ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ବ୍ୟକ୍ତିଗତ ସହାୟକ (PA) ବୋଲି ମିଛ ପରିଚୟ ଦେଇ ନିର୍ବାଚନ ଟିକେଟ୍ ପ୍ରଲୋଭନରେ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଜଣେ ଅଭିଯୁକ୍ତକୁ ଓଡ଼ିଶା ପୋଲିସ ଗିରଫ କରିଛି। ରବିବାର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତ ଜଣକ ବ୍ରହ୍ମପୁରର ଗୋଳନ୍ଥରା ଥାନା ଅଞ୍ଚଳର ଜଗନ୍ନାଥ ମଣ୍ଡଳ ବୋଲି ଚିହ୍ନଟ ହୋଇଛନ୍ତି। ପ୍ରଥମେ ବ୍ରହ୍ମପୁର ଟାଉନ ପୋଲିସ ତାଙ୍କୁ କାବୁ କରିବା ପରେ ଅଧିକ ତଦନ୍ତ ପାଇଁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟକୁ ହସ୍ତାନ୍ତର କରିଛି।

ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ, ଏହି ଠକେଇର ଚେର କେବଳ ଓଡ଼ିଶାରେ ସୀମିତ ନୁହେଁ; ବରଂ କର୍ଣ୍ଣାଟକ, ଗୁଜରାଟ ଏବଂ ଉତ୍ତର ପ୍ରଦେଶ ଭଳି ଚାରୋଟି ରାଜ୍ୟରେ ମଣ୍ଡଳଙ୍କ ନାମରେ ମାମଲା ରୁଜୁ ରହିଛି। ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟ୍ ପାଇବାକୁ ଆଶା ରଖିଥିବା ପ୍ରାର୍ଥୀମାନଙ୍କୁ ସେ ସହଜ ଶିକାର ବନାଉଥିଲେ। ନିଜକୁ ନବୀନଙ୍କ ପିଏ ଦର୍ଶାଇ, ସେମାନଙ୍କ ଜନସମର୍ଥନ ଓ ରାଜନୈତିକ ଦକ୍ଷତା ଯାଞ୍ଚ କରିବା ପାଇଁ ଆଭ୍ୟନ୍ତରୀଣ ସର୍ଭେ ଚାଲିଥିବା କଥା କହି ଟିକେଟ୍‌ର ପକ୍କା ପ୍ରତିଶ୍ରୁତି ଦେଉଥିଲେ।

​ସେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ୍ ଆଶାୟୀଙ୍କୁ ଟାର୍ଗେଟ୍ କରୁଥିଲେ। ନିଜକୁ ନବୀନଙ୍କ ପିଏ ପରିଚୟ ଦେଇ, ସେମାନଙ୍କ ରାଜନୈତିକ ପ୍ରଭାବ ଓ ଜନସମର୍ଥନ ଜାଣିବା ପାଇଁ ଆଭ୍ୟନ୍ତରୀଣ ସର୍ଭେ ଚାଲିଛି ବୋଲି କହି ଦଳୀୟ ଟିକେଟ୍‌ର ପ୍ରତିଶ୍ରୁତି ଦେଉଥିଲେ।

​ଏହାସହ ସେ ବର୍ତ୍ତମାନର ସାଂସଦ ଓ ବିଧାୟକମାନଙ୍କ ସହ ଯୋଗାଯୋଗ କରି ଟଙ୍କା ବଦଳରେ ରହିବା ବ୍ୟବସ୍ଥା କରାଇଦେବାକୁ ମଧ୍ୟ କହୁଥିଲେ।

​ପୂର୍ବରୁ ମଧ୍ୟ ଏକ ସମାନ ମାମଲାରେ କର୍ଣ୍ଣାଟକ ପୋଲିସ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଏକ ନକଲି ପରିଚୟପତ୍ର, ବ୍ୟାଙ୍କ ପାସବୁକ୍, ଲେଟରହେଡ୍ ଏବଂ ଇମେଲ୍ ଯୋଗାଯୋଗ ସମ୍ବନ୍ଧୀୟ କାଗଜପତ୍ର ଜବତ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *