ଯାଜପୁର ଏନ୍.ସି କଲେଜ ଛାତ୍ର ସଂସଦ ନିର୍ବାଚନ ପ୍ରାର୍ଥୀତ୍ୱକୁ ନେଇ ସୃଷ୍ଟି ହୋଇଛି ବଡ଼ ଅପ୍ରୀତିକର ପରିସ୍ଥିତି। କଲେଜ ନିର୍ବାଚନ ପରିବେଶ ଭିତରେ ଜଣେ ପ୍ରାର୍ଥୀ ନିଖୋଜ ହେବା ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଯାଜପୁର ଟାଉନ୍ ଥାନାରେ ଏତଲା ଦିଆଯାଇଛି । ପ୍ରାର୍ଥୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସଞ୍ଜୀବଙ୍କ ପାଖକୁ ଏକ ଅଜଣା ଫୋନ୍ କଲ୍ ଆସିଥିଲା, ଯେଉଁଥିରେ ନିର୍ବାଚନରୁ ଓହରି ଯିବା ପାଇଁ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦିଆଯାଇଥିଲା। ଏହି ଘଟଣା ବିଷୟରେ ସେ ତାଙ୍କ ସାଙ୍ଗମାନଙ୍କୁ ଜଣାଇବା ସହ ରାତି ପ୍ରାୟ ୧୨ ଟା ସମୟରେ ବାପା ମଲୟ ରଞ୍ଜନ ସାହୁଙ୍କୁ ଫୋନ୍ରେ ସମସ୍ତ କଥା ଜଣାଇଥିଲେ। ମାତ୍ର ଏହି କଲ୍ ପରଠାରୁ ସଞ୍ଜୀବଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିବା ସହ ସେ ଆଉ ହଷ୍ଟେଲକୁ ଫେରିନାହାନ୍ତି। ସଞ୍ଜୀବଙ୍କର କୌଣସି ସନ୍ଧାନ ନମିଳିବାରୁ ନିର୍ବାଚନୀ ଶତ୍ରୁତା କାରଣରୁ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିବା ନେଇ ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏ ନେଇ ସଞ୍ଜୀବଙ୍କ ବାପା ଯାଜପୁର ଟାଉନ୍ ଥାନା ଆଇଆଇସିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ୍ ଘଟଣାର ତୁରନ୍ତ ତଦନ୍ତ କରି ଅପହରଣକାରୀଙ୍କୁ ଗିରଫ କରିବା ସହ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପରିବାର ଓ ସାଙ୍ଗସାଥୀମାନେ ନିବେଦନ କରିଛନ୍ତି। Post navigation Odisha CM Launches 46 Mega Projects in Jajpur: କଳିଙ୍ଗନଗରରେ ଶିଳ୍ପାୟନର ‘ସ୍ୱର୍ଣ୍ଣିମ ଅଧ୍ୟାୟ’ ଆରମ୍ଭ; ୪୬ଟି ନୂଆ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Mahanadi Riverfront Project in kataka: ୨ ବର୍ଷ ଭିତରେ ମହାନଦୀ ରିଭର ଫ୍ରଣ୍ଟ ସହ କଟକର ହେବ ପୂର୍ଣ୍ଣାଙ୍ଗ ବିକାଶ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା