ମିଶ୍ରଣ ମଞ୍ଚରୁ ବିଜେଡିକୁ କଡା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମନ୍ତ୍ରୀ ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ମିଶ୍ରଣକୁ ନେଇ ସେ ବିଜେଡି ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, “ପ୍ରଭାତ ବାବୁ ବିଜେପିରେ ମିଶିବା ବିଜେଡିରେ ଭୂକମ୍ପ ସୃଷ୍ଟି କରିଛି”। ଏହା ପରେ ଦଳ ଭିତରେ ଅସ୍ଥିରତା ବଢିଯାଇଛି । ସେ ଆହୁରି କହିଛନ୍ତି, “୬ ଦିନ ହେଲା ବିଜେଡି ନେତା କଟକରେ ଡେରା ପକାଇଛନ୍ତି”। “କେହି ଯେମିତି ନ ଯିବେ ସେନେଇ ଚେଷ୍ଟା କରୁଛନ୍ତି”। ଅର୍ଥାତ ଦଳ ଛାଡି ଅନ୍ୟ ଦଳକୁ ଯିବାକୁ ନେତାମାନେ ଲାଗିଥିବାରୁ ବିଜେଡି ନେତାମାନେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆଉ ଏକ ତୀକ୍ଷ୍ଣ ମନ୍ତବ୍ୟ ଦେଇ କହିଛନ୍ତି, “ଯେତେ ବନ୍ଧ ବାନ୍ଧିଲେ ବି କାଠଯୋଡ଼ି ଦେଇ ପାଣି ବିଜେପି କାର୍ଯ୍ୟାଳୟରେ ପଶିଛି” । ଅର୍ଥାତ ବିଜେଡି ଯେତେ ଚେଷ୍ଟା କଲେ ବି ନେତାମାନଙ୍କୁ ଅଟକାଇ ପାରୁନାହାନ୍ତି।ଶେଷରେ ସେ କହିଛନ୍ତି, “ଲୋକେ ଆଉ ବିଜେଡିକୁ ଚାହୁଁ ନାହାନ୍ତି, ଆମ ସରକାର ଲୋକଙ୍କ ସରକାର” । Post navigation Ratha Jatra 2026: ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନିଅରକୁ ଖବର ନେଇ ଗଲେ ସେବାୟତ Odisha Politics: ଓଡିଶାରେ ବିଜେପିର ଜୟଯାତ୍ରାର ଆଉ ଗୋଟିଏ ଫର୍ଦ୍ଦ ଆଜି ଯୋଡି ହୋଇଛି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ