Lord Jagannath Recovers in Anasara,
ଅଣସର ଘରେ ୧୪ ଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ଶେଷରେ ସୁସ୍ଥ ହେଲେ ଶ୍ରୀଜିଉ । ତ୍ରୟୋଦଶୀ ତିଥିରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ଶ୍ରୀନଅର ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଜଣାଇଲେ ଦଇତାପତି ସେବାୟତ ।
 
ପରମ୍ପରା ଅନୁସାରେ ଅଣସର ଶେଷ ହେବା ପରେ ମହାପ୍ରଭୁଙ୍କ ଚନ୍ଦନ, କରାଳ ଓ ପାଟଡୋର ପିତ୍ତଳ ଥାଳିରେ ନେଇ ଗଜପତି ମହାରାଜାଙ୍କୁ ପ୍ରଦାନ କଲେ ଦଇତାପତି ସେବାୟତ ।
 
ଏହା ପରେ ଶ୍ରୀନଅରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେଲା । ଏହି ଅବସରରେ ଗଜପତି ମହାରାଜା ଶୃଙ୍ଖଳିତ ଭାବେ ଆସନ୍ତା ରଥଯାତ୍ରା ସମ୍ପନ୍ନ କରିବାକୁ ସେବାୟତମାନଙ୍କୁ ପରାମର୍ଶ ଦେଇଥିଲେ ।
 
ସେ କହିଥିଲେ ଯେ ସମସ୍ତ ନୀତି ନିୟମ ଠିକ୍ ଭାବେ ପାଳନ କରାଯାଇ ଭକ୍ତମାନଙ୍କୁ ଶାନ୍ତିରେ ଦର୍ଶନ ସୁଯୋଗ ଦିଆଯାଉ ।
 
ସୂଚନା ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।

By Nirvay

Leave a Reply

Your email address will not be published. Required fields are marked *