ସିଲଭର ସିଟି କଟକର ସାଂସ୍କୃତିକ ଓ ପର୍ଯ୍ୟଟନ ସମ୍ଭାବନାକୁ ଏକ ନୂଆ ଦିଗଦର୍ଶନ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କଟକ ସହରର ବିଭିନ୍ନ ଐତିହାସିକ ସାହି-ମହଲାରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କରିବା ସହିତ ଆକର୍ଷଣୀୟ ‘ମହାନଦୀ ରିଭର ଫ୍ରଣ୍ଟ’ ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେ କହିଛନ୍ତି ଯେ, ସହରର କୋଣ ଅନୁକୋଣରେ ଲୁଚି ରହିଥିବା ପର୍ଯ୍ୟଟନ ସମ୍ଭାବନାକୁ ସାମ୍ନାକୁ ଅଣାଯିବ। ଏହା ସହିତ ମହାନଦୀ କୂଳକୁ ସୁନ୍ଦର ଓ ରମଣୀୟ ରୂପ ଦିଆଯିବ, ଯାହା ସ୍ଥାନୀୟ ଲୋକଙ୍କ ସମେତ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିବ।

ଏହି ସମସ୍ତ ବିକାଶମୂଳକ କାର୍ଯ୍ୟକୁ ଆସନ୍ତା ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି, ଯାହା ଦ୍ୱାରା କଟକ ସହରର ଏକ ପୂର୍ଣ୍ଣାଙ୍ଗ କାୟାକଳ୍ପ ହୋଇପାରିବ। ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଫଳରେ କଟକବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବା ସହ ସହରର ଆର୍ଥିକ, ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *