ଆଜି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ସଂସଦର ମୌସୁମୀ ଅଧିବେଶନରେ ଓଡ଼ିଶାର କେଉଁ କେଉଁ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବେ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ କ’ଣ ଉପସ୍ଥାପନ କରିବେ ସେ ନେଇ ହୋଟେଲ ସୂର୍ଯ୍ୟାଂଶରେ ସାମ୍ବାଦିକ ମାନଙ୍କଠୁ ପରାମର୍ଶ ଲୋଡିଥିଲେ । ସେହି ସାମ୍ବାଦିକ ସମ୍ମିଳନୀକୁ ବଛା ବଛା ସାମ୍ବାଦିକଙ୍କୁ ଡକା ଯାଇଥିଲା । ଯେତେବେଳେ ସଂସଦରେ ଓଡ଼ିଶାର ସ୍ୱାର୍ଥକୁ ନେଇ ରାଜ୍ୟସଭା ସାଂସଦମାନେ କ’ଣ ଉପସ୍ଥାପନ କରିବେ ସେ ନେଇ ଆଲୋଚନା ହେଉଛି, ସେତେବେଳେ ଅନ୍ୟ ସାଂସଦ ଏବଂ ଫ୍ଲୋର୍ ଲିଡର ମାନସ ମଙ୍ଗରାଜ କାହିଁକି ଉପସ୍ଥିତ ନଥିଲେ? ସାଂସଦ ମାନସ ମଙ୍ଗରାଜଙ୍କୁ ସେହି ସାମ୍ବାଦିକ ସମ୍ମିଳନୀକୁ ଡକା ଯାଇ ନଥିଲା କି? ୫ ଜଣ ସାଂସଦ ଯଦି ଏକାଠି ବସି ସାମ୍ବାଦିକ ସମ୍ମିଳନୀ କରିଥା’ନ୍ତେ, ତେବେ ତାହା ସମାଜକୁ କ’ଣ ବାର୍ତ୍ତା ଦେଇଥା’ନ୍ତା? ଆଉ ଏକୁଟିଆ କୌଣସି ସାଂସଦ କିମ୍ବା ଫ୍ଲୋର୍ ଲିଡରଙ୍କୁ ନ ଡାକି ନିଜ କର୍ପୋରେଟ୍ ମନୋଭାବ ଦେଖାଇ ନିଜକୁ ସର୍ବେସର୍ବା ଭାବିବାର ଅପଚେଷ୍ଟା କରିଛନ୍ତି ସଂତୃପ୍ତ । ତେବେ ଏଥିରେ ପ୍ରଶ୍ନ ଉଠୁଛି ଯେ ବିଜୁ ଜନତା ଦଳର ସାଂସଦମାନଙ୍କ ମଧ୍ୟରେ କେତେ ଏକତା ଅଛି । ବିଜେଡିର ମିଡିଆ ସେଲ୍ ପକ୍ଷରୁ ସାମ୍ବାଦିକମାନଙ୍କୁ ଫୋନ୍ କରି କୁହାଯାଇଥିଲା ଯେ ଏହା ଗୋଟିଏ ଦଳୀୟ ପ୍ରେସ୍ କନଫରେନ୍ସ । ଆଜି ସାମ୍ବାଦିକ ସମ୍ମିଳନୀ ହେବ ବୋଲି ମଧ୍ୟ ଗତକାଲି ଦଳ ତରଫରୁ ସୂଚନା ଦିଆଯାଇଥିଲା । ଆଜି ବିଜେଡି ମିଡିଆ ସେଲ୍ ପକ୍ଷରୁ ଯେଉଁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି ସେଥିରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, “ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେଲିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ମୁଖପାତ୍ର ତୁମ୍ବନାଥ ପଣ୍ଡା, ମିହିର ରାୟ, ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ନନ୍ଦଲାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।” ତେବେ ପ୍ରଶ୍ନ ଉଠୁଛି, ଯଦି ଏହା ଏକ ଦଳୀୟ କାର୍ଯ୍ୟକ୍ରମ ଥିଲା, ତେବେ ଦଳୀୟ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦମାନଙ୍କୁ କିପରି ଅଣଦେଖା କରାଗଲା? ବିଶେଷ କରି ଦଳର ଫ୍ଲୋର୍ ଲିଡର ମାନସ ମଙ୍ଗରାଜଙ୍କୁ କାହିଁକି ଡକା ଗଲା ନାହିଁ? ଏହି ଘଟଣା ସମଗ୍ର ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ସଂସଦର ମୌସୁମୀ ଅଧିବେଶନରେ ଓଡ଼ିଶାର ସ୍ୱାର୍ଥ ପାଇଁ ଏକଜୁଟ୍ ହୋଇ ଲଢିବା କଥା ଥିବାବେଳେ ଦଳ ଭିତରେ ଏଭଳି ବିଭେଦ ଦେଖିବାକୁ ମିଳିଛି । ଓଡ଼ିଶା ଯାହା ଗୋଟିଏ ଶକ୍ତିଶାଳୀ ବିପକ୍ଷକୁ ଦେଖିବାକୁ ଚାହୁଁଥିଲା, ସଂତୃପ୍ତ ବାବୁଙ୍କ ଏଭଳି କାର୍ଯ୍ୟକଳାପରୁ ଲାଗୁଛି ଓଡିଶାବାସୀଙ୍କ ସେହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ । ଦଳ ଭିତରେ ଏକତା ଅଭାବ, ନେତାମାନଙ୍କ ଅସନ୍ତୋଷ ଏବଂ ସଂଗଠନରେ ଦୁର୍ବଳତାକୁ ଦେଖିଲେ କେବଳ ଏତିକି କହି ପାରିବା ଯେ, “ବିଜେଡିକୁ ଏବେ କେବଳ ଭଗବାନ ଭରସା”। Post navigation Former MLA Prabhat Biswal Joins BJP