ବ୍ରେକିଙ୍ଗ ନିଉଯ

ଏନ୍‌ସିବିର ବଡ଼ ଅଭିଯୋଗ, ସୁଶାନ୍ତଙ୍କୁ ଡ୍ରଗ୍ସ ଅଭ୍ୟାସ କରାଇଥିଲେ ରିଆ

2022-07-13 12:36:59 ମନୋରଞ୍ଜନ

 ପୁଣି ଅଡୁଆରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ଏବେବି ରିଆ ନାର୍କୋଟିକ୍ସ କଣ୍ଟ୍ରୋଲ  ବ୍ୟୁରୋର ରାଡାର୍‌ରେ ଅଛନ୍ତି । 

ଏଜେନ୍ସୀ : ମୁମ୍ବାଇ :

 ପୁଣି ଅଡୁଆରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ଏବେବି ରିଆ ନାର୍କୋଟିକ୍ସ କଣ୍ଟ୍ରୋଲ  ବ୍ୟୁରୋର ରାଡାର୍‌ରେ ଅଛନ୍ତି । ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ମାମଲାରେ ଏବେ ଏନ୍‌ସିବି ରିଆଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛି । ରିଆ ଡ୍ରଗ୍ସ କାରବାର କରୁଥିବା ନେଇ ଏନ୍‌ସିବି ତା’ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି । କେବଳ ସେତିକି ନୁହେଁ ରିଆ ସୁଶାନ୍ତଙ୍କୁ ଡ୍ରଗ୍ସ ଖାଇବା ଅଭ୍ୟାସ କରାଇଥିବା ଏନ୍‌ସିବି ଚାର୍ଜସିଟ୍‌ରେ କହିଛି । ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମେତ ସୁଶାନ୍ତ ରାଜପୁତ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ୩୫ଜଣ ଅଭିଯୁକ୍ତଙ୍କ ନାଁରେ ଏନ୍‌ସିବି ମଙ୍ଗଳବାର ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଦାଏର କରିଛି । ଯେଉଁଥିରେ ରିଆ ଏବଂ ଅନ୍ୟ ୩୪ ଅଭିଯୁକ୍ତଙ୍କୁ ହାଇ ସୋସାଇଟି ତଥା ବଲିଉଡର ଲୋକଙ୍କୁ ଡ୍ରଗ୍ସ ଯୋଗାଣ ଅଭିଯୋଗ ହୋଇଛି । ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ  ତଥା ଅଭିଯୁକ୍ତ ରିଆ ଚକ୍ରବର୍ତ୍ତୀଙ୍କ ନାଁରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ସେ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିଥିଲେ । ରିଆ ସାମୁଏଲ୍‌ମିରାଣ୍ଡା , ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଆଣିଛନ୍ତି । ଏହି ଗଞ୍ଜେଇକୁ ଆଣି ସେ ସୁଶାନ୍ତ ସିଂହ ରାଜପୁତଙ୍କୁ ଯୋଗାଇଛନ୍ତି । ରିଆ ୨୦୨୦ ମାର୍ଚ୍ଚ ରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଏହି ଗଞ୍ଜେଇ ନେଣଦେଣ ମାମଲାରେ ଦେୟ ପୈଠ କରିଥିଲେ । ରିଆଙ୍କ ଭାଇ ସୌଭିକ ମଧ୍ୟ ଡ୍ରଗ୍ସ ପେଡଲର୍ସଙ୍କ ସହ ଲଗାତାର ସମ୍ପର୍କରେ ଥିଲେ । ସେ ଏମାନଙ୍କ ଠାରୁ ଗଞ୍ଜେଇ ଚରସ ମଗାଉଥିଲେ । ଏହି ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ବୋଲି ଏନ୍‌ସିବି ତା’ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି ।

ସମ୍ବନ୍ଧୀୟ ଖବର