଲି ଆରବିଆଇ ଆଶା ରଖିଛି  । କିଛି ଦିନ ହେଲା ଦେଶରେ ସବୁ ପ୍ରତ୍ୟକ ଜିନିଷର ଦରଦାମ ବଢି ଚାଲିଛି  । ଏପରିକି ଏପ୍ରିଲ ୨୦୨୨ରେ ଖୁଚରା ମୁଦ୍ରାସ୍ପୀତି ୭ ଦଶମିକ ୮ ପ୍ରତିଶତ ଛୁଇଁଛି  । ତେବେ ଆଗକୁ ମୁଦ୍ରାସ୍ପୀତି ହାର ୬ ଦଶମିକ ୭ ପ୍ରତିଶତ ରଖିବାକୁ ଆରବିଆଇ ଟାର୍ଗେଟ ରଖିଛି  । କିଛି ବର୍ଷ ହେବ ଦରଦାମ ବୃଦ୍ଧି କାରଣରୁ ହିଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ ବଢାଇବା ନେଇ ଘୋଷଣା କରାଯାଇଛି ।

ସମ୍ବନ୍ଧୀୟ ଖବର